Posted inଖେଳ

ଇତିହାସ ରଚିଲେ ରାହୁଲ: ୬ ବଡ଼ ରେକର୍ଡ କଲେ ହାସଲ

ଲଣ୍ଡନ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଦୃଢ ଆରମ୍ଭ କରିଛି। ଲର୍ଡସରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ୩ ଉଇକେଟ୍‌ ହରାଇ ୨୭୬ ରନ ସଂଗ୍ରହ କରିଛି। ଭାରତୀୟ ଦଳକୁ ଏହି ଦୃଢ ସ୍ଥିତିକୁ ନେଇଯିବାର ଶ୍ରେୟ ଓପନର୍‌ କେ.ଏଲ ରାହୁଲଙ୍କୁ ଯାଇଛି। ସେ ୧୨୭ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସ ସମୟରେ ୬ଟି ନୂଆ ରେକର୍ଡ ସ୍ଥାପନ କରିଥିଲେ କରିଥିଲେ।

ଦ୍ୱିତୀୟ ଟେଷ୍ଟରେ କେଏଲ ରାହୁଲ ତାଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ଅର୍ଜନ କରିଛନ୍ତି। ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାରେ ସେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୨୪ ନମ୍ବରରେ ଅଛନ୍ତି। ଏମଏସ ଧୋନୀ ଏବଂ ମନସୁର ଅଲି ଖାନ ପଟୌଦି ମଧ୍ୟ ୬-୬ ଶତକ ହାସଲ କରିଛନ୍ତି।

କେଏଲ ରାହୁଲ ରୋହିତ ଶର୍ମାଙ୍କ ସହ ୧୨୬ ରନର ଏକ ଓପନିଂ ଭାଗିଦାରୀ କରିଥିଲେ। ଏହା ପରେ ବିରାଟ କୋହଲି ସହ ତୃତୀୟ ଉଇକେଟ ପାଇଁ ୧୧୭ ରନ ଯୋଡିଥିଲେ। ଏହା ପ୍ରଥମ ଥର ପାଇଁ ଲର୍ଡସରେ ସମାନ ମ୍ୟାଚରେ ଜଣେ ଭାରତୀୟ ଖେଳାଳି ଦୁଇ ଶତକୀୟ ଭାଗିଦାରୀ କରିଛନ୍ତି।

ବିଦେଶରେ ଓପନର୍‌ ଭାବରେ ଏହା କେ.ଏଲ ରାହୁଲଙ୍କ ଚତୁର୍ଥ ଶତକ। କେବଳ ଜଣେ ଭାରତୀୟ ଓପନର୍‌ ସୁନୀଲ ଗାଭାସ୍କର (୧୫) ଏସିଆ ବାହାରେ ତାଙ୍କ ଅପେକ୍ଷା ଅଧିକ ଶତକ ମାରିବାରେ ସକ୍ଷମ ହୋଇଛନ୍ତି। ଚାରି ଶତକ ସହିତ କେ.ଏଲ ରାହୁଲଙ୍କ ସହ ରୋହିତ ଶର୍ମା ସମାନ ସ୍ଥାନରେ ଅଛନ୍ତି।

ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ଶତକ ହାସଲ କରିଥିବା କେ.ଏଲ ରାହୁଲ ହେଉଛନ୍ତି ଦଶମ ଭାରତୀୟ। ଏହି ଗ୍ରାଉଣ୍ଡରେ ସର୍ବାଧିକ ୧୦ ଶତକ ହାସଲ କରିଥିବା ଦିଲୀପ ଭେଙ୍ଗସରକାର ହେଉଛନ୍ତି ଏକମାତ୍ର ଭାରତୀୟ। ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ଅଜହରୁଦ୍ଦିନ, ଗୁଣ୍ଡାପ୍ପା ବିଶ୍ୱନାଥ, ଅଜିଙ୍କେ ରାହାନେ ଏବଂ ଅଜିତ ଅଗରକର ମଧ୍ୟ ଏଠାରେ ଶତକ ସ୍କୋର କରିଛନ୍ତି।

ଲର୍ଡସ ଠାରେ ଐତିହାସିକ ଗ୍ରାଉଣ୍ଡରେ ଏକ ଶତକ ହାସଲ କରିଥିବା କେଏଲ ରାହୁଲ ହେଉଛନ୍ତି ତୃତୀୟ ଭାରତୀୟ ଓପନର। ଭିନୁ ମଙ୍କଡ ଏବଂ ରବି ଶାସ୍ତ୍ରୀ ତାଙ୍କ ଆଗରେ ଏହା କରିଛନ୍ତି। ରାହୁଲ ଲର୍ଡସରେ ସର୍ବାଧିକ ସ୍କୋରର ଭାରତୀୟ ହେବାର ସୁଯୋଗ ପାଇଛନ୍ତି। ଏହି ରେକର୍ଡ ମଙ୍କଡ (୧୮୪)ଙ୍କ ନାମରେ ଅଛି।

ତାଙ୍କ ଶତାକୀୟ ଇନିଂସରେ କେ.ଏଲ ରାହୁଲ ୧୦୮ ତମ ବଲରେ ପ୍ରଥମ ଚୌକା ମାରିଥିଲେ। ସେ ୧୦୭ ବଲରେ ମାତ୍ର ୨୨ ରନ ସଂଗ୍ରହ କରିଥିଲେ। ଏହା ପରେ ମୋଏନ ଅଲିଙ୍କ ବଲ୍‌ରେ ପ୍ରଥମ ଛକା ମାରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?