ପଞ୍ଚକ, ବଡଓଷା ସମୟରେ ଟ୍ରାଫିକ କଟକଣା, ଯାଇପାରିବେନି ଏହି ବ୍ରିଜରେ

କଟକ, ୮।୧୧: ଆସନ୍ତ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଗୁରୁଡିଝାଟିଆ ଥାନା ଅଧୀନସ୍ଥ ଧବଳେଶ୍ୱର ଶୈବ ପୀଠରେ ପଞ୍ଚକ ଓ ବଡଓଷା ପାଳନ କରାଯିବ। ଏହି ସମୟରେ ବିିଭିନ୍ନ ଜିଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ନିମନ୍ତେ ଏକତ୍ରିତ ହେବେ।

ଏଥିନିମନ୍ତେ ମହାନଦୀ ଉପରେ ଥିବା ମଧୁସୂଦନ ବ୍ରିଜ ଦେଇ ବହୁ ସଂଖ୍ୟାରେ ଭକ୍ତ ବସ୍‌, କାର, ଦୁଇଚକିଆ ଯାନରେ ଧବଳେଶ୍ୱର ପୀଠକୁ ପ୍ରତ୍ୟହ ଆସୁଛନ୍ତି। ତେଣୁ ପଞ୍ଚକ ଓ ବଡଓଷାରେ ଆଶାତୀତ ଭିଡକୁ ଦୃଷ୍ଟିରେ ରଖି ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

କଟକରୁ ମଧୁସୂଦନ ସେତୁ ଦେଇ ଆଠଗଡ ଯାଉଥିବା ଭାରୀ ଯାନଗୁଡିକୁ ନୂଆପାଟଣା ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଠଗଡରୁ ଧବଳେଶ୍ୱର ରାସ୍ତା ଦେଇ କଟକ ଆସୁଥିବା ଭାରୀଯାନଗୁଡିକ କଖଡି ଛକ ଏବଂ ନିଧିପୁର ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଗତିପଥ ପରିବର୍ତନ କରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ବଦଳିଲେ ଶ୍ରୀକୃଷ୍ଣ, ବଳରାମ, ଶ୍ରୀରାଧା

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ): ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବର ମୁଖ୍ୟ ଚରିତ୍ର କଂସ ଅଭିନେତା ବଦଳିଥିବା ବେଳେ ଶ୍ରୀକୃଷ୍ଣ, ବଳରାମ...

ଭିଜିଲାନ୍ସ ଜାଲରେ ଫସିଲେ ଏସିଏଫ୍‌

ଭୁବନେଶ୍ୱର,୬।୧୨: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌ ରେବତୀ ରମଣ ଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢାଉ...

ଚିଡ଼ିଆଖାନାରେ ବାଘୁଣୀର ମୃତ୍ୟୁ: ଗର୍ଭାଶୟ ସଂକ୍ରମଣ ଚିକିତ୍ସା ବେଳେ ହୃଦ୍‌ଘାତରେ ମୃତ୍ୟୁ

ସମ୍ବଲପୁର, ୬।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ ରାଣୀର ବୁଧବାର ରାତିରେ ମୃତ୍ୟୁ ଘଟିଛି। ଗର୍ଭାଶୟ ସଂକ୍ରମଣଜନିତ ରୋଗରେ ପୀଡ଼ିତ ହୋଇ ଏହି ୭...

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଫାଟକରେ ବାନ୍ଧି ନିର୍ଯାତନା

ମାର୍ଶାଘାଇ,୬।୧୨(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟାମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର...

୪ ଦିନରେ ୪ ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର,୬ା୧୨ (ଅନୁରାଧା ମହାରଣା):ଆସନ୍ତା ଶନିବାର ପରଠାରୁ ୪ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ଖସିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ...

ଅନ୍‌ଲାଇନ ଗେମ୍‌ରେ ଟଙ୍କା ହାରି ଜୀବନ ହାରିଲେ ସେବାୟତ

ଭୁବନେଶ୍ୱର,୬।୧୨(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅନ୍‌ଲାଇନ ଗେମ୍‌ରେ ଟଙ୍କା ହାରିବା ପରେ ଜଣେ ଯୁବକ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଛନ୍ତି। ଶ୍ରୀ...

ଥମୁନି ଦୁଃଖ: ପୁଣି ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ସଇଁତଲା,୫ା୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲାରେ ଦାଦନ ଦୁଃଖ ପିଛା ଛାଡ଼ିବାର ନାମ ନେଉନାହିଁ । କିଛି ଦିନ ତଳେ ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମର...

ମଣ୍ଡିକୁ ନେବା ପୂର୍ବରୁ ଚୋରି ହୋଇଗଲା ମିନିଟ୍ରକ ସହ ୧୨୦ ପ୍ୟାକେଟ୍‌ ଧାନ

ପଡିଆବାହାଲ,୫ା୧୨(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ବାହାମ ପଞ୍ଚାୟତ ୫୩ ନମ୍ବର ଜାତୀୟ ରାଜପଥ ପଡିଆବାହାଲର ଏକ ପେଟ୍ରୋଲ ପମ୍ପ ନିକଟରେ ମଣ୍ଡିକୁ ନେବାପାଇଁ ରଖାଯାଇଥିବା ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri