Posted inଖେଳ

ରାହୁଲଙ୍କ ଶତକ: ପଞ୍ଜାବର ବୃହତ୍‌ ବିଜୟ

ଦୁବାଇ, ୨୫।୯-
ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଅନ୍ୟତମ ଟାଇଟଲ ଫେଭରାଇଟ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଲଜ୍ଜାଜନକ ପରାଜୟ ବରଣ କରିଛି। ଚଳିତ ଆଇପିଏଲରେ ଅଧିନାୟକ ଲୋକେଶ ରାହୁଲ ପ୍ରଥମ ଖେଳାଳିଭାବେ ଶତକ ହାସଲ କରିଥିବାବେଳେ କିଙ୍ଗ୍ସ ଇଲେଭେନ ପଞ୍ଜାବ ୯୭ ରନରେ ଆରସିବିକୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୨୦୭ ରନ ବିଜୟ ଲକ୍ଷ୍ୟର ପିଛା କରି ଆରସିବି ୧୭ ଓଭରରେ ୧୦୯ ରନକରି ଅଲଆଉଟ ହୋଇ ଯାଇଥିଲା।
ବଡ଼ ସ୍କୋରର ପିଛା କରି ଆରସିବି ମାତ୍ର ୪ ରନ ମଧ୍ୟରେ ଦେବଦତ୍ତ ପଡିକାଲ(୧), ଜୋଶ୍‌ ଫିଲିପ୍‌ (୦) ଓ ଅଧିନାୟକ ବିରାଟ କୋହଲି(୧)ଙ୍କ ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। କୋହଲି କ୍ରମାଗତ ଦ୍ୱିତୀୟ ମ୍ୟାଚରେ ବିଫଳ ହୋଇଥିଲେ। ଆରୋନ ଫିଞ୍ଚ୍‌ ଓ ଏବି ଡିଭିଲର୍ସ ଇନିଂସ ଗଢ଼ିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲେ। ଫିଞ୍ଚ୍‌ ୨୦ ଓ ଡିଭିଲର୍ସ ୨୮(୧୮ ବଲ, ୪ ଚୌକା, ୧ ଛକା) ରନ କରି ଆଉଟ ହେବା ସହିତ ଆରସିବିର ବୃହତ୍‌ ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଓ୍ବାଶିଂଟନ ସୁନ୍ଦର ଦଳ ପକ୍ଷରୁ ସର୍ବାଧିକ ୩୦(୨୭ ବଲ, ୨ ଚୌକା, ୧ ଛକା) ରନ କରିଥିଲେ। ପଞ୍ଜାବ ବୋଲରଙ୍କ ମଧ୍ୟରେ ଦୁଇ ସ୍ପିନର ରବି ବିଷ୍ଣୋଇ ଓ ମୁରୁଗାନ ଅଶ୍ୱିନ ୩ଟି ଲେଖାଏ, ଶେଲଡନ କଟ୍ରେଲ ୨ଟି ଏବଂ ମହମ୍ମଦ ସାମି ଓ ଗ୍ଲେନ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ହାରି ପଞ୍ଜାବ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବାବେଳେ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଓପନିଂ ଯୋଡ଼ିରେ ୪୨ ବଲ୍‌ରୁ ୫୭ ରନ ସଂଗ୍ରହ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ମୟଙ୍କ ୨୦ ବଲ୍‌ରୁ ୪ ଚୌକା ସହାୟତାରେ ୨୬ ରନ କରି ଆଉଟ ହୋଇଥିଲେ। ମଧ୍ୟଭାଗରେ ନିକୋଲାନ ପୁରନ(୧୭ ରନ, ୧୮ ବଲ, ୧ ଚୌକା) ଓ ଗ୍ଲେନ ମ୍ୟାକ୍ସଓ୍ବେଲ (୫ ରନ, ୬ ବଲ୍‌) ଶୀଘ୍ର ଆଉଟ ହୋଇଥିଲେ ହେଁ ଦଳର ଭାର ଏକାକୀ କାନ୍ଧ ଉପରକୁ ନେଇ ରାହୁଲ ଖେଳିଥିଲେ ସ୍ମରଣୀୟ ଇନିଂସ। ସେ ଚଳିତ ସଂସ୍କରଣର ପ୍ରଥମ ଖେଳାଳିଭାବେ ଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ପଞ୍ଜାବ ଇନିଂସ ଏକଦା ୧୮୦ ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରାଯାଉଥିଲା। ମାତ୍ର ଶେଷ ୪ ଓଭରରେ ବାଙ୍ଗାଲୋର ବୋଲରମାନେ ଅବିଶ୍ୱସନୀୟଭାବେ ୭୪ ରନ ବ୍ୟୟ କରିବାରୁ କିଙ୍ଗ୍ସ ଇଲେଭେନ ଟାର୍ଗେଟରେ ପହଞ୍ଚତ୍ ଯାଇଥିଲା। ୧୯ତମ ଓଭରରେ ଡେଲ୍‌ ଷ୍ଟେଇନ ୨୬ ଓ ୨୦ତମ ଓଭରରେ ଶିବମ୍‌ ଦୁବେ ୨୩ ରନ ବ୍ୟୟ କରିଥିଲେ। ୬୨ ବଲ୍‌ରୁ ଶତକ ପୂରଣ କରିଥିବା ରାହୁଲ ମୋଟ ୬୯ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ ଚୌକା ଓ ୭ ଛକା ସହାୟତାରେ ୧୩୨ ରନରେ ଅପରାଜିତ ରହିଥିଲେ। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ରହିଥିଲା ୧୯୧.୩୦। ଅନ୍ୟ କୌଣସି ସାଥି ଖେଳାଳି ବଡ଼ ସ୍କୋର କରି ନ ଥିଲେ ହେଁ ରାହୁଲ ଦ୍ୱିତୀୟ ଉଇକେଟରେ ପୁରନଙ୍କ ସହ ୫୭ ଏବଂ ଅସମାପ୍ତ ୪ର୍ଥ ଉଇକେଟରେ କରୁଣ ନାୟାରଙ୍କ ସହ ୭୮ ରନର ଭାଗୀଦାରି ଗଢ଼ି ପଞ୍ଜାବ ଇନିଂସର ମେରୁଦଣ୍ଡ ସାଜିଥିଲେ। ନାୟାର ୮ ବଲ୍‌ରୁ ୧୫(୨ ଚୌକା) ରନରେ ଅପରାଜିତ ରହିଥିଲେ। ବାଙ୍ଗାଲୋରର ପ୍ରାୟ ସମସ୍ତ ବୋଲର ମହଙ୍ଗା ରହିଥିବାବେଳେ ଦୁବେ ୨ଟି ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୨୦୬/୩(ରାହୁଲ-୧୩୨*, ଅଗ୍ରଓ୍ବାଲ-୨୬, ଦୁବେ-୨/୩୩, ଚହଲ-୧/୨୫)। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭ ଓଭରରେ ୧୦୯/ଅଲଆଉଟ (ଓ୍ବାଶିଂଟନ-୩୦, ଡିଭିଲର୍ସ-୨୮, ବିଷ୍ଣୋଇ-୩/୩୨, ମୁରୁଗାନ-୩/୨୧, କଟ୍ରେଲ-୨/୧୭, ସାମି-୧/୧୪, ମ୍ୟାକ୍ସଓ୍ବେଲ-୧/୧୦)।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?