Posted inଖେଳ

ଆଇପିଏଲ୍‌ ପୂର୍ବରୁ ହାତକୁ ଦି’ ହାତ ହେଲେ ରାହୁଲ

ପାଣାଜୀ,୧୦।୩:ଭାରତୀୟ କ୍ରିକେଟର ରାହୁଲ ଚହର ତାଙ୍କ ପ୍ରେମିକା ଇଶାନି ଜୋହରଙ୍କୁ ବିବାହ କରିଛନ୍ତି। ଲେଗ ସ୍ପିନର ରାହୁଲ ଗୋଆରେ ଏକ ନୂତନ ଇନିଂସ ଆରମ୍ଭ କରିଛନ୍ତି। ଆଗ୍ରା ନିବାସୀ ରାହୁଲ ଚହର ଡିସେମ୍ବର ୨୦୧୯ରେ ଜୟପୁରର ବେଙ୍ଗାଲୁରୁର ଇଶାନି ଜୋହରଙ୍କ ସହ ନିର୍ବନ୍ଧ କରିଥିଲେ। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ।
ରାହୁଲଙ୍କ ବିବାହ ଅବସରରେ ତାଙ୍କ ପରିବାର ମଧ୍ୟ ତାଙ୍କ ସହ ରହିଥିଲେ। ତାଙ୍କ ଭାଇ ତଥା ଭାରତୀୟ କ୍ରିକେଟର ଦୀପକ ଚହର ତାଙ୍କ ପ୍ରେମିକା ଏବଂ ଭଉଣୀ ମାଳତୀ ଚହରଙ୍କ ଉପସ୍ଥିତ ଥିଲେ। ରାହୁଲ-ଇଶାନୀଙ୍କ ବିବାହ ରୀତିନୀତି ଗୋଆର ହୋଟେଲ ଡବ୍ଲୁରେ ଅନୁଷ୍ଠିତ ହୋଇଥିଲା। ମେହେନ୍ଦୀ ସମାରୋହ ପରେ ରାହୁଲ ଚହର ଫେସବୁକରେ ଇଶାନୀଙ୍କ ସହ ତାଙ୍କର ଫଟୋ ଶେୟାର କରିଥିଲେ। ଇଶାନି ବୃତ୍ତିରେ ଜଣେ ଫ୍ୟାଶନ ଡିଜାଇନର୍‌।
ରାହୁଲ ଭାରତ ପାଇଁ ଦିନିକିଆ ଏବଂ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ଏ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ, କିନ୍ତୁ ଏଥର ପଞ୍ଜାବ କିଙ୍ଗସ ତାଙ୍କୁ ନିଜ ଦଳରେ ସାମିଲ କରିଛି। ଆଇପିଏଲ ମେଗା ନିଲାମ ୨୦୨୨ରେ ରାହୁଲଙ୍କୁ ୫.୨୫ କୋଟି ମୂଲ୍ୟ ରହିଛି। ଆଇପିଏଲରେ ପ୍ରଥମ ଥର ପାଇଁ ସେ ମୁମ୍ବାଇ ବ୍ୟତୀତ ଅନ୍ୟ ଦଳ ପାଇଁ ଖେଳିବେ। ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ରାହୁଲ ମୁମ୍ବାଇ ଦଳର ଏକ ଅଂଶ ରହିଆସିଛନ୍ତି।
ରାହୁଲ ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ପାଞ୍ଚ ଟି୨୦ ମ୍ୟାଚ ଖେଳିଛନ୍ତି। ଗୋଟିଏ ଦିନିକିଆ ମ୍ୟାଚରେ ତାଙ୍କର ତିନୋଟି ଉଇକେଟ ଥିବାବେଳେ ସେ ପାଞ୍ଚ ଟି୨୦ ମ୍ୟାଚରେ ୭ଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri