ଦେବଗଡ଼,୨୨|୧୧(ଶଶାଙ୍କ ଶେଖର ଝାଙ୍କର): ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେବଗଡ଼ ଜିଲା ସମେତ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଥିବା ବାରକୋଟ ବ୍ଲକ ଡଅଁରା ଗ୍ରାମର ପ୍ରତିଭାବାନ ଖେଳାଳି କାହ୍ନା ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।ବାରକୋଟଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କାହ୍ନାଙ୍କୁ ସମ୍ମାନିତ କରିଥିଲେ। ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାର ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ କାହ୍ନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ଡଅଁରା ଗ୍ରାମର କାହ୍ନାଙ୍କ ଏହି ସଫଳତାରେ ବାରକୋଟ ସମେତ ସମଗ୍ର ଦେବଗଡ଼ ଜିଲାରେ ଖୁସିର ମାହୋଲ ଦେଖାଦେଇଛି। ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ଅନ୍ୟ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ପାଲଟିଛି।

