Posted inଖେଳ

ଆଇପିଏଲ୍‌ ପୂର୍ବରୁ ହାତକୁ ଦି’ ହାତ ହେଲେ ରାହୁଲ

ପାଣାଜୀ,୧୦।୩:ଭାରତୀୟ କ୍ରିକେଟର ରାହୁଲ ଚହର ତାଙ୍କ ପ୍ରେମିକା ଇଶାନି ଜୋହରଙ୍କୁ ବିବାହ କରିଛନ୍ତି। ଲେଗ ସ୍ପିନର ରାହୁଲ ଗୋଆରେ ଏକ ନୂତନ ଇନିଂସ ଆରମ୍ଭ କରିଛନ୍ତି। ଆଗ୍ରା ନିବାସୀ ରାହୁଲ ଚହର ଡିସେମ୍ବର ୨୦୧୯ରେ ଜୟପୁରର ବେଙ୍ଗାଲୁରୁର ଇଶାନି ଜୋହରଙ୍କ ସହ ନିର୍ବନ୍ଧ କରିଥିଲେ। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ।
ରାହୁଲଙ୍କ ବିବାହ ଅବସରରେ ତାଙ୍କ ପରିବାର ମଧ୍ୟ ତାଙ୍କ ସହ ରହିଥିଲେ। ତାଙ୍କ ଭାଇ ତଥା ଭାରତୀୟ କ୍ରିକେଟର ଦୀପକ ଚହର ତାଙ୍କ ପ୍ରେମିକା ଏବଂ ଭଉଣୀ ମାଳତୀ ଚହରଙ୍କ ଉପସ୍ଥିତ ଥିଲେ। ରାହୁଲ-ଇଶାନୀଙ୍କ ବିବାହ ରୀତିନୀତି ଗୋଆର ହୋଟେଲ ଡବ୍ଲୁରେ ଅନୁଷ୍ଠିତ ହୋଇଥିଲା। ମେହେନ୍ଦୀ ସମାରୋହ ପରେ ରାହୁଲ ଚହର ଫେସବୁକରେ ଇଶାନୀଙ୍କ ସହ ତାଙ୍କର ଫଟୋ ଶେୟାର କରିଥିଲେ। ଇଶାନି ବୃତ୍ତିରେ ଜଣେ ଫ୍ୟାଶନ ଡିଜାଇନର୍‌।
ରାହୁଲ ଭାରତ ପାଇଁ ଦିନିକିଆ ଏବଂ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ଏ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ, କିନ୍ତୁ ଏଥର ପଞ୍ଜାବ କିଙ୍ଗସ ତାଙ୍କୁ ନିଜ ଦଳରେ ସାମିଲ କରିଛି। ଆଇପିଏଲ ମେଗା ନିଲାମ ୨୦୨୨ରେ ରାହୁଲଙ୍କୁ ୫.୨୫ କୋଟି ମୂଲ୍ୟ ରହିଛି। ଆଇପିଏଲରେ ପ୍ରଥମ ଥର ପାଇଁ ସେ ମୁମ୍ବାଇ ବ୍ୟତୀତ ଅନ୍ୟ ଦଳ ପାଇଁ ଖେଳିବେ। ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ରାହୁଲ ମୁମ୍ବାଇ ଦଳର ଏକ ଅଂଶ ରହିଆସିଛନ୍ତି।
ରାହୁଲ ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ପାଞ୍ଚ ଟି୨୦ ମ୍ୟାଚ ଖେଳିଛନ୍ତି। ଗୋଟିଏ ଦିନିକିଆ ମ୍ୟାଚରେ ତାଙ୍କର ତିନୋଟି ଉଇକେଟ ଥିବାବେଳେ ସେ ପାଞ୍ଚ ଟି୨୦ ମ୍ୟାଚରେ ୭ଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?