ଏମ୍‌କେସିଜିରେ ରାଗିଂ ଘଟଣା: ୫ ସନିୟର୍‌ ଛାତ୍ରଙ୍କୁ ୬ମାସ ଯାଏଁ କ୍ୟାମ୍ପସ୍‌ ମନା

ବ୍ରହ୍ମପୁର,୩୦।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଘଟଣାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏମ୍‌କେସିଜି ମେଡିକାଲ କଲେଜରେ ଆଣ୍ଟିଂ ରାଗିଂ କମିଟିର ବୈଠକ ପରେ ପ୍ରମାଣ ମିଳିବାରୁ ୫ଜଣ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ମାସ ପାଇଁ ସମ୍ପୂର୍ଣ ଭାବେ କ୍ୟାମ୍ପସ୍‌ ମନା କରାଯାଇଛି। ଏହି ୫ଜଣ ଛାତ୍ର ହଷ୍ଟେଲ୍‌ରେ ରହି ପାରିବେ ନାହିଁ କି କ୍ୟାମ୍ପସ୍‌କୁ ପ୍ରବେଶ କରି ପାରିବେ ନାହିଁ। ଏପରିକି ସେମାନେ କ୍ଲାସ୍‌କୁ ମଧ୍ୟ ଆସି ପାରିବେ ନାହିଁ।

ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଭବିଷ୍ୟତରେ କୌଣସି ଛାତ୍ର କାହାକୁ ବି ରାଗିଂକରିବାକୁ ସାହସ କରିପାରିବେ ନାହିଁ। ଏପରିକି ରାଗିଂ କରିବାକୁ ସିନିୟର୍‌ ଛାତ୍ରଙ୍କ ମନରେ ଭୟ ରହିବ ବୋଲି ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଡା. ସୁଚିତ୍ରା ଦାଶ ବୁଧବାର ସନ୍ଧ୍ୟାରେ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ସେପଟେ ସେହି ୫ଜଣ ଛାତ୍ରଙ୍କ ବିରୋଧରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହେବ। ଡିନ୍‌ଙ୍କ ଲିଖିତ ଏତଲା ପରେ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ କରିବ ବୋଲି ବ୍ରହ୍ମପୁର ଏସ୍‌ପି ଡା. ସର୍ଵଣା ବିବେକ ଏମ୍‌. ମଧ୍ୟ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ଏମ୍‌କେସିଜି ମେଡିକାଲ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଗତ ୨୭ ତାରିଖରେ କେତେକ ସିନୀୟର ଛାତ୍ର ଛାତ୍ରାବାସ(ହୋଷ୍ଟେଲ) ଭିତରେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ତାଙ୍କୁ ମାଡ ମାରିଥିଲେ।

ରାଗିଂର ଶିକାର ହୋଇଥିବା ଛାତ୍ର ମାନଙ୍କ ଅଭିଭାବକ ମାନେ ଏନେଇ ଦିଲ୍ଲୀ ସ୍ଥିତ ଏନ୍‌ଏମ୍‌ସିର ଆଣ୍ଟି ରାଗିଂ ସେଲ୍‌ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଗତ ୨୫ତାରିଖରେ ଏମ୍‌କେସିଜି ଆଣ୍ଟିଂ ରାଗିଂ କମିଟିର ବୈଠକ ବସିଥିଲା। ବୈଠକରେ ପ୍ରାୟ ୧୨୦ଜଣ ଦ୍ବିତୀୟ ବର୍ଷର ଛାତ୍ର ଉପସ୍ଥିତ ଥିଲେ ସୁଦ୍ଧା କେହି ମୁହଁ ଖୋଲି ନଥିଲେ। ଫଳରେ କାହାରି ବିରୋଧରେ ପ୍ରମାଣ ମିଳି ନଥିଲା। ଏହାପରେ ଗତ ୨୮ତାରିଖ ସଂଧ୍ୟାରେ ଜଣେ ଛାତ୍ରଙ୍କ ଅଭିଭାବକ ରାଗିଂ ନେଇ ଡିନ୍‌ଙ୍କ ନିକଟରେ ୫ଜଣ ଛାତ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହିତ ହଷ୍ଟେଲ୍‌ରୁ ତାଙ୍କର ପୁଅକୁ ନେଇ ଯାଇଥିଲେ। ତେବେ ମଙ୍ଗଳବାର ପୁଣିଥରେ ଆଣ୍ଟି ରାଗିଂ ସେଲ୍‌ରୁ ଆଉ ଏକ ଅଭିଯୋଗ ଆସିଥିଲା।

ଏମ୍‌କେସିଜିର ୪ଜଣ ଛାତ୍ର ରାଗିଂ କରୁଥିବା ନେଇ ସେହି ଅଭିଯୋଗରେ ଦର୍ଶାଯାଇଥିଲା। କିନ୍ତୁ ଅଭିଯୋଗକାରୀଙ୍କ ନାମ ସେଥି‌ରେ ନଥିଲା। ଏହି ସବୁ ଘଟଣାକୁ ନେଇ ବୁଧବାର ସଂଧ୍ୟାରେ ଏମ୍‌କେସିଜି ମେଡିକାଲ କଲେଜରେ ଆଣ୍ଟିଂ ରଗିଂ କମିଟିର ବୈଠକ ବସିଥିଲା। ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କିମିଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଡିନ୍‌ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଅଭିଭାବକ ଏବଂ ତାଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ। କମିଟି ସଦସ୍ୟ ସେମାନଙ୍କ ଅଭିଯୋଗ ଗ୍ରହଣ କରି ହଷ୍ଟେଲ୍‌ ୱାର୍ଡ଼େନ୍‌ଙ୍କ ଠାରୁ ମିଳିଥିବା ପ୍ରମାଣକୁ ଆଧାର କରି ୫ଜଣ ସିନିୟର୍‌ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଧ୍ୟରୁ ଜଣେ ଛାତ୍ରଙ୍କ ନାମରେ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଥିଲା।

ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଦାଶ କହନ୍ତି, ଆଣ୍ଟି ରଗିଂ କମିଟିର ବୈଠକରେ ମିଳିଥିବା ପ୍ରମାଣକୁ ଆଧାର କରି ୫ଜଣ ଛାତ୍ରଙ୍କୁ ୬ମାସ ପାଇଁ କ୍ୟାମ୍ପସ୍‌ ମନା କରାଯାଇଛି। ୪ନମ୍ବର ହଷ୍ଟେଲ୍‌ରେ ଏଭଳି ରାଗିଂ ଚାଲିଥିଲା। ରାତିରେ ସନିୟର୍‌ ଛାତ୍ରମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଛାତ ଉପରକୁ ଡାକି ବିଭିନ୍ନ ପ୍ରକାର ଶରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ଅପଦସ୍ଥ କରୁଥିଲେ। ଏହାର ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନ୍‌ଏମ୍‌ସି ନିକଟରେ ହୋଇଥିବା ଆଉ ଏକ ଅଭିଯୋଗରେ ୪ଜଣ ଛାତ୍ରଙ୍କ ନାମରେ ରହିଛି। କିନ୍ତୁ ଅଭିଯୋଗକାରୀ ନଥିବାରୁ ସେମାନଙ୍କ ଉପରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେମାନଙ୍କ ବିରୋଧରେ ୩ମାସ ପର୍ଯ୍ୟନ୍ତ କ୍ୟାମ୍ପସ୍‌ ମନା କରିବାକୁ ବିଚାର କରାଯାଉଛି ବୋଲି ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri