ଲଖନପୁର ବ୍ଲକ ସରପଞ୍ଚ ସଂଘର ସଭାପତି ହେଲେ ରଘୁମଣି ପ୍ରଧାନ

ଝାରସୁଗୁଡା ଅଫିସ,୪।୯: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଝାରସୁଗୁଡା ଜିଲା ଲଖନପୁର ବ୍ଲକର ନବନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ସର୍ବସମ୍ମତିକ୍ରମେ ରବିବାର ଏକ ସରପଞ୍ଚ ସଂଘ ଗଠିତ ହୋଇଯାଇଛି । ଏହି ସଂଘର ସଭାପତିଭାବେ ବରିଷ୍ଠ ସଦସ୍ୟ କୁଶ୍ରାଲୋଇ ଗ୍ରାମ ପଞ୍ଚାୟତ ସରପଞ୍ଚ ରଘୁମଣି ପ୍ରଧାନଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି । ଏହାକୁ ସଂଘର ସଦସ୍ୟମାନେ ସମର୍ଥନ ଜଣାଇଛନ୍ତି । ଏନେଇ ନବନିର୍ବାଚିତ ସଭାପତି ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଲଖନପୁର ବ୍ଲକରେ ଯେମିତି ସାମୁହିକ ଉନ୍ନତି ହୋଇପାରିବ। ଏ ଦିଗରେ ସଂଘର ସଦସ୍ୟ ଓ ଅନ୍ୟ ସ୍ଥାନୀୟ ଜନପ୍ରତିନଧିଙ୍କ ସହଯୋଗ ନେଇ କାର୍ଯ୍ୟ କରିବି। ଏହି ଅବସରରେ ଲଖନପୁର ବ୍ଲକ ଅନ୍ତର୍ଗତ ସୁନାରୀ ପଞ୍ଚାୟତର ରମ୍ପାଲୁଗା ପି୍‌କନିକ୍‌ ସ୍ଥଳରେ ଏହ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକର ସରପଞ୍ଚମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଆମରାରେ ହାତୀ ଉପଦ୍ରବ

କୁଆମରା,୨ା୧୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଞ୍ଚଳରୁ ଏକ ଦନ୍ତା ସମେତ ମୋଟ ୭ଟି ହାତୀ ଗୁରୁବାର ରାତିରେ କୁଆମରା ଫରେଷ୍ଟ ଅଞ୍ଚଳରେ ପ୍ରବେଶ କରିବା...

‘ଖାଦ୍ୟାଭାବରୁ ଛାତ୍ରୀଛାତ୍ରଙ୍କୁ ବରଫ ଖାଇବାକୁ ପଡୁଛି’

ସିମୁଳିଆ,୮ା୩(ଡି.ଏନ.ଏ.) ୟୁକ୍ରେନର ମିକୋଲାଇଭରୁ ମୁଲଡାବା ଓ ସେଠାରୁ ରୋମାନିଆ ଆଦି ୩ଟି ଦେଶ ପାରିହୋଇ ଡାକ୍ତରୀ ଛାତ୍ରୀ ଭାରତୀ ମହାନ୍ତି(୨୩) ଗାଁରେ ପହଞ୍ଚିଛନ୍ତି। ଭାରତୀଙ୍କ ଘର...

କପିଳାଶ ଜାଗର ଯାତ୍ରା ପାଇଁ କଟକଣା: ଜିଲାବାସୀଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଢେଙ୍କାନାଳ ଅଫିସ, ୪।୩: ଆସନ୍ତା ୧୧ ତାରିଖରେ ପଡ଼ୁଛି ମହା ଶିବରାତ୍ରୀ। ଏହି ଅବସରରେ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶରେ କଟକଣା ଜାରି କରାଯାଇଛି।...

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ପାରଳାଖେମୁଣ୍ଡି,୧୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ରାଧାଗୋବିନ୍ଦ ନଗରସ୍ଥିତ ଅଧ୍ୟାପକ ଜି. ନାଗେଶ୍ୱରଙ୍କ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ...

ଗ୍ରାମୀଣ ଆବାସ ଯୋଜନା ବାଟବଣା :  ଯୋଗ୍ୟହିତାଧିକାରୀଙ୍କ ପାଖରେ ପହଞ୍ଚୁନି ଯୋଜନା

ରଣପୁର,୭।୮(ସ୍ବ.ପ୍ର.)-ନୟାଗଡ଼ ଜିଲାର ରଣପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ପରି ଗ୍ରାମୀଣ ଆବାସ ଯୋଜନା ବାଟବଣା ହୋଇପଡିଛି । ବିଭିନ୍ନ ପଞ୍ଚାୟତରେ...

ଦୋଛକିରେ ଭାରତମାଳା ପ୍ରକଳ୍ପ

ଭଦ୍ରକ ଅଫିସ,୧୮ା୧୧- କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପ ଏବେ ଦିଗହରା ହୋଇ ପଡିଛି। ଏହି ପ୍ରକଳ୍ପ ସକାଶେ ବିଜ୍ଞପ୍ତି ଜାରି ସତ୍ତ୍ୱେ ଏହାର କାର୍ଯ୍ୟକାରିତା ନେଇ...

ବ୍ରଜରାଜନଗର ଉପନିର୍ବାଚନ: ନାରୀଶକ୍ତି ହେବ ବିଜେଡିର ଭୋଟ ପୁଞ୍ଜି

ଝାରସୁଗୁଡା ଅଫିସ,୧୫।୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣକୌଶଳ ପ୍ରସ୍ତୁତରେ...

ହୋମ୍‌ଓ୍ବାର୍କ କରି ନ ଥିବାରୁ ଦଣ୍ଡ:ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ବନ୍ଦକରି ପଳାଇଲେ ଶିକ୍ଷୟିତ୍ରୀ

ଜୟପୁର,୧୧।୯(ଡି.ଏନ୍‌.ଏ.):ହୋମଓ୍ବାର୍କ କରି ନ ଥିବାରୁ ଷ୍ଟାଣ୍ଡାର୍ଡ଼ ଓ୍ବାନ୍‌ର ଜଣେ କୋମଳମତି ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ଲାଇଟ୍‌ ଓ ଫ୍ୟାନ୍‌ ଅଫ୍‌କରି କବାଟ ଦେଇ ପଳାଇଛନ୍ତି ଶିକ୍ଷୟିତ୍ରୀ। ଛାତ୍ର...

Advertisement
Archives

Model This Week