Posted inଖେଳ

ରାହୁଲ, ଆୟରଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୨୨ା୮ : ଶ୍ରୀଲଙ୍କାରେ ଖେଳା ଯିବାକୁ ଥିବା ଏସିଆ କପ୍‌ କ୍ରିକେଟ୍‌ ୨୦୨୩ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା ହୋଇଛି। ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ୍‌ ଅଗରକର ଓ ଅଧିନାୟକ ରୋହିତ ଶର୍ମା ଏକ ଖବରଦାତା ସମ୍ମିଳନୀରେ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଦୀର୍ଘଦିନର ଆହତ ସମସ୍ୟା ପରେ ଲୋକେଶ ରାହୁଲ ଓ ଶ୍ରେୟସ ଆୟର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ଟି୨୦ରେ ଆଖିଦୃଶିଆ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତିଳକ ବର୍ମା ନୂଆ ମୁହଁ ଭାବେ ଏହି ଦଳରେ ସାମିଲ ହୋଇଥିବା ବେଳେ ବ୍ୟାକ୍‌ଅପ୍‌ ଉଇକେଟକିପର ଭାବରେ ସଞ୍ଜୁ ସାମସନ୍‌ ଦଳରେ ରହିଛନ୍ତି। ଦିନିକିଆ ବିଶ୍ୱକପ ପୂର୍ବରୁ ଦଳ ଚୟନର ଏହା ଶେଷ ସୁଯୋଗ ରହିଥିବାରୁ ଭାରତ ଏହାର ମଧ୍ୟକ୍ରମ ବ୍ୟାଟିଂ ତଥା ୪ ନମ୍ବର ସ୍ଥାନକୁ ନେଇ ରହିଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବ। ଦୀର୍ଘ ସମୟ ଧରି ମଧ୍ୟକ୍ରମ ବ୍ୟାଟିଂର ମେରୁଦଣ୍ଡ ରହିଥିବା ଆୟର ଓ ରାହୁଲ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ସୁଦୃଢ଼ ହେବ। ଆୟର ଶେଷଥର ପାଇଁ ମାର୍ଚ୍ଚରେ ଓ ରାହୁଲ ମେ’ ମାସରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିଥିଲେ। ତେବେ ମୁଖ୍ୟ ଚୟନକର୍ତ୍ତା ଅଗରକରଙ୍କ ଅନୁସାରେ ଆୟର ସମ୍ପୂର୍ଣ୍ଣ ଫିଟ୍‌ ହୋଇଥିବା ବେଳେ ରାହୁଲଙ୍କ ଫିଟନେସ୍‌କୁ ନେଇ ସମସ୍ୟା ରହିଛି। ରାହୁଲ ନିଜ ହାମଷ୍ଟ୍ରିଙ୍ଗ ଆଘାତରୁ ସୁସ୍ଥ ହୋଇଛନ୍ତି। ମାତ୍ର ଅନ୍ୟ କେତେକ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ବ୍ୟାକଅପ୍‌ ଉଇକେଟକିପର ଭାବେ ସାମସନ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ରାହୁଲ ଏସିଆ କପ୍‌ ଆରମ୍ଭରୁ ଫିଟ୍‌ ନ ଥିଲେ ମଧ୍ୟ ୨-୩ ମ୍ୟାଚ୍‌ ପରେ ଫିଟ୍‌ ହୋଇଯିବେ ବୋଲି ଅଗରକର କହିଛନ୍ତି।
ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ଖେଳି ଭାରତ ନିଜର ଅଭିଯାନ ଆରମ୍ଭ କରିବ। ରାହୁଲ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି। ଆୟର୍ଲାଣ୍ଡ ସହିତ ଟି ୨୦ ଖେଳୁଥିବା ଭାରତୀୟ ଦଳର ଅଧିନାୟକ ଯଶ୍‌ପ୍ରୀତ ବୁମ୍‌ରା ଓ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଏସିଆ କପ୍‌ ଦଳରେ ସାମିଲ ଅଛନ୍ତି। କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ୩ ସ୍ପିନର ଭାବରେ ସାମିଲ ହୋଇଥିବା ବେଳେ ୟୁଜବେନ୍ଦ୍ର ଚହଲ ବାଦ୍‌ ପଡିଛନ୍ତି। ପେସ୍‌ ବୋଲିଂ ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଓ ଶାର୍ଦ୍ଦୂଳ ଠାକୁର ଦଳରେ ରହିଛନ୍ତି। ଅନ୍ୟ ଦୁଇ ପେସର ହେଲେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ୍‌।
ଏକ୍ସ ଫ୍ୟାକ୍ଟର ଭାବରେ ସୂର୍ଯ୍ୟକୁମାର ଯାଦବ ଦଳରେ ରହିଛନ୍ତି। ଶୁବମନ ଗିଲ୍‌ ଓ ରୋହିତ ଶର୍ମା ଇନିଂସ ଓପନ କରିବେ। ବ୍ୟାକ୍‌ ଅପ୍‌ ଓପନର ଭାବରେ ଇଶାନ୍‌ କିଶନ ଦଳରେ ରହିଛନ୍ତି। ତେବେ ସମସ୍ତଙ୍କୁ ଚକିତ କରି ତିଳକ ବର୍ମାଙ୍କୁ ସାମିଲ କରାଯାଇଛି। ଓ୍ବେଷ୍ଟଇଣ୍ଡିଜ୍‌ରେ ତିଳକଙ୍କ ପ୍ରଦର୍ଶନ ବେଶ୍‌ ଭଲ ରହିଥିଲା। ୟୁଜବେନ୍ଦ୍ର ଚହଲଙ୍କୁ ବାଦ ଦେବାକୁ ନେଇ ଅଧିନାୟକ ରୋହିତ ଶର୍ମା କହିଥିଲେ ବର୍ତ୍ତମାନ ୧୭ ଜଣ ଖେଳାଳି ହିଁ ଦଳରେ ସ୍ଥାନ ପାଇଥିବାରୁ ଚହଲ ବାଦ ପଡିଛନ୍ତି। ଚତୁର୍ଥ ସ୍ପିନର ଭାବରେ ଅଶ୍ୱିନ ଓ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ନାମ ବିଚାର କରାଯାଇଥିଲା। ତେବେ ଦଳର ଏକାଧିକ ପେସ୍‌ ବୋଲର ପ୍ରତ୍ୟାବର୍ତ୍ତନ କରୁଥିବାରୁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଚତୁର୍ଥ ସ୍ପିନରଙ୍କୁ ସାମିଲ କରିବା ସମ୍ଭବ ନ ଥିଲା ବୋଲି ରୋହିତ କହିଛନ୍ତି।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୂଳ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ୍‌ (ବ୍ୟାକ୍‌ଅପ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?