Posted inଜାତୀୟ

ରାହୁଲ ପର୍ଦ୍ଦାପଛର ନାୟକ: ସୋନିଆ ନାମକୁ ମାତ୍ର ଅଧ୍ୟକ୍ଷା

ନୂଆଦିଲ୍ଲୀ, ୨୬।୮: କଂଗ୍ରେସର ନେତୃତ୍ୱ ସଙ୍କଟ ନେଇ ଦଳୀୟ ଅସନ୍ତୋଷ ଏବେ ପଦାରେ ପଡ଼ିଛି। ଦଳରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ବୋଲାଉଥିଲେ ମଧ୍ୟ ପ୍ରକୃତ ନିୟନ୍ତ୍ରଣ ରାହୁଲ ଗାନ୍ଧୀଙ୍କ ହାତରେ ଥିବା ଅଭିଯୋଗ ହୋଇଛି। ଏନେଇ ଦିଗ୍‌ ବିଜୟ ସିଂ ମୁହଁ ଖୋଲିଛନ୍ତି। ଦଳରେ ଜାରି ରହିଥିବା ଏହି ସ୍ଥିତିଯୋଗୁ ଧୀରେଧୀରେ ଅସନ୍ତୋଷ ବୃଦ୍ଧି ହୋଇଥିବା ସେ କହିଛନ୍ତି। ରାହୁଲ ଅଧ୍ୟକ୍ଷ ନ ରହିଲେ ବି ସେ ପର୍ଦ୍ଦା ପଛର ନାୟକ ଭାବେ ଦାୟିତ୍ୱ ତୁଲାଉଥିବା ଦିଗ୍‌ ବିଜୟ କହିଛନ୍ତି। ଏହା ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ରାଜ୍ୟ ସଭା ନିର୍ବାଚନ ପରେ ଦଳରେ ବିଦ୍ରୋହୀ ନେତାଙ୍କ ସଂଖ୍ୟା ବଢ଼ିଥିବା ସେ କହିଛନ୍ତି। ରାହୁଲ ମୁକୁଲ ବନାନି ଏବଂ କେ.ସି. ବେଣୁଗୋପାଳଙ୍କ ପରିବର୍ତ୍ତେ ରାଜୀବ ସାତଓ୍ବଙ୍କ ନାମାଙ୍କନ ପାଇଁ ରାହୁଲଙ୍କ ସମର୍ଥନ ରହିଥିଲା। ଲେଖା ଯାଇଥିବା ଚିଠିରେ ୧୦୦ ଜଣ କଂଗ୍ରେସ ନେତା ଦସ୍ତଖତ କରିବାର ଯୋଜନା ଥିଲା। ତେବେ ବହୁ ନେତା ପଛକୁ ହଟିଯାଇଥିବା ଦିଗ୍‌ ବିଜୟ କହିଛନ୍ତି। ସେମାନଙ୍କ ଉପରେ କାଳେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ନେତା ମାନେ ଭୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ଯାତ୍ରାପୀଠକୁ ଅଣାଯିବ ଶୁଭଖୁଣ୍ଟି; ୮ ଦିନ ଧରି ଚାଲିବ ଯାତ୍ରା

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଗଣପର୍ବ ଭାବେ ପରିଚିତ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ପରିଚାଳନା ନିମନ୍ତେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! ୨୦%ରୁ ଅଧିକ ଇଥାନଲ ମିଶିବ ପେଟ୍ରୋଲରେ, ସ୍ପଷ୍ଟ କଲେ…

ଦେଶରେ ପ୍ରଚଳିତ ୨୦% ଇଥାନଲ୍‌ ମିଶ୍ରିତ ପେଟ୍ରୋଲ (ଇ-୨୦) ଯୋଗୁ ଗାଡ଼ି ଯନ୍ତ୍ରାଂଶ ଖରାପ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଦୃଢ଼ ବିରୋଧ…

ଗୃହ ମନ୍ତ୍ରଣାଳୟ ବୈଠକ ପରେ ସୋନମ ୱାଙ୍ଗଚୁକଙ୍କ ବଡ଼ ଚେତାବନୀ: କହିଲେ- ଆନ୍ଦୋଳନ ହିଁ…

ନୂଆଦିଲ୍ଲୀ,୧୦।୯: ଲଦାଖର ଭବିଷ୍ୟତ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଠୋସ ସମାଧାନ ବାହାରି ପାରିନାହିଁ।…

ଯୁକ୍ତ୨ରେ ଯୋଡ଼ିହେଲା ୨ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ

ଭୁବନେଶ୍ୱର,୧୦ା୯(ସୁଚିସ୍ମିତା ସାହୁ): ରାଜ୍ୟର ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଇଁ ଆଉ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ହଲଚଲ: ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ…

ନୂଆଦିଲ୍ଲୀ, ୧୦।୯: ବହୁଜନ ସମାଜ ପାର୍ଟି (BSP)ରେ ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଅଶୋକ ସିଦ୍ଧାର୍ଥ। BSP ସୁପ୍ରିମୋ ମାୟାବତୀଙ୍କ ଭଣଜା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଅଙ୍ଗନବାଡ଼ି କର୍ମୀଙ୍କ ୧୨ହଜାର ଯାଏ ବଢିଲା ଦରମା, ଆଉ ସହାୟିକାଙ୍କୁ…

ନୂଆଦିଲ୍ଲୀ,୧୦।୯: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଉପହାର ଦେଇଛନ୍ତି। ଅଙ୍ଗନୱାଡ଼ି କର୍ମୀମାନଙ୍କର ମାସିକ ପାରିଶ୍ରମିକ…

ସିଜେପି ବିକ୍ଷୋଭକାରୀଙ୍କୁ ନୋଟିସ ପଠାଇବାକୁ କିପରି ସାହସ କଲ

ନୂଆଦିଲ୍ଲୀ,୧୦ା୯: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପରିଚାଳିତ ବିକ୍ଷୋଭରେ ଭାଗ ନେଇଥିବା ଜଣେ ଛାତ୍ରଙ୍କୁ ନୋଟିସ ଜାରି କରିଥିବାରୁ ଗ୍ରେଟର ନଏଡ଼ାର କାର୍ଯ୍ୟନିର୍ୱାହୀ ମାଜିଷ୍ଟ୍ରେଟ୍‌ଙ୍କୁ ସୁପ୍ରିମକୋର୍ଟ…

୬ଷ୍ଠ ଶ୍ରେଣୀ ପିଲାଙ୍କୁ ତ୍ରିଭାଷା ନୀତିରେ କୋହଳ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦।୯: ସିବିଏସ୍‌ଇର ତ୍ରିଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ଚଳିତ ଶିକ୍ଷାବର୍ଷ ପାଇଁ ୬ଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଏହି ନୀତିରୁ ବାଦ୍‌ ଦେବାକୁ ବିଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri