Posted inଖେଳ

କେକେଆର୍‌ର ବାଜିଗର୍‌ ରାହୁଲ; ପ୍ରଶଂସକ କହିଲେ ହାରିକରି ଜିତୁଥିବା…

ଦୁବାଇ,୧୪।୧୦: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ସହ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ୱାଲିଫାୟର-୨ର ରୋମାଞ୍ଚକର ମୁକାବିଲାରେ କେକେଆର୍‌ ବାଜିମାତ କରିଥିଲା। ଏକ ସମୟରେ ଦିଲ୍ଲୀ ଜିତିବା ସୁନିଶ୍ଚିତ ଲାଗିଥିଲେ ହେଁ ଶେଷଯାଏ ହାର୍‌ ନ ମାନି ରାହୁଲ ତ୍ରିପାଠୀ ଦଳକୁ ବିଜେତା କରିଥିଲେ। ଏଣୁ ଦଳ ଫାଇନାଲରେ ପ୍ରବେଶ କରିବାର ଶ୍ରେୟ ରାହୁଲଙ୍କୁ ଯାଉଛି ବୋଲି କୁହାଯାଉଛି। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସା କରାଯାଉଛି।
ଜଣେ ପ୍ରଶଂସକ ରାହୁଲଙ୍କ ପାଇଁ ଲେଖିଛନ୍ତି, ହାରି ଜିତିବା ଲୋକକୁ ରାହୁଲ ତ୍ରିପାଠୀ କୁହନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ରାହୁଲ ନାମ ତ ମନେ ଅଛି ନା। ବହୁତ ଲୋକ ରାହୁଲଙ୍କ ପ୍ରଶଂସାରେ ମେମେ ଶେୟାର କରୁଛନ୍ତି।
ତେବେ ରାହୁଲଙ୍କ ବ୍ୟତିତ ଭେଙ୍କଟେଶ ଆୟାର ଏବଂ ଶୁଭମନ ଗିଲ କେକେଆର୍‌ ପାଇଁ ବେଶ ଭଲ ଖେଳିଥିଲେ। ଭେଙ୍କଟେଶ ‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’ ହୋଇଥିଲେ। ଏବେ ଅକ୍ଟୋବର ୧୫ରେ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଫାଇନାଲ ଖେଳିବ। ୨୦୧୨ରେ କେକେଆର୍‌ ଚେନ୍ନାଇ ବିପକ୍ଷରେ ଖେଳି ଆଇପିଏଲ୍‌ ଟାଇଟଲ୍‌ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଏସୀୟ କ୍ରୀଡ଼ା ଝିଲ୍ଲୀ, ସ୍ନେହାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ଦୁଇ ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଓ ସ୍ନେହା ସୋରେନ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ପାଇଛନ୍ତି। ନେପାଳର...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ମିଳିଗଲା ଦ୍ୱିତୀୟ ଧୋନୀ

ନୂଆଦିଲ୍ଳୀ,୧୬।୧୦: ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇଛି। ଅକ୍ଟୋବର ଏଥି ସହିତ ଟିମ ଇଣ୍ଡିଆ ୨୩ ଅକ୍ଟୋବର ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଟିମ...

ବିଶ୍ୱ ଚାମ୍ପିୟନଶିପ୍‌ରେ ଟ୍ରାଏଲରୁ ହଟିଲେ ପ୍ରବୀଣ ରାଣା

ନୂଆଦିଲ୍ଲୀ,୧୩।୮- ଆସନ୍ତା ସେପ୍ଟେମ୍ବର ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ କାଜାଖସ୍ତାନସ୍ଥିତ ନୁର ସୁଲତାନଠାରେ ବିଶ୍ୱ ରେସଲିଂ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏଥିନେଇ ହେବାକୁ ଥିବା ଚୟନ...

ନିମ୍ନମାନର ଥିଲା ବେଙ୍ଗାଲୁରୁ ପିଚ୍‌

ଦୁବାଇ,୨୦।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଚିନ୍ନାସ୍ବାମୀ ଷ୍ଟାଡିୟମର ଯେଉଁ ପିଚ୍‌ରେ ଖେଳାଯାଇଥିଲା, ତାହା ନିମ୍ନମାନର ଥିଲା। ମ୍ୟାଚ୍‌ରେ ବ୍ୟବହୃତ ପିଚ୍‌କୁ ରବିବାର...

କୋହଲିଙ୍କୁ ସହ ଘଟିଲା ଏମିତି, ବୋଲର୍‌ଙ୍କୁ ମାଗିବାକୁ ପଡିଲା କ୍ଷମା: ଦେଖନ୍ତୁ ଭିଡିଓ

ପୁଣେ,୫।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାରିଥର ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ...

ଭାରତୀୟ ଜର୍ସି ପିନ୍ଧି ଗ୍ରାଉଣ୍ଡରେ ପଶିଲେ ପ୍ରଶଂସକ

ଲଣ୍ଡନ,୧୪।୮: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୩ୟ ଦିନରେ ଗ୍ରାଉଣ୍ଡ ଭିତରେ ଏକ ଅଜବ ଘଟଣା ଘଟିଥିଲା। ଶନିବାର ଲଞ୍ଚ ପରେ...

ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ନିର୍ବାଚନ ଜୟଦେବ ସଭାପତି, ହିମାଂଶୁ ସମ୍ପାଦକ

ରାଜକୋଟ,୨୨।୯(ପି.ଟି.)- ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କ୍ରିକେଟ ପ୍ରଶାସକ ନିରଞ୍ଜନ ଶାହାଙ୍କ ପୁଅ ଜୟଦେବ ଶାହା ଏସ୍‌ସିଏ ସଭାପତି ରୂପେ...

ଗ୍ରୀନ ୩ ମାସ ବାସନ୍ଦ

ସିଡ୍‌ନୀ, ୯।୧ (ଏଏଫ୍‌ପି)- ଅଷ୍ଟ୍ରେଲୀୟ କ୍ରିକେଟର ତଥା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ସିଡ୍‌ନୀ ଥଣ୍ଡର୍ସ ପକ୍ଷରୁ ଖେଳୁଥିବା ଅଫ୍‌ ସ୍ପିନର କ୍ରିସ୍‌ ଗ୍ରୀନ ୩...

Advertisement
Archives

Model This Week