Posted inଖେଳ

ରାହୁଲଙ୍କ ଶତକ: ପଞ୍ଜାବର ବୃହତ୍‌ ବିଜୟ

ଦୁବାଇ, ୨୫।୯-
ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଅନ୍ୟତମ ଟାଇଟଲ ଫେଭରାଇଟ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଲଜ୍ଜାଜନକ ପରାଜୟ ବରଣ କରିଛି। ଚଳିତ ଆଇପିଏଲରେ ଅଧିନାୟକ ଲୋକେଶ ରାହୁଲ ପ୍ରଥମ ଖେଳାଳିଭାବେ ଶତକ ହାସଲ କରିଥିବାବେଳେ କିଙ୍ଗ୍ସ ଇଲେଭେନ ପଞ୍ଜାବ ୯୭ ରନରେ ଆରସିବିକୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୨୦୭ ରନ ବିଜୟ ଲକ୍ଷ୍ୟର ପିଛା କରି ଆରସିବି ୧୭ ଓଭରରେ ୧୦୯ ରନକରି ଅଲଆଉଟ ହୋଇ ଯାଇଥିଲା।
ବଡ଼ ସ୍କୋରର ପିଛା କରି ଆରସିବି ମାତ୍ର ୪ ରନ ମଧ୍ୟରେ ଦେବଦତ୍ତ ପଡିକାଲ(୧), ଜୋଶ୍‌ ଫିଲିପ୍‌ (୦) ଓ ଅଧିନାୟକ ବିରାଟ କୋହଲି(୧)ଙ୍କ ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। କୋହଲି କ୍ରମାଗତ ଦ୍ୱିତୀୟ ମ୍ୟାଚରେ ବିଫଳ ହୋଇଥିଲେ। ଆରୋନ ଫିଞ୍ଚ୍‌ ଓ ଏବି ଡିଭିଲର୍ସ ଇନିଂସ ଗଢ଼ିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲେ। ଫିଞ୍ଚ୍‌ ୨୦ ଓ ଡିଭିଲର୍ସ ୨୮(୧୮ ବଲ, ୪ ଚୌକା, ୧ ଛକା) ରନ କରି ଆଉଟ ହେବା ସହିତ ଆରସିବିର ବୃହତ୍‌ ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଓ୍ବାଶିଂଟନ ସୁନ୍ଦର ଦଳ ପକ୍ଷରୁ ସର୍ବାଧିକ ୩୦(୨୭ ବଲ, ୨ ଚୌକା, ୧ ଛକା) ରନ କରିଥିଲେ। ପଞ୍ଜାବ ବୋଲରଙ୍କ ମଧ୍ୟରେ ଦୁଇ ସ୍ପିନର ରବି ବିଷ୍ଣୋଇ ଓ ମୁରୁଗାନ ଅଶ୍ୱିନ ୩ଟି ଲେଖାଏ, ଶେଲଡନ କଟ୍ରେଲ ୨ଟି ଏବଂ ମହମ୍ମଦ ସାମି ଓ ଗ୍ଲେନ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ହାରି ପଞ୍ଜାବ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବାବେଳେ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଓପନିଂ ଯୋଡ଼ିରେ ୪୨ ବଲ୍‌ରୁ ୫୭ ରନ ସଂଗ୍ରହ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ମୟଙ୍କ ୨୦ ବଲ୍‌ରୁ ୪ ଚୌକା ସହାୟତାରେ ୨୬ ରନ କରି ଆଉଟ ହୋଇଥିଲେ। ମଧ୍ୟଭାଗରେ ନିକୋଲାନ ପୁରନ(୧୭ ରନ, ୧୮ ବଲ, ୧ ଚୌକା) ଓ ଗ୍ଲେନ ମ୍ୟାକ୍ସଓ୍ବେଲ (୫ ରନ, ୬ ବଲ୍‌) ଶୀଘ୍ର ଆଉଟ ହୋଇଥିଲେ ହେଁ ଦଳର ଭାର ଏକାକୀ କାନ୍ଧ ଉପରକୁ ନେଇ ରାହୁଲ ଖେଳିଥିଲେ ସ୍ମରଣୀୟ ଇନିଂସ। ସେ ଚଳିତ ସଂସ୍କରଣର ପ୍ରଥମ ଖେଳାଳିଭାବେ ଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ପଞ୍ଜାବ ଇନିଂସ ଏକଦା ୧୮୦ ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରାଯାଉଥିଲା। ମାତ୍ର ଶେଷ ୪ ଓଭରରେ ବାଙ୍ଗାଲୋର ବୋଲରମାନେ ଅବିଶ୍ୱସନୀୟଭାବେ ୭୪ ରନ ବ୍ୟୟ କରିବାରୁ କିଙ୍ଗ୍ସ ଇଲେଭେନ ଟାର୍ଗେଟରେ ପହଞ୍ଚତ୍ ଯାଇଥିଲା। ୧୯ତମ ଓଭରରେ ଡେଲ୍‌ ଷ୍ଟେଇନ ୨୬ ଓ ୨୦ତମ ଓଭରରେ ଶିବମ୍‌ ଦୁବେ ୨୩ ରନ ବ୍ୟୟ କରିଥିଲେ। ୬୨ ବଲ୍‌ରୁ ଶତକ ପୂରଣ କରିଥିବା ରାହୁଲ ମୋଟ ୬୯ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ ଚୌକା ଓ ୭ ଛକା ସହାୟତାରେ ୧୩୨ ରନରେ ଅପରାଜିତ ରହିଥିଲେ। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ରହିଥିଲା ୧୯୧.୩୦। ଅନ୍ୟ କୌଣସି ସାଥି ଖେଳାଳି ବଡ଼ ସ୍କୋର କରି ନ ଥିଲେ ହେଁ ରାହୁଲ ଦ୍ୱିତୀୟ ଉଇକେଟରେ ପୁରନଙ୍କ ସହ ୫୭ ଏବଂ ଅସମାପ୍ତ ୪ର୍ଥ ଉଇକେଟରେ କରୁଣ ନାୟାରଙ୍କ ସହ ୭୮ ରନର ଭାଗୀଦାରି ଗଢ଼ି ପଞ୍ଜାବ ଇନିଂସର ମେରୁଦଣ୍ଡ ସାଜିଥିଲେ। ନାୟାର ୮ ବଲ୍‌ରୁ ୧୫(୨ ଚୌକା) ରନରେ ଅପରାଜିତ ରହିଥିଲେ। ବାଙ୍ଗାଲୋରର ପ୍ରାୟ ସମସ୍ତ ବୋଲର ମହଙ୍ଗା ରହିଥିବାବେଳେ ଦୁବେ ୨ଟି ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୨୦୬/୩(ରାହୁଲ-୧୩୨*, ଅଗ୍ରଓ୍ବାଲ-୨୬, ଦୁବେ-୨/୩୩, ଚହଲ-୧/୨୫)। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭ ଓଭରରେ ୧୦୯/ଅଲଆଉଟ (ଓ୍ବାଶିଂଟନ-୩୦, ଡିଭିଲର୍ସ-୨୮, ବିଷ୍ଣୋଇ-୩/୩୨, ମୁରୁଗାନ-୩/୨୧, କଟ୍ରେଲ-୨/୧୭, ସାମି-୧/୧୪, ମ୍ୟାକ୍ସଓ୍ବେଲ-୧/୧୦)।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri