Posted inଜାତୀୟ

ପହଁରାରେ ପ୍ରବୀଣ ରାହୁଲ

ରାୟପୁର, ୧୬ା୬ : ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମଙ୍ଗଳବାର ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ଛତିଶଗଡ଼ର ରାହୁଲ ସାହୁ (୧୧) ବିଳାସପୁର ଆପୋଲୋ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ବହୁ ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରି ୮୦ ଫୁଟ୍‌ ଗାତରେ ପ୍ରାୟ ୧୦୬ ଘଣ୍ଟା ରହିବା ପରେ ତାଙ୍କ ଦେହରେ ସାମାନ୍ୟ ସଂକ୍ରମଣ ଦେଖାଦେଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଏବଂ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଠିକ୍‌ ଭାବେ କାର୍ଯ୍ୟ କରୁଛି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ପ୍ରାୟ ସପ୍ତାହେ ଲାଗିପାରେ ବୋଲି ଡାକ୍ତର କହିଛନ୍ତି।

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବୁଧବାର ରାହୁଲଙ୍କୁ ଡାକ୍ତରଖାନାରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କୁ ସାହସୀ ବାଳକ ଆଖ୍ୟା ଦେଇଛନ୍ତି। ଏଥିସହ ରାହୁଲଙ୍କ ସମସ୍ତ ଚିକିତ୍ସା ଓ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମାନସିକ ଭାବେ ଦିବ୍ୟାଙ୍ଗ ସତ୍ତ୍ୱେ ରାହୁଲ ସାଇକେଲ ଚାଳନା, ପାଣିରେ ପହଁରିବା, ଢୋଲ-ତାବଲା ବଜାଇବାରେ ଧୂରନ୍ଧର ବାପା ରାମ କୁମାର ସାହୁ କହିଛନ୍ତି। ରାହୁଲଙ୍କ ଇଚ୍ଛା ଶକ୍ତି ହିଁ ବୋରଓ୍ବେଲ ମଧ୍ୟରେ ତିଷ୍ଠି ରହିବାରେ ସହାୟକ ହୋଇଥିବା ତାଙ୍କ ବାପା ପ୍ରକାଶ କରିଛନ୍ତି।

ଜିଲା ମାଲଖରୋଡା ବ୍ଲକ୍‌ ପିହରିଡ ଗ୍ରାମର ଏକ ବୋରଓ୍ବେଲରେ ଗତ ଶୁକ୍ରବାରଠାରୁ ଫସି ରହିଥିବା ରାହୁଲଙ୍କୁ ଉଦ୍ଧାର କରିବା ରେସ୍କ୍ୟୁ ଟିମ୍‌ ପାଇଁ ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ବିଭିନ୍ନ ଏଜେନ୍ସିର ୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ରାହୁଲଙ୍କୁ ଉଦ୍ଧାର ପାଇଁ ଅବିଶ୍ରାନ୍ତ ଉଦ୍ୟମ କରିଥିଲେ। ପ୍ରାୟ ୧୦୬ ଘଣ୍ଟାର ପରିଶ୍ରମ ପରେ ତାଙ୍କୁ ସଫଳତାର ସହ ବୋରଓ୍ବେଲରୁ ବାହାରକୁ ଅଣାଯାଇଥିଲା। ଏଥିପାଇଁ ଏନ୍‌ଡିଆର୍‌ଏଫ୍‌ ସମେତ ସମ୍ପୂର୍ଣ୍ଣ ଉଦ୍ଧାରକାରୀ ଟିମ୍‌କୁ ଦେଶବ୍ୟାପୀ ପ୍ରଂଶସାର ସୁଅ ଛୁଟିଛି। ବାପା ରାମ କୁମାର କହିଛନ୍ତି, ରାହୁଲ ଠିକ୍‌ ଭାବେ କଥା କହିପାରନ୍ତି ନାହିଁ। କେବଳ ମା’ ବାପା ଶବ୍ଦକୁ ସେ ଉଚ୍ଚାରଣ କରିପାରନ୍ତି।

ବିଭିନ୍ନ ସାଙ୍କେତିକ ଢଙ୍ଗରେ ସେ ଯୋଗାଯୋଗ କରିଥାନ୍ତି। ନଈରେ ପହଁରିବା, ତାବଲା ବଜାଇବା ରାହୁଲଙ୍କ ପ୍ରିୟ କାମ। ପୂର୍ବରୁ ରାହୁଲଙ୍କୁ ଗ୍ରାମର ଏକ ସ୍କୁଲରେ ଭର୍ତ୍ତି କରାଯାଇଥିଲେ ହେଁ ପରେ ଏକ ସ୍ବତନ୍ତ୍ର ବିଦ୍ୟାଳୟରେ ତାଙ୍କ ନାମ ଲେଖାଯାଇଥିଲା। ରାମ କୁମାରଙ୍କ ଦୁଇ ପୁଅ ଥିବାବେଳେ ରାହୁଲ ହେଉଛନ୍ତି ଜ୍ୟେଷ୍ଠ ସନ୍ତାନ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କୁ ଅପହରଣ କରି ନିଜ ଝିଅ ସହ ବିବାହ କରାଇଲେ

ପାଟନା,୧ା୧୨: ନିକଟରେ ଗୌତମ କୁମାର ବିହାର ଲୋକ ସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ବୁଧବାର ୩-୪ ଜଣ ବ୍ୟକ୍ତି ତାଙ୍କ...

୨୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଇଡି ଅଧିକାରୀ

ଚେନ୍ନାଇ,୧।୧୨: ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ଜଣେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ଅଧିକାରୀ। ତାମିଲନାଡୁରେ କଥିତ ରୂପେ ଲାଞ୍ଚ ନେବାବେଳେ ଜଣେ ଇଡି ଅଧିକାରୀ ଧରାପଡିଛନ୍ତି। ତାମିଲନାଡୁର...

ବିଲେଇ କାମୁଡିବାରୁ ଚାଲିଗଲା ଯୁବକଙ୍କ ଜୀବନ, ପରେ ପୁଅ ଚିନ୍ତାରେ ଜୀବନ ହାରିଦେଲେ ବାପା

କାନପୁର,୧।୧୨: ବିଲେଇ ପାଳିବା ପଡିଲା ମହଙ୍ଗା। ବିଲେଇ କାମୁଡିବାରୁ କାନପୁର ଦେହାତର ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଅକବରପୁର ଅଶୋକ ନଗରର ଅଜେମ ଘରେ ଗୋଟିଏ...

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳର ତାରିଖ, ନୂଆ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧।୧୨: ଆଉ ଦିନକ ପରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ। କିଏ ବାଜିମାତ୍‌ କଲା ଆଉ କିଏ ଧରାଶାୟୀ ହେଲା ଜଣାପଡିବ। ନଭେମ୍ବର ୩୦ରେ...

ୟୁସିସି ଲାଗୁ କରିବା ନେଇ କେନ୍ଦ୍ରକୁ ଦେଇ ପାରିବେନି ନିର୍ଦ୍ଦେଶ, ଯାଚିକା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧।୧୨: ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଦାଖଲ କରାଯାଇଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହି ମାମଲାର ଶୁଣାଣି କରି କୋର୍ଟ...

୫ ବର୍ଷ ପୂର୍ବେ ହୋଇଯାଇଥିଲେ ଛାଡ଼ପତ୍ର: ହେଲେ ସ୍ବାମୀଙ୍କ ହୋଇଛି ହୃଦଘାତ, ତା’ପରେ…

ଗାଜିଆବାଦ,୧।୧୨: କୁହାଯାଏ ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଇ ଜଣଙ୍କ ଭିତରେ କେବେକେବେ ବୁଝାମଣା ବାଟବଣା ହେଲେ ବି ସମୟ ଆସିଲେ ପରସ୍ପର...

ମନକଥା କହିଲେ ରାହୁଲ ଗାନ୍ଧୀ, ଲେଖକ ହେବାର ଇଛା ଥିଲା ହେଲେ…

କନ୍ନୁର,୧।୧୨:କଂଗ୍ରେସ ଏମପି ରାହୁଲ ଗାନ୍ଧୀ କେରଳର କନ୍ନୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ମନକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ଲେଖକ ହେବାକୁ...

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୧୨: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇବା କାମ ଆମ୍ବୁଲାନ୍ସ କରିଥାଏ। ତେବେ ରୋଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri