Posted inଖେଳ

ଇତିହାସ ରଚିଲେ ରାହୁଲ: ୬ ବଡ଼ ରେକର୍ଡ କଲେ ହାସଲ

ଲଣ୍ଡନ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଦୃଢ ଆରମ୍ଭ କରିଛି। ଲର୍ଡସରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ୩ ଉଇକେଟ୍‌ ହରାଇ ୨୭୬ ରନ ସଂଗ୍ରହ କରିଛି। ଭାରତୀୟ ଦଳକୁ ଏହି ଦୃଢ ସ୍ଥିତିକୁ ନେଇଯିବାର ଶ୍ରେୟ ଓପନର୍‌ କେ.ଏଲ ରାହୁଲଙ୍କୁ ଯାଇଛି। ସେ ୧୨୭ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସ ସମୟରେ ୬ଟି ନୂଆ ରେକର୍ଡ ସ୍ଥାପନ କରିଥିଲେ କରିଥିଲେ।

ଦ୍ୱିତୀୟ ଟେଷ୍ଟରେ କେଏଲ ରାହୁଲ ତାଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ଅର୍ଜନ କରିଛନ୍ତି। ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାରେ ସେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୨୪ ନମ୍ବରରେ ଅଛନ୍ତି। ଏମଏସ ଧୋନୀ ଏବଂ ମନସୁର ଅଲି ଖାନ ପଟୌଦି ମଧ୍ୟ ୬-୬ ଶତକ ହାସଲ କରିଛନ୍ତି।

କେଏଲ ରାହୁଲ ରୋହିତ ଶର୍ମାଙ୍କ ସହ ୧୨୬ ରନର ଏକ ଓପନିଂ ଭାଗିଦାରୀ କରିଥିଲେ। ଏହା ପରେ ବିରାଟ କୋହଲି ସହ ତୃତୀୟ ଉଇକେଟ ପାଇଁ ୧୧୭ ରନ ଯୋଡିଥିଲେ। ଏହା ପ୍ରଥମ ଥର ପାଇଁ ଲର୍ଡସରେ ସମାନ ମ୍ୟାଚରେ ଜଣେ ଭାରତୀୟ ଖେଳାଳି ଦୁଇ ଶତକୀୟ ଭାଗିଦାରୀ କରିଛନ୍ତି।

ବିଦେଶରେ ଓପନର୍‌ ଭାବରେ ଏହା କେ.ଏଲ ରାହୁଲଙ୍କ ଚତୁର୍ଥ ଶତକ। କେବଳ ଜଣେ ଭାରତୀୟ ଓପନର୍‌ ସୁନୀଲ ଗାଭାସ୍କର (୧୫) ଏସିଆ ବାହାରେ ତାଙ୍କ ଅପେକ୍ଷା ଅଧିକ ଶତକ ମାରିବାରେ ସକ୍ଷମ ହୋଇଛନ୍ତି। ଚାରି ଶତକ ସହିତ କେ.ଏଲ ରାହୁଲଙ୍କ ସହ ରୋହିତ ଶର୍ମା ସମାନ ସ୍ଥାନରେ ଅଛନ୍ତି।

ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ଶତକ ହାସଲ କରିଥିବା କେ.ଏଲ ରାହୁଲ ହେଉଛନ୍ତି ଦଶମ ଭାରତୀୟ। ଏହି ଗ୍ରାଉଣ୍ଡରେ ସର୍ବାଧିକ ୧୦ ଶତକ ହାସଲ କରିଥିବା ଦିଲୀପ ଭେଙ୍ଗସରକାର ହେଉଛନ୍ତି ଏକମାତ୍ର ଭାରତୀୟ। ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ଅଜହରୁଦ୍ଦିନ, ଗୁଣ୍ଡାପ୍ପା ବିଶ୍ୱନାଥ, ଅଜିଙ୍କେ ରାହାନେ ଏବଂ ଅଜିତ ଅଗରକର ମଧ୍ୟ ଏଠାରେ ଶତକ ସ୍କୋର କରିଛନ୍ତି।

ଲର୍ଡସ ଠାରେ ଐତିହାସିକ ଗ୍ରାଉଣ୍ଡରେ ଏକ ଶତକ ହାସଲ କରିଥିବା କେଏଲ ରାହୁଲ ହେଉଛନ୍ତି ତୃତୀୟ ଭାରତୀୟ ଓପନର। ଭିନୁ ମଙ୍କଡ ଏବଂ ରବି ଶାସ୍ତ୍ରୀ ତାଙ୍କ ଆଗରେ ଏହା କରିଛନ୍ତି। ରାହୁଲ ଲର୍ଡସରେ ସର୍ବାଧିକ ସ୍କୋରର ଭାରତୀୟ ହେବାର ସୁଯୋଗ ପାଇଛନ୍ତି। ଏହି ରେକର୍ଡ ମଙ୍କଡ (୧୮୪)ଙ୍କ ନାମରେ ଅଛି।

ତାଙ୍କ ଶତାକୀୟ ଇନିଂସରେ କେ.ଏଲ ରାହୁଲ ୧୦୮ ତମ ବଲରେ ପ୍ରଥମ ଚୌକା ମାରିଥିଲେ। ସେ ୧୦୭ ବଲରେ ମାତ୍ର ୨୨ ରନ ସଂଗ୍ରହ କରିଥିଲେ। ଏହା ପରେ ମୋଏନ ଅଲିଙ୍କ ବଲ୍‌ରେ ପ୍ରଥମ ଛକା ମାରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri