Posted inଜାତୀୟ

ଜାଣିଶୁଣି ଦୀପେନ୍ଦ୍ରଙ୍କ ଶର୍ଟ ଚିରିଛନ୍ତି ରାହୁଲ, ଭାଜପାର ଅଭିଯୋଗ…

ନୂଆଦିଲ୍ଲୀ, ୬।୮ : ଶୁକ୍ରବାର ଦରଦାମ ବୃଦ୍ଧି, ବେକାରୀ ଏବଂ ଜିଏସଟି ବିରୋଧରେ କଂଗ୍ରେସ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ନେତାଙ୍କୁ ଗିରଫ କରାଯାଇଥିଲା। ଦଳର ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା ନେତାମାନେ କଳା ପୋଷାକ ପିନ୍ଧିଥିଲେ। ରାହୁଲ ପୋଲିସ ବିରୋଧରେ ଅଭିଯୋଗ ଆଣି କହିଥିଲେ ସେମାନେ କେତେକ ଏମ୍‌ପିଙ୍କ ସହିତ ହାତାହାତି ହୋଇଥିଲେ। ଏହାକୁ ନେଇ ଭାଜପା ପକ୍ଷରୁ ଶନିବାର ରାହୁଲ ଏବଂ ପ୍ରିୟଙ୍କାଙ୍କୁ ନାଟକ ରାଜନୀତି କରିଥିବା ଅଭିଯୋଗ କରାଯାଇଛି।

ଭାଜପା ଆଇଟି ୱିଙ୍ଗ ଦାୟିତ୍ୱରେ ଥିବା ଅମିତ ମାଲବ୍ୟ କଂଗ୍ରେସର ପ୍ରଦର୍ଶନର ଏକ ଫଟୋ ଟୁଇଟର ଶେୟାର କରିଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ଦୀପେନ୍ଦର ହୁଡ୍ଡା ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି। ମାଲବ୍ୟ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ କଂଗ୍ରେସ ନେତା ରାହୁଲ ତାଙ୍କ ସହକର୍ମୀ ଦୀପେନ୍ଦରଙ୍କ ଶର୍ଟ ଚିରି ଦେଇଛନ୍ତି। ଯାହାଦ୍ୱାରା ଏକ ଭଲ ଫଟୋ ପ୍ରସ୍ତୁତ ହୋଇ ପାରିବ। ମାତ୍ର ସେ ଏଥିପାଇଁ ଦିଲ୍ଲୀ ପୋଲିସକୁ ଦାୟୀ କରିଛନ୍ତି।

ଏହାପୂର୍ବରୁ ଅନ୍ୟ ଏକ ଟୁଇଟରେ ମାଲବ୍ୟ ଦାବି କରିଛନ୍ତି ଯେ ବିରୋଧ ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଡ୍ୟୁଟିରେ ଥିବା ପୋଲିସଙ୍କରର ହାତ ମୋଡ଼ିବା ସହିତ ତାଙ୍କୁ ଗୋଇଠା ମାରିଥିଲେ। ସେପଟେ କଂଗ୍ରେସର ବିରୋଧ ପ୍ରଦର୍ଶନକୁ ନେଇ ଦିଲ୍ଲୀ ପୋଲିସ ତୁଗଲକ ରୋଡ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିଛି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ନୂଆଦିଲ୍ଲୀ ଡେପୁଟି କମିଶନର ଅଫ ପୋଲିସ ଅମୃତା ଗୁଗୁଲୋଥ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୧୮୬ (ସରକାରୀ କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟରୁ ନିବୃତ୍ତ କରିବା), ୧୮୮ (ସରକାରୀ କର୍ମଚାରୀଙ୍କ ଆଦେଶକୁ ଅବମାନନା), ୩୩୨ (ସରକାରୀ କର୍ମଚାରୀ ତାଙ୍କ କାର୍ଯ୍ୟ କରିବାରୁ ରୋକିବା) ଏବଂ ଧାରା ୩୪ (ଉଦ୍ଦେଶ୍ୟମୂଳକ ଭାବେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ନୂଆଦିଲ୍ଲୀ ଜିଲାରେ ନିଷେଧାଦେଶ ଲାଗୁ ହୋଇଥିବାରୁ ଜାତୀୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ କଂଗ୍ରେସକୁ ଅନୁମତି ଦେବାକୁ ଦିଲ୍ଲୀ ପୋଲିସ ମନା କରିଦେଇଥିଲା। ଶୁକ୍ରବାର ଦିଲ୍ଲୀର ଲୁଟିୟନ୍ସରୁ ୬୫ ଏମ୍‌ପିଙ୍କ ସମେତ ୩୦୦ ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri