ରାଧାମାଧବଙ୍କ ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁଙ୍କ ସମାଗମ

ଝାରସୁଗୁଡ଼ା ଅଫିସ୍‌,୨୩।୪: ଝାରସୁଗୁଡ଼ା ସହର ବେହେରାମାଲସ୍ଥିତ ରାଧାମାଧବଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ସ୍ଥାପନ ମହୋତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ରାଧାମାଧବ ସଂଘ ତରଫରୁ ଆୟୋଜିତ ହୋଇଥିଲା। ପ୍ରଥମ ଦିନ ସ୍ଥାନୀୟ ପୋଖରୀରୁ ମହିଳାମାନେ ୧୦୮ କଳସରେ ଜଳ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ। ଏହି ଦିବସରେ ଅଙ୍କୁର ରୋପଣ, ମଙ୍ଗଳ ରୋପଣ, କଳସ ଯାତ୍ରା ଓ ମଣ୍ଡଳ କରଣ ଆଦି ପୂଜା କାର୍ଯ୍ୟ ହୋଇଥିଲା। ଦ୍ୱିତୀୟ ଦିନ ମଙ୍ଗଳବାର ମଣ୍ଡପ ପୂଜନ, ସ୍ତମ୍ଭ ପୂଜନ, ମଣ୍ଡପ ଦେବତା ଆବାହାନ, ଯୁଗ ସ୍ନାନ, ଯୁଗ ପ୍ରବେଶ, ଅନ୍ନାଧିବାସ ଆଦି ପୂଜା କାର୍ଯ୍ୟ ହୋଇଥିଲା। ତୃତୀୟ ଦିନ ବୁଧବାର ମୂର୍ତ୍ତିସ୍ନାନ, ପ୍ରାଣ ପ୍ରତିଷ୍ଠା, ଷୋଡଶ ଉପଚାର ପୂଜା, ଗୀତା ହୋମ୍‌ ଆଦି କାର୍ଯ୍ୟ ହୋଇଥିଲା ା ଚତୁର୍ଥ ଦିନ ଗୁରୁବାର ଭଗବାନ ଷୋଡଶ ଉପଚାର ପୂଜା, ଶିଖର ସ୍ନାନ, ମନ୍ଦିର ଦାରୁ ପୂଜା ଆଦି ହୋଇଥିଲା। ପଞ୍ଚମ ଦିନ ଶୁକ୍ରବାର ଆବାହିତ ଦେବାଦେବୀ ପୂଜା, ଧ୍ୱଜା ତ୍ରୀଶୁଳ ପୂଜା, ହୋମ ଯଜ୍ଞ, ଶିଖର କଳମ ଓ ଯୁଗ ସ୍ଥାପନ, ବିଗ୍ରହ ପ୍ରବେଶ, ପୂର୍ଣ୍ଣାହୁତି, ଦେବତା ବିସର୍ଜନ ଆଦି ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା। ତୁଳେଶ୍ୱର ଚୌଧୁରୀ ତାଙ୍କର ସ୍ତ୍ରୀ ବେଦମତୀ, ପ୍ରଦୀପ ସାହା ତାଙ୍କର ସ୍ତ୍ରୀ ଭାରତୀ, ରଣଜିତ୍‌ ତ୍ରିପାଠୀ ତାଙ୍କର ସ୍ତ୍ରୀ ପ୍ରୀୟଦର୍ଶିନୀ, ଜ୍ୟୋତିର୍ମୟ ରାଉତ ତାଙ୍କର ସ୍ତ୍ରୀ ତୃପ୍ତୀମୟୀ, ଶୈଳେନ୍ଦ୍ର ନାୟକ ତାଙ୍କର ସ୍ତ୍ରୀ କଳ୍ପନା କର୍ତ୍ତା ଭାବେ ରହି ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ। ରାଧାମାଧବଙ୍କ ପ୍ରତିଷ୍ଠା ଉତ୍ସବରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ସୁନ୍ଦରଗଡର ମୁଖ୍ୟ ପୂଜକ ଆଚାର୍ଯ୍ୟ ସୁମିତ ଦାଶ, ଜନାର୍ଦ୍ଦନ ପଣ୍ଡା, ସୁଧିର ଦାଶ, ସିଦ୍ଧେଶ୍ୱର ମହାପାତ୍ର, ସୁଧିର ମହାପାତ୍ର ଓ କାହ୍ନା ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟ କରିଥିଲେ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟଜଳ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଶନିବାରରୁ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇ ଆସନ୍ତା ବୁଧବାର ଏହାର ସମାପନ ହେବ ବୋଲି ଜଣାପଡିଛି। ସଂଘ ସଭାପତି ଓମ୍‌ ପ୍ରକାଶ ତ୍ରିପାଠୀ, ଦେବରାଜ ମହାରଣା, ସୁନିଲ ବାରିକ, ରମେଶ ରାଉତ, ମୋହନ କର୍ତା, ଅଜିତ ମେହେର ଓ ଅନିଲ ଭଇଁସା ପ୍ରମୁଖ କର୍ମକର୍ତ୍ତା ସହଯୋଗ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri