Posted inଖେଳ

ଏମିତି ଉପହାର ଦେଲେ ରାହାନେ, ଯାହାକୁ ସାରା ଜୀବନ ଭୁଲିପାରିବେନି ସିରାଜ୍‌

ମେଲବୋର୍ନ,୨୯।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରୁ ସ୍ମରଣୀୟ ଡେବ୍ୟୁ କରିଥିବା ମହମ୍ମଦ ସିରାଜଙ୍କୁ ଚତୁର୍ଥ ଦିନରେ ଅଧିତ୍ନାୟକ ଅଜିଙ୍କେ ରାହାନେ ଉପହାର ଦେଇଥିଲେ, ଯାହାକୁ ସେ ଆଜୀବନ ଭୁଲି ପାରିବେ ନାହିଁ। ସିରାଜ ବକ୍ସିଂ ଡେ ଟେଷ୍ଟରେ ମୋଟ ୫ ଉଇକେଟ ନେଇ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ରାହାନେଙ୍କୁ ଅଧିକ ସ୍ମରଣୀୟ କରିପାରିଥିଲେ ଏବଂ ପଡ଼ିଆକୁ ଯିବାବେଳେ ତାଙ୍କୁ ଦଳର ନେତୃତ୍ୱ ନେବାର ସୁଯୋଗ ଦେଇଥିଲେ। ଚତୁର୍ଥ ଦିନରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ପରେ ଦଳ ପଡ଼ିଆରୁ ବାହାରକୁ ଯାଉଥିବାବେଳେ ସିରାଜ ଦଳର ନେତୃତ୍ୱ ନେଇ ଆଗରେ ଯାଇଥିଲେ। ଏହାପରେ ଦଳର ସବୁ ଖେଳାଳି ଯାଇଥିଲେ।
ଅଷ୍ଟ୍ରେଲିଆ ଗସ୍ତରେ ଦଳ ସହ ଥିବାରୁ ଶେଷ ଥର ପାଇଁ ତାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ଶେଷଦର୍ଶନ କରିପାରି ନ ଥିଲେ ସିରାଜ୍‌। ସିରାଜ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେରେ ଚମତ୍କାର ପ୍ରଦର୍ଶନ କରି ନିଜର ସ୍ବପ୍ନକୁ ପୂରଣ କରିଥିବାବେଳେ ରାହାନେ ମଧ୍ୟ ତାଙ୍କୁ ସମ୍ମାନ ଜଣାଇବା ପାଇଁ କୌଣସି ସୁଯୋଗ ହାତଛଡା କରି ନ ଥିଲେ। ସିରାଜ ପ୍ରଥମ ଇନିଂସରେ ୪୦ ରନ ଦେଇ ୨ଟି ଉଇକେଟ ନେଇଥିବାବେଳେ ଦ୍ୱିତୀୟ ଇନିଂସରେ ସେ ୩୭ ରନ ପାଇଁ ୩ଟି ଉଇକେଟ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହାନେଙ୍କୁ ପ୍ରଶଂସା କଲେ କୋହଲି

ମେଲବୋର୍ନ,୨୭।୧୨: ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟର ଦ୍ୱିତୀୟ ଦିନ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ...

ଅଲିମ୍ପିକ୍ସ ସେଲିଂ: ନେଥ୍ରା, ବିଷ୍ଣୁଙ୍କ ବୋଟ୍‌ ଟୋକିଓରେ ପହଞ୍ଚିଲା

ଟୋକିଓ,୧୬।୭(ପି.ଟି.): ଅଲିମ୍ପିକ୍ସ ସେଲିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ଦୁଇ ଭାରତୀୟ ସେଲର ନେଥ୍ରା କୁମାନନ ଓ ବିଷ୍ଣୁ ସରଭାନନଙ୍କ ବୋଟ୍‌ ଇତିମଧ୍ୟରେ ଟୋକିଓରେ ପହଞ୍ଚିଛି।...

ଚଳିତ ସପ୍ତାହରେ ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା ହୋଇପାରେ: ଆୟୋଜକ

ଟୋକିଓ,୩୦।୩ (ଏଏଫପି)- କୋଭିଡ-୧୯ ଆତଙ୍କ କାରଣରୁ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଐତିହାସିକ ନିଷ୍ପତ୍ତି ନେଇଛି। ତେବେ...

ପ୍ରିକ୍ୱାର୍ଟର ଫାଇନାଲରେ କାଶ୍ୟପ, ସୌରଭ

କାଲଗାରୀ,୪।୭(ପି.ଟି.)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଓ ଜାତୀୟ ଚାମ୍ପିୟନ ସୌରଭ ବର୍ମା ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ କାନାଡା...

ରାଇନାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ଆମଷ୍ଟରଡାମ୍‌, ୧୦ା୮ (ପି.ଟି.)-ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଶୁକ୍ରବାର ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କର ଆଣ୍ଠୁରେ ସଫଳତାର ସହିତ ଅସ୍ତ୍ରୋପଚାର ହୋଇଛି। ତାଙ୍କୁ ଫିଟ୍‌ ହେବାଲାଗି ୪ରୁ ୬...

ଦିନିକିଆ ସିରିଜ ଜିତିଲା ବାଂଲାଦେଶ: ଓ୍ବେଷ୍ଟଇଣ୍ଡିଜ୍‌ ୭ ଉଇକେଟରେ ପରାସ୍ତ

ଢାକା,୨୩।୧(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବାଂଲାଦେଶ ବିଜୟ ହାସଲ କରିଛି। ଅଫ୍‌ସ୍ପିନର ମେହିଦି ହାସନ ମିରାଜ ୨୫ ରନ ବ୍ୟୟ କରି ୪ ଉଇକେଟ...

ଟେଷ୍ଟ ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ ପାଇଁ ବିସିସିଆଇ କହିନି: ଇସିବି

ନୂଆଦିଲ୍ଲୀ,୨୨।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କୋଭିଡ୍‌-୧୯ କାରଣରୁ ସସ୍‌ପେଣ୍ଡ ହୋଇଛି। ଏହି ଲିଗ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)...

ରୌପ୍ୟରେ ସନ୍ତୁଷ୍ଟ ମଞ୍ଜୁ ରାଣୀ

ଉଲାନ-ଉଡେ(ରୁଷିଆ),୧୩।୧୦(ପି.ଟି.)- ଭାରତୀୟ ବକ୍ସର ମଞ୍ଜୁ ରାଣୀଙ୍କ ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଅଭିଯାନ ରୌପ୍ୟ ପଦକ ସହ ଶେଷ ହୋଇଛି। ରବିବାର ଅନୁଷ୍ଠିତ ୪୮ କେଜି ଓଜନ...

Advertisement
Archives

Model This Week