Posted inଖେଳ

ସଫଳତାର ରାଜ୍‌ ଖୋଲିଲେ ରାହୁଲ

ସେଞ୍ଚୁରିୟନ୍‌,୩୧।୧୨: ଭାରତୀୟ ଓପନର୍‌ କେ.ଏଲ ରାହୁଲ ଦୃଢ ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଥିଲା। ସେଣ୍ଟୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ରାହୁଲ ଏକ ଶତକ ହାସଲ କରିଥିଲେ। ସେ ପ୍ରଥମ ଇନିଂସରେ ୧୨୩ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଏହାପରେ ୨୯ ବର୍ଷୀୟ କେ.ଏଲ ରାହୁଲ ତାଙ୍କ ସଫଳତାର ରହସ୍ୟ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, ଅଫ ଷ୍ଟମ୍ପ ବାହାରେ ଯାଉଥିବା ବଲ୍‌ ଗୁଡିକୁ ଛାଡିଦେବା ଦ୍ୱାରା ତାଙ୍କୁ ଅନେକ ଲାଭ ମିଳିଛି। ମୁଁ ଏବେ ଏହାକୁ ଉପଭୋଗ କରୁଛି। ମୁଁ ଜାଣେ ଆମେ ଅଧିକ ଦିନିକିଆ ଏବଂ ଟି୨୦ କ୍ରିକେଟ ଖେଳୁ। ପଡ଼ିଆରେ ସଟ ସ୍କୋର କରିବା ଉତ୍ସାହଜନକ କିନ୍ତୁ ଟେଷ୍ଟ କ୍ରିକେଟରେ ସବଦାଶୃଙ୍ଖଳିତ ଖେଳିବାକୁ ପଡିବ। ଆପଣଙ୍କୁ ସଠିକ ବଲ ପାଇଁ ଅପେକ୍ଷା କରିବାକୁ ଶିଖିବାକୁ ପଡିବ।
ସେ ଟେଷ୍ଟ ଦଳରେ ନିଜର ସ୍ଥାନ ପକ୍କା କରିବାରେ ସଫଳ ହୋଇଥିଲେ। ରାହୁଲ ଲଡର୍‌ସ ଠାରେ ଏହି ପଦ୍ଧତି ଗ୍ରହଣ କରିଥିଲେ ଏବଂ ଏକ ଶତକ ସ୍କୋର କରିଥିଲେ। ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନରେ ସେ ଏହି ଉପାୟରେ ସଫଳତା ହାସଲ କରିଛନ୍ତି । ତାଙ୍କ ଶତକ ଯୋଗୁ ଭାରତ ସେଞ୍ଚୁରିୟନରେ ପ୍ରଥମ ବିଜୟ ହାସଲ କରିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟଥର ପାଇଁ ଏଏଫ୍‌ଆଇ ମୁଖ୍ୟ ହେବେ ସୁମରିଓ୍ବାଲା

ନୂଆଦିଲ୍ଲୀ,୨୨।୧୦(ପି.ଟି.): ଜଣାଶୁଣା କ୍ରୀଡ଼ା ପ୍ରଶାସକ ଆଦିଲେ ସୁମରିଓ୍ବାଲା ତୃତୀୟଥର ପାଇଁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବା...

ମୋରିସ୍‌ ଓ ପାଣ୍ଡ୍ୟାଙ୍କୁ ଭର୍ତ୍ସନା

ଆବୁଧାବି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲ୍‌ରାଉଣ୍ଡର ଖ୍ରିସ୍‌ ମୋରିସ ଓ ତାଙ୍କ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭର୍ତ୍ସନା କରାଯାଇଛି। ଚଳିତ ଇଣ୍ଡିଆନ...

ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ଘରକୁ ଫେରିଲେ ଗାଙ୍ଗୁଲୀ

କୋଲକାତା, ୩୧।୧: ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ବିସିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ରବିବାର ଆପୋଲ ହସ୍ପିଟାଲରୁ ଛୁଟି ମିଳିଛି। ଏବେ ସେ ଘରକୁ...

ଆଜିର ଦିନରେ ଅସୁସ୍ଥ ଯୁବି ଖେଳିଥିଲେ ବିଶ୍ୱକପ୍‌ ବିଜୟୀ ଶତକୀୟ ଇନିଂସ

ନୂଆଦିଲ୍ଲୀ, ୨୦।୩- ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଠିକ୍‌ ୯ ବର୍ଷ ତଳେ ୨୦୧୧ ବିଶ୍ୱକପ୍‌ରେ ଶତକୀୟ ଇନିଂସ ଖେଳିଥିଲେ। ସେତେବେଳେ କର୍କଟରେ ପୀଡ଼ିତ...

ପଦକ ଧରି ଫେରିଲେ ଡିସ୍‌କସ୍‌ କୁଇନ୍‌ ପାର୍ବତୀ

କଟକ ଅଫିସ,୮ା୮- ଇଟାଲୀର ଟୋରିନୋ ସହରରେ ଶେଷ ହୋଇଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଭାରତ ପାଇଁ ଡବଲ ପଦକ ବିଜୟୀ ହୋଇ ଫେରିଛନ୍ତି ଅନ୍ତର୍ଜାତୀୟ ଆଥଲେଟ...

ଆଇସିସି ବିଶ୍ୱକପ୍‌ : ଭାରତ- ଆଫଗାନିସ୍ତାନ ମୁକାବିଲା

ସାଉଥାମ୍ପଟନ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଭାରତ ଟୁର୍ନାମେଣ୍ଟର ୨୮ତମ ମ୍ୟାଚ୍‌ରେ ଶନିବାର ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ଭେଟିବ। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ...

ସୁଯୋଗ ହାତଛଡ଼ା କଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧ା୩- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଭାରତୀୟ ଦଳ ବଡ଼ ସୁଯୋଗ ହାତଛଡ଼ା କରିଛି। ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରି ବିରାଟ...

ସଚିନଙ୍କ ସହ ଡିନର୍‌ କଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ, ୧୮।୪- ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଗୁରୁବାର ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଲାଗି...

Advertisement
Archives

Model This Week