Advertisement

‘ଫିଲ୍ମ ‘ବିକ୍ରମ ଭେଧା’ରେ ଏକ ବଡ ଭୂମିକା ଚାହୁଁଥିଲି’

ମୁମ୍ବାଇ: ଅଭିନେତ୍ରୀ ରାଧିକା ଆପ୍‌ତେ ଫିଲ୍ମ ‘ବିକ୍ରମ ଭେଧା’ରେ ନଜର ଆସିଛନ୍ତି। ସେ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। କାହାଣୀରେ ରାଧିକାଙ୍କର ଏକ ଛୋଟ ଅଂଶ ଥିଲା। ଯାହାକୁ ସେ ଭଲ ଭାବେ ଲିଭାଇଥିଲେ। ନିକଟରେ ଏକ ସାକ୍ଷାତକାରରେ ତାଙ୍କର ଏହି ଛୋଟ ଭୂମିକା ସତ୍ତ୍ୱେ ସେ ଫିଲ୍ମ କାହିଁକି କରିଛନ୍ତି ବୋଲି ପଚରାଯାଇଲା। ଏହାର ଉତ୍ତରରେ ରାଧିକା କହିଛନ୍ତି, ମୁଁ ନିର୍ଦ୍ଦେଶକ ପୁଷ୍କର ଏବଂ ଗାୟତ୍ରୀଙ୍କ ସହ କାମ କରିବାକୁ ଚାହୁଁଥିବାରୁ ମୁଁ ଏହି ଫିଲ୍ମ କରିଥିଲି। ବାସ୍ତବରେ, ସାମଗ୍ରିକ ଅଭିଜ୍ଞତା ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ମୁଁ ଅନେକ ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛି,ଯେଉଁଥିରେ ମୋର ବଡ ଭୂମିକା ଥାଏ ହେଲେ ସ୍କ୍ରିପ୍ଟ ମୋତେ ପସନ୍ଦ ହୁଏ ନାହିଁ। ହେଲେ ଏଇଟା ସତ ଯେ, ‘ବିକ୍ରମ ଭେଧା’ ଫିଲ୍ମରେ ବଡ ଭୂମିକାରେ ଅଭିନୟ କରିବାକୁ ମୁଁ ଚାହୁଁଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକା, ପ୍ରିୟଙ୍କାଙ୍କଠାରୁ ପଛରେ ଅଛନ୍ତି ମୋଦି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ବେଳେ ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୩୦ ମିଲିୟନ(୩କୋଟି)ରେ ପହଞ୍ଚିଛି। ହେଲେ...

ଦୋଛକିରେ କ୍ରିତି

କ୍ରିତି ସାନନ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫରରେ ସେ ଦୁଇଟି ଭୂମିକାରେ ଅଭିନୟ କରିବେ। ସେଥିରେ ପୁଣି ଗୋଟିଏ...

ସିନେମା ପାଇଁ ଘର ବନ୍ଧା ପକାଇଥିଲେ ନିର୍ଦ୍ଦେଶକ!

ଫିଲ୍ମ‘ ଦ କଶ୍ମୀର ଫାଇଲ୍ସ’ ଏବେ ସମସ୍ତ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିଲା। ଯାହାକୁ...

୫ବର୍ଷର ରିଲେସନ୍‌ ପରେ ଗୁପ୍ତରେ ହେଲା ଏହି ଯୋଡ଼ିଙ୍କ ନିର୍ବନ୍ଧ

ଛୋଟପରଦାରୁ ବଲିଉଡ୍‌। ଏପରିକି ଡିଜିଟାଲ ଦୁନିଆରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଏହି ଅଭିନେତା ଜଣଙ୍କର ଏବେ ଶୁଭବେଳା ଚାଲିଛି। ଗୋଟିଏ ପରେ ଗୋଟିଏ ସଫଳତାର...

ରକ୍ତରେ ପ୍ରେମ ଚିଠି ଲେଖିଥିଲେ ଅମିର

ବଲିଉଡ ଅଭିନେତା ଅମିର ଖାନ ମିଷ୍ଟର ପର୍‌ଫେକ୍ଟନିଷ୍ଟ ଭାବେ ଜଣାଶୁଣା। ସେ ଭାରତୀୟ ସିନେମାକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି। ଫିଲ୍ମ ଅପେକ୍ଷା ସେ ନିଜ...

‘ଜୀବନର ସବୁଠୁ ଭଲ ଖବର’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନଭେମ୍ବର ୬ ଅର୍ଥାତ୍‌ ରବିବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି...

ଶ୍ରୋତାଙ୍କୁ ମତୁଆଲା କରେ ପ୍ରୟତାତ୍ମାଙ୍କ ସଙ୍ଗୀତ

ନିଜ କଣ୍ଠର ଯାଦୁକରି ସ୍ପର୍ଶରେ ଓଡ଼ିଶାର ଅଗଣିତ ଶ୍ରୋତାଙ୍କ ହୃଦୟରେ ଘର କରି ସଙ୍ଗୀତ ଦୁନିଆରେ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାର ପରିସରରେ ଅଛନ୍ତି ପ୍ରୟତାତ୍ମା ରଥ।...

ସୋସିଆଲ ମିଡିଆକୁ ବାଏ ବାଏ

ବମ୍ବେ: ସାମାଜିକ ଗଣମାଧ୍ୟମକୁ ବାଏ ବାଏ କହିଲେ ଲୋକପ୍ରିୟ ଟେଲି ଅଭିନେତା ରବି ଦୁବେ। ନିକଟରେ ‘ଜମାଇ:୨.୦’ ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା।...

Advertisement
Archives

Model This Week