Advertisement
Posted inଖେଳ

ଆଖିବୁଜିଲେ ଏହି ମହାନ କ୍ରିକେଟର୍‌

ନୂଆଦିଲ୍ଲୀ,୫।୯: ଭାରତର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ରଘୁନାଥ ରାମଚନ୍ଦ୍ର ଚାନ୍ଦୋରକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ରଘୁନାଥ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଥିଲେ। ସେ ୭ ରଣଜୀ ଟ୍ରଫି ମ୍ୟାଚରେ ମହାରାଷ୍ଟ୍ର ଏବଂ ମୁମ୍ବାଇର ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୫୫ ରନ ସଂଗ୍ରହ କରିଥିଲେ। ଜୀବନରେ ଏକ ଶତକ ପୂରଣ କରିଥିବା ରଘୁନାଥ ତୃତୀୟ ପ୍ରଥମ ଶ୍ରେଣୀ ଭାରତୀୟ କ୍ରିକେଟର ଥିଲେ।
କୌତୁହଳର ବିଷୟ, ଯେପର୍ଯ୍ୟନ୍ତ ରଘୁନାଥଙ୍କ ପାସପୋର୍ଟ ମିଳି ନଥିଲା, କ୍ରିକେଟ ଜଗତ ଜାଣିଥିଲା ଯେ ସେ ୧୯୨୨ ମସିହାରେ ଜନ୍ମ ହୋଇଥିଲେ, କିନ୍ତୁ ପାସପୋର୍ଟରେ ତାଙ୍କର ଜନ୍ମ ତାରିଖ ୨୧ ନଭେମ୍ବର ୧୯୨୦ ଥିଲା।
ରଘୁନାଥ ୧୯୪୩ ରୁ ୧୯୫୦ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ। ସେ ବମ୍ବେ ବିପକ୍ଷରେ ମହାରାଷ୍ଟ୍ର ପାଇଁ ଡେବ୍ୟୁ କରିଥିଲେ ଏବଂ ମହାରାଷ୍ଟ୍ର ବିପକ୍ଷରେ ବମ୍ବେ ପାଇଁ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଡି.ବି ଦେଓଧର ଏବଂ ବସନ୍ତ କୁଞ୍ଜ ମଧ୍ୟ ରଘୁନାଥଙ୍କ ଡେବ୍ୟୁ ମ୍ୟାଚରେ ଥିଲେ, ଚଳିତ ବର୍ଷ ଆଲାନ ବରଗେସଙ୍କ ମୃତ୍ୟୁ ପରେ ରଘୁନାଥ ବିଶ୍ୱର ସବୁଠୁ ବୟସ୍କ ଜୀବନ୍ତ ପ୍ରଥମ ଶ୍ରେଣୀ କ୍ରିକେଟର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ଲାମ ଟାଇଟଲ, ନଂ ୧ ରେକର୍ଡକୁ ଭାଙ୍ଗି ପାରିବି: ଜୋକୋଭିଚ୍‌

ପ୍ୟାରିସ୍‌,୧୬।୫ (ଏଏଫ୍‌ପି): ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେନିସ ଖେଳାଳି ବିବେଚିତ ହେଉଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ବିଶ୍ୱର ଦୁଇ ଦୁଇଟି ରେକର୍ଡ ଭାଙ୍ଗିପାରିବେ ବୋଳି ଦମ୍ଭୋକ୍ତି...

ଭାଙ୍ଗିଲା ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ

ସିଡନୀ,୧।୧୧: ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ସାଉଥ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର...

ଚର୍ଚ୍ଚାରେ ପ୍ରଜ୍ଞା ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା...

ଖାଲି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଆଇପିଏଲ୍‌: ଗାଙ୍ଗୁଲି

ନୂଆଦିଲ୍ଲୀ,୧୧।୬(ପି.ଟି.):ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ବିଶ୍ୱର ଏହି...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆ ୧୨, ଉଜ୍‌ବେକିସ୍ତାନ ୧କଳିଙ୍ଗରେ ଗୋଲ ରେକର୍ଡ

ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଗୋଲ ବର୍ଷା ଜାରି ରହିଛି। ଗୁରୁବାର ଭାରତ ୧୦-୦ ଗୋଲରେ...

ପାକିସ୍ତାନ ସୁପର ଲିଗ୍‌ରେ ଉଡିଲା କୋହଲିଙ୍କ ପୋଷ୍ଟର; ପ୍ରଶଂସକ ଲେଖିଥିଲେ ଏମିତି

ଲାହୋର,୧୮।୨: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ସେଭଳି ଏକ ଝଲକ ପାକିସ୍ତାନ ସୁପର ଲିଗ୍‌ ମୁକାବିଲାରେ ଦେଖିବାକୁ ମିଳିଛି।...

‘ପୁଅଙ୍କ ସହ ମ୍ୟାଚ ମୋଡ଼ ବଦଳାଇଥିଲା’

ଭୁବନେଶ୍ୱର, ୧୭।୧୧ (ତପନ ସ୍ବାଇଁ): ଭାରତରେ ଏବେ ମହିଳା କ୍ରିକେଟ ଉତ୍‌ଥାନ ପଥରେ ରହିଛି। ଭାରତୀୟ ଦଳ ବିଶ୍ୱର ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେବାକୁ...

କରୋନା ଆକ୍ରାନ୍ତ ହେଲେ ଏହି ୨ କ୍ରିକେଟର୍‌

ଜୋହାନ୍ସବର୍ଗ, ୨୦।୮: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ୨ ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ...

Advertisement
Archives

Model This Week