Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ‘ପନୋତି’ କହି ଫସିଲେ ରାହୁଲ ଗାନ୍ଧୀ, ନୋଟିସ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଭାରି ପଡିଛି। ଭାଜପା ଦାଖଲ କରିଥିବା ଅଭିଯୋଗରେ ସ୍ପଷ୍ଟୀକରଣ ଦେବାକୁ କହି ନିର୍ବାଚନ କମିଶନ ରାହୁଲଙ୍କୁ ଗୁରୁବାର ଏକ ନୋଟିସ ପଠାଇଛନ୍ତି। ଏବଂ ଶନିବାର ସନ୍ଧ୍ୟା ସୁଦ୍ଧା ଜବାବ ରଖିବାକୁ ଏଥିରେ କୁହାଯାଇଛି।

ବିଜେପି ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ରାହୁଲ ଶନିବାର ଦିନ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ତାଙ୍କ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବହୁ ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଏହିପରି ଭାଷାର ବ୍ୟବହାର ଜଣେ ବରିଷ୍ଠ ନେତାଙ୍କ “ଅସମ୍ମାନ” ଅଟେ।

ତେବେ ନିର୍ବାଚନ ଆୟୋଗ ତାଙ୍କର ନୋଟିସରେ ଦର୍ଶାଇଛନ୍ତି ଯେ ମଡେଲ ଆଚରଣ ବିଧି ନେତାମାନଙ୍କୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ଅନୁମତି ଦେଇ ନାହିଁ।

ସୂଚନାଯୋଗ୍ୟ କଂଗ୍ରେସ ଏମପି ରାହୁଲ ମଙ୍ଗଳବାର ରାଜସ୍ଥାନର ଜଲୋର ଅଞ୍ଚଳରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ପନୋତି’ କହିଥିଲେ। ପରେ ଯାହାକୁ ନେଇ ଭାଜପା ନେଟ୍ୱାମେଂ ରାହୁଲଙ୍କୁ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏମ୍‌ଡିର ବଡ଼ ଚେତାବନୀ, ମେ’ରେ ସ୍ବାଭାବିକଠାରୁ ହେବ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ବର୍ଷ ମେ ମାସରେ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ…

କମର୍ସିଆଲ ଏଲ୍‌ପିଜି ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ,୧।୫: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ…

ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ: ୧୫ ବୁଥ୍‌ରେ ପୁନଃ ମତଦାନ ନିର୍ଦ୍ଦେଶ, ଗଣତି ପୂର୍ବରୁ କୋଲକାତାରେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ରାଜ୍ୟରେ ଭାଜପା ଏବଂ ଟିଏମ୍‌ସି ମଧ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହେବାରେ ଲାଗିଛି। ମେ ୪ ତାରିଖରେ…

‘ମମତା ଯାହା କରିଛନ୍ତି ଏକଦମ୍‌ ଠିକ୍‌ କରିଛନ୍ତି’, କିଏ ଆଉ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୧।୫: ଗତକାଲି ରାତିରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ‘ଷ୍ଟ୍ରଙ୍ଗ ରୁମ’ ପରିଦର୍ଶନ କରିବା ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଗୁରୁବାର,…

ନିର୍ବାଚନୀ ଫଳାଫଳ ମଧ୍ୟରେ ମମତାଙ୍କ ପାଇଁ ଆସିଲା ଖୁସିଖବର: ଜାଣିଲେ ଖୁସିରେ ନାବିବେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସଦ୍ୟତମ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଧିକାଂଶ ଏକଜିଟ ପୋଲ ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାର ପୂର୍ବାନୁମାନ…

ନିର୍ବାଚନ ଫଳାଫଳ ପୂର୍ବରୁ ମମତାଙ୍କୁ ଟ୍ରିପଲ ଝଟକା! TMC ପାଇଁ ଆସୁଛି…

କୋଲକାତା,୧।୫: ୨୦୨୬ ବଙ୍ଗଳା ନିର୍ବାଚନ ଫଳାଫଳ ପୂର୍ବରୁ ତୀବ୍ର ରାଜନୈତିକ କାର୍ଯ୍ୟକଳାପ ଚାଲିଛି। ଦିନ ହେଉ କି ରାତି, ସମଗ୍ର ବଙ୍ଗଳାରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି।…

ପବନ ଖେରାଙ୍କୁ ବଡ଼ ଆଶ୍ୱସ୍ତି: ଏବେ ତାଙ୍କୁ ଗିରଫ କରିବ ନାହିଁ ଆସାମ ପୋଲିସ

ନୂଆଦିଲ୍ଲୀ,୧।୫: କଂଗ୍ରେସ ନେତା ପବନ ଖେରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ଆସାମ ପୋଲିସ ଏବେ ପବନ ଖେରାଙ୍କୁ ଗିରଫ କରିପାରିବ ନାହିଁ। ପ୍ରକୃତରେ, ସୁପ୍ରିମକୋର୍ଟ ପବନ ଖେରାଙ୍କୁ…

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ଭାଜପା, ଜାଣନ୍ତୁ କ’ଣ ଏହାର କାରଣ

କୋଲକାତା,୧।୫: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ମେ ୪ ତାରିଖରେ ଘୋଷଣା ହେବାକୁ ଯାଉଛି। ପଶ୍ଚିମବଙ୍ଗ ଭାଜପା ପାଇଁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri