Posted inଜାତୀୟ

ରାହୁଲ ବାବାଙ୍କ ୩ ପିଢି ପର୍ଯ୍ୟନ୍ତ ଏତେ ଦମ୍‌ ନାହିଁ ଯେ ୩୭୦ ଫେରାଇ ଆଣିବେ: ଶାହା

ନୂଆଦିଲ୍ଲୀ,୨୬।୯: ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଉଧମପୁର, ଜମ୍ମୁ କଶ୍ମୀରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି, ରାହୁଲ ବାବା କହିଛନ୍ତି ଆମେ ୩୭୦ ଫେରାଇ ଆଣିବା। ମୁଁ ଏହି ମଞ୍ଚରୁ କହିବାକୁ ଚାହେଁ ଯେ ରାହୁଲ ବାବାଙ୍କ ବିଷୟରେ, ତୁମର ତିନି ପିିଢିର ସେତିକି ଦମ ନାହିଁ ଯେ ୩୭୦ ଫେରାଇ ଆଣିବ।’

ଅମିତ ଶାହା ଆହୁରି କହିଛନ୍ତି ଯେ ମୋଦି ସରକାରରେ ପଥର ଫିଙ୍ଗିବା କିମ୍ବା ଆତଙ୍କବାଦ ନାହିଁ। ରାହୁଲ ବାବା ଗତକାଲି କହିଥିଲେ ଯେ ଆମେ ରାଜ୍ୟ ମାନ୍ୟତା ପ୍ରଦାନ କରିବୁ। ଦେଶର ସଂସଦରେ କୁହାଯାଇଛି ଯେ ନିର୍ବାଚନ ପରେ ଆମେ ଜମ୍ମୁ କା୍ମୀରକୁ ରାଜ୍ୟର ମାନ୍ୟତା ଦେବୁ। ଜମ୍ମୁ କଶ୍ମୀର ନିଶ୍ଚିତ ଭାବରେ ରାଜ୍ୟ ହେବ, କିନ୍ତୁ ନରେନ୍ଦ୍ର ମୋଦି ଏହାକୁ ଦେବେ। ଓମାର ଅବଦୁଲ୍ଲା ଏବଂ ରାହୁଲ ବାବା କହିଛନ୍ତି ଯେ ଆମେ କଶ୍ମୀରରେ ଗଣତନ୍ତ୍ର ଆଣିବୁ, ଏହି ପରିବାର ଜମ୍ମୁ କଶ୍ମୀରକୁ ୭୦ ବର୍ଷ ପର୍ଯ୍ୟନ୍ତ ବିଭକ୍ତ କରି ରଖିଛନ୍ତି। ପୂର୍ବରୁ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା କି ବୋଲଇ ଶାହା ପ୍ରଶ୍ନ କରିଛନ୍ତି। ଆମର ନେତା ମୋଦି ଜୀ ଏହି କାର୍ଯ୍ୟ କରିଛନ୍ତି। ଏହି ଲୋକମାନେ ଟିକେଟ ଦେଇ ନିଜର ଲୋକମାନଙ୍କୁ ନେତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶତ୍ରୁତା ପରେ ବି ପାକିସ୍ତାନରୁ ଅନେକ ଜିନିଷ କିଣୁଛି ଭାରତ, ପ୍ରତି ଘର ପାଇଁ ଆବଶ୍ୟକ…

ନୂଆଦିଲ୍ଲୀ/ଇସଲାମାବାଦ,୧୬।୧୦: ୨୦୧୯ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସ୍ଥଗିତ ରହିଛି। ଅଗଷ୍ଟ ୫, ୨୦୧୯ରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦...

ବଢୁଛି ଉତ୍ତେଜନା, କଳା ହରିଣ ଶିକାରକୁ ନେଇ ସଲମାନଙ୍କ ପାଖରେ ଏମିତି ଡିମାଣ୍ଡ ରଖିଲା ବିଷ୍ଣୋଇ ସମାଜ

ମୁମ୍ବାଇ,୧୬।୧୦: ୧୯୯୮ରେ ଫିଲ୍ମ ‘ହମ ସାଥ ସାଥ ହୈ’ର ସୁଟିଂ ସମୟରେ ଅଭିନେତା ସଲମାନ ଖାନଙ୍କ ସମେତ କେତେଜଣ ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ବିରୋଧରେ କଳା ହରିଣ...

ନିର୍ବାଚନ ପାଇଁ ରଣନୀତି ଆରମ୍ଭ, ମୋଦିଙ୍କ ସଙ୍କଟମୋଚକ ସାଜିବେ ଚମ୍ପାଇ! ଏମିତି ରହିଛି ରାଜନୈତିକ ସମୀକରଣ

ରାଞ୍ଚି,୧୬।୧୦: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ବିଗୁଲ ବାଜିସାରିଛି। ତେବେ ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ରଣନୀତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ...

ବିଦା ହେଲା ମୌସୁମୀ, ଏଥର ସାମାନ୍ୟରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୧୬।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରୁ ବିଦାୟ ନେଇଛି। ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୧୫, ୨୦୨୪ରେ ମୌସୁମୀ ସମଗ୍ର ଦେଶରୁ ଆନୁଷ୍ଠାନିକ ଭାବେ...

ହାଇକମାଣ୍ଡଙ୍କ ବଡ ନିଷ୍ପତ୍ତି: ଓମାର ଅବଦୁଲ୍ଲା ସରକାରରେ ସାମିଲ ହେବନି କଂଗ୍ରେସ

ନୂଆଦିଲ୍ଲୀ,୧୬।୧୦: ଜମ୍ମୁ-କଶ୍ମୀର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ନ୍ୟାଶନାଲ କନଫରେନ୍ସର ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହା...

୨ଦିନରେ ୧୦ ବିମାନରେ ବୋମା ଆତଙ୍କ, କାନାଡାରେ ଲ୍ୟାଣ୍ଡ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୧୬।୧୦: ଗତ ୪୮ଘଣ୍ଟା ମଧ୍ୟରେ ୧୦ଟି ବିମାନରେ ମିଳିଥିବା ବୋମା ଧମକକୁ ଗୁରୁତର ସହ ବିଚାର କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବୁଧବାର (ଅକ୍ଟୋବର...

୧୦ ବର୍ଷ ପରେ ଗଠନ ହେବାକୁ ଯାଉଛି ନିର୍ବାଚିତ ସରକାର, ଆଜି ଶପଥ ନେବେ ଓମାର

ଶ୍ରୀନଗର,୧୬।୧୦: ଓମାର ଅବଦୁଲ୍ଲା ପ୍ରଥମ ଥର ପାଇଁ ୩୭୦ ରଦ୍ଦ ପରେ ବିଧାନସଭା ନିର୍ବାଚନରେ ନ୍ୟାଶନାଲ କନଫରେନ୍ସର ବିଜୟ ପରେ ଜମ୍ମୁ କ୍‌ଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ...

୧.୩୬ ଲକ୍ଷ କୋଟି କୋଇଲା ବକେୟା ମାଗିଲେ ହେମନ୍ତ

ରାଞ୍ଚି,୧୬ା୧୦: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri