Posted inଜାତୀୟ

ଗୋଟିଏ ଟେବୁଲ୍‌ରେ ବସିବେ ରାହୁଲ-ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୩।୬:ଆରମ୍ଭ ହେବାକୁ ଯାଉଛି ୧୮ତମ ସଂସଦର ସ୍ବତନ୍ତ୍ର ଅଧିବେଶନ। ଆସନ୍ତାକାଲି ଠାରୁ ଏହି ଅଧିବେଶନ ଆରମ୍ଭ ହେବ। ଏଥିରେ ଲୋକ ସଭାର ବାଚସ୍ପତି ସମେତ ଏମପିମାନେ ଶପଥ ଗ୍ରହଣ କରିବେ। ଏସବୁ ଭିତରେ ଲୋକ ସଭାର ବିରୋଧୀ ଦଳ ନେତାକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ ଓ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନାଁ ସୁପାରିଶ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ମିଳି ନ ଥିବାବେଳେ ଯଦି ରାହୁଲ ବିରୋଧୀ ଦଳ ନେତା ହୁଅନ୍ତି ତେବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୋଟିଏ ଟେବୁଲରେ ବସିବେ। ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ପଦବୀ ନିଯୁକ୍ତିରେ ତାଙ୍କର ମଧ୍ୟ ଦାୟିତ୍ୱ ରହିବ। ମୋଦିଙ୍କ ସହ ସେ ମିଶି ବହୁ ନିଷ୍ପତ୍ତି ନେବେ।

ମୋଦି ଓ ରାହୁଲ ଗାନ୍ଧୀଙ୍କ ଭିତରେ ଦେଶର କୌଣସି ପ୍ରସଙ୍ଗ ନେଇ ଘମାଘୋଟ ଟାର୍ଗେଟ ରହିଥିବାବେଳେ ଏବେ ଦୁହେଁ ଲୋକ ସଭାରେ ବଡ଼ ବଡ଼ ପଦବୀରେ ନିଯୁକ୍ତି ହେବେ। ମୋଦି ଗୃହର ନେତା ଭାବେ ଦାୟିତ୍ୱ ନେଇ ସାରିଥିବାବେଳେ ରାହୁଲ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ନେଇ ପାରନ୍ତି। ତେବେ ଦୁହିଁଙ୍କୁ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏକାଠି ନିଷ୍ପତ୍ତି ନେବାକୁ ପଡିବ। ପାଓ୍ବାରଫୁଲ ପଦବୀର ନିଯୁକ୍ତିର ନିଷ୍ପତ୍ତି ମଧ୍ୟ ଦୁହେଁ ଏକାଠି ନେବେ। ବିରୋଧୀ ଦଳ ନେତା ବହୁତ ପାଓ୍ବାରଫୁଲ ହୋଇଥାଏ। ଏହି ପଦ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ଥାଏ। ଏଥିସହ ଗୃହର ନେତା ଅର୍ଥାତ ମୋଦିଙ୍କ ପରି ବିରୋଧୀ ଦଳ ନେତାଙ୍କୁ ସେତିକି ପ୍ରଭାବ ଥାଏ। ସଂସଦରେ ଅଲଗା ଅଲଗା କକ୍ଷର ବଣ୍ଟନ ମଧ୍ୟରେ ଲୋକ ସଭା ସଚିବାଳୟ ବିରୋଧୀ ଦଳ ନେତାଙ୍କ ରାୟ ନେଇଥା’ନ୍ତି। ବିରୋଧୀ ଦଳ ନେତା ସେହି କମିଟିର ଅଧ୍ୟକ୍ଷ ହୋଇଥା’ନ୍ତି ଯାହା ବଡ଼ ବଡ଼ ପଦର ନିଯୁକ୍ତି କରିଥାଏ। ଏହି ସମିତିରେ କ୍ୟାବିନେଟ ମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନମନ୍ତ୍ରୀ ସଦସ୍ୟ ରହିଥା’ନ୍ତି। ବିରୋଧୀଦଳର ନେତା ପବ୍ଲିକ ଆକାଉଣ୍ଟସ, ପବ୍ଲିକ ଅଣ୍ଡରଟେକିଂ ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ରୁହନ୍ତି। ଅନେକ ମିଳିତ ସଂସଦୀୟ ପ୍ୟାନେଲରେ ରହିବା ବ୍ୟତୀତ ବିରୋଧୀ ଦଳର ନେତା ମଧ୍ୟ ଅନେକ ଚୟନ କମିଟିର ଏକ ଅଂଶ ଅଟନ୍ତି। ଏହି କମିଟି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ନିର୍ବାଚନ କମିଶନର, ଜାତୀୟ ମାନବଧିକାର କମିଶନର, କେନ୍ଦ୍ରୀୟ ସୂଚନା ଆୟୋଗ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଆଦି ପରି କେନ୍ଦ୍ରୀୟ ଏଜେନ୍ସିର ମୁଖ୍ୟମାନଙ୍କୁ ନିଯୁକ୍ତି କରିଥା’ନ୍ତି। ଯଦି ରାହୁଲ ଏହି ବିରୋଧୀ ଦଳ ନେତାର ମଙ୍ଗ ଧରନ୍ତି ତେବେ ଏହି କମିଟି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାହୁଲଙ୍କ ଅନୁମତି ନେବ।

ଲୋକ ସଭାର ବିରୋଧୀ ଦଳର ନେତା କ୍ୟାବିନେଟ ମନ୍ତ୍ରୀଙ୍କ ପଦ ସହ ସମାନ। ଏହି ପୋଷ୍ଟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପଦବୀରେ ଥିବା ବ୍ୟକ୍ତି ବେତନ, ଭତ୍ତା କେନ୍ଦ୍ର ମନ୍ତ୍ରୀଙ୍କ ଭଳି ସମାନ ସୁବିଧା ପାଇଥାନ୍ତି। ସୂଚନାନୁସାରେ, ବିରୋଧୀଦଳର ନେତାଙ୍କୁ ମାସକୁ ୩,୩୦,୦୦୦ ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ ଜଣେ କ୍ୟାବିନେଟ ମନ୍ତ୍ରୀ ଆବାସ ଏବଂ ଡ୍ରାଇଭର ସହିତ ଏକ କାର ପାଇଥାନ୍ତି। ଏହା ବ୍ୟତୀତ ବିରୋଧୀଦଳର ନେତା ପ୍ରାୟ ୧୪ଜଣ କର୍ମଚାରୀ ପାଇଥାନ୍ତି, ଯାହାର ଖର୍ଚ୍ଚ ସରକାର ବହନ କରନ୍ତି। ସଂସଦ ଗୃହ ବ୍ୟତୀତ ବିରୋଧୀ ଦଳର ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଚାରବିମର୍ଶ କରିଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?