ରାଧାମାଧବଙ୍କ ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁଙ୍କ ସମାଗମ

ଝାରସୁଗୁଡ଼ା ଅଫିସ୍‌,୨୩।୪: ଝାରସୁଗୁଡ଼ା ସହର ବେହେରାମାଲସ୍ଥିତ ରାଧାମାଧବଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ସ୍ଥାପନ ମହୋତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ରାଧାମାଧବ ସଂଘ ତରଫରୁ ଆୟୋଜିତ ହୋଇଥିଲା। ପ୍ରଥମ ଦିନ ସ୍ଥାନୀୟ ପୋଖରୀରୁ ମହିଳାମାନେ ୧୦୮ କଳସରେ ଜଳ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ। ଏହି ଦିବସରେ ଅଙ୍କୁର ରୋପଣ, ମଙ୍ଗଳ ରୋପଣ, କଳସ ଯାତ୍ରା ଓ ମଣ୍ଡଳ କରଣ ଆଦି ପୂଜା କାର୍ଯ୍ୟ ହୋଇଥିଲା। ଦ୍ୱିତୀୟ ଦିନ ମଙ୍ଗଳବାର ମଣ୍ଡପ ପୂଜନ, ସ୍ତମ୍ଭ ପୂଜନ, ମଣ୍ଡପ ଦେବତା ଆବାହାନ, ଯୁଗ ସ୍ନାନ, ଯୁଗ ପ୍ରବେଶ, ଅନ୍ନାଧିବାସ ଆଦି ପୂଜା କାର୍ଯ୍ୟ ହୋଇଥିଲା। ତୃତୀୟ ଦିନ ବୁଧବାର ମୂର୍ତ୍ତିସ୍ନାନ, ପ୍ରାଣ ପ୍ରତିଷ୍ଠା, ଷୋଡଶ ଉପଚାର ପୂଜା, ଗୀତା ହୋମ୍‌ ଆଦି କାର୍ଯ୍ୟ ହୋଇଥିଲା ା ଚତୁର୍ଥ ଦିନ ଗୁରୁବାର ଭଗବାନ ଷୋଡଶ ଉପଚାର ପୂଜା, ଶିଖର ସ୍ନାନ, ମନ୍ଦିର ଦାରୁ ପୂଜା ଆଦି ହୋଇଥିଲା। ପଞ୍ଚମ ଦିନ ଶୁକ୍ରବାର ଆବାହିତ ଦେବାଦେବୀ ପୂଜା, ଧ୍ୱଜା ତ୍ରୀଶୁଳ ପୂଜା, ହୋମ ଯଜ୍ଞ, ଶିଖର କଳମ ଓ ଯୁଗ ସ୍ଥାପନ, ବିଗ୍ରହ ପ୍ରବେଶ, ପୂର୍ଣ୍ଣାହୁତି, ଦେବତା ବିସର୍ଜନ ଆଦି ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା। ତୁଳେଶ୍ୱର ଚୌଧୁରୀ ତାଙ୍କର ସ୍ତ୍ରୀ ବେଦମତୀ, ପ୍ରଦୀପ ସାହା ତାଙ୍କର ସ୍ତ୍ରୀ ଭାରତୀ, ରଣଜିତ୍‌ ତ୍ରିପାଠୀ ତାଙ୍କର ସ୍ତ୍ରୀ ପ୍ରୀୟଦର୍ଶିନୀ, ଜ୍ୟୋତିର୍ମୟ ରାଉତ ତାଙ୍କର ସ୍ତ୍ରୀ ତୃପ୍ତୀମୟୀ, ଶୈଳେନ୍ଦ୍ର ନାୟକ ତାଙ୍କର ସ୍ତ୍ରୀ କଳ୍ପନା କର୍ତ୍ତା ଭାବେ ରହି ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ। ରାଧାମାଧବଙ୍କ ପ୍ରତିଷ୍ଠା ଉତ୍ସବରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ସୁନ୍ଦରଗଡର ମୁଖ୍ୟ ପୂଜକ ଆଚାର୍ଯ୍ୟ ସୁମିତ ଦାଶ, ଜନାର୍ଦ୍ଦନ ପଣ୍ଡା, ସୁଧିର ଦାଶ, ସିଦ୍ଧେଶ୍ୱର ମହାପାତ୍ର, ସୁଧିର ମହାପାତ୍ର ଓ କାହ୍ନା ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟ କରିଥିଲେ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟଜଳ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଶନିବାରରୁ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇ ଆସନ୍ତା ବୁଧବାର ଏହାର ସମାପନ ହେବ ବୋଲି ଜଣାପଡିଛି। ସଂଘ ସଭାପତି ଓମ୍‌ ପ୍ରକାଶ ତ୍ରିପାଠୀ, ଦେବରାଜ ମହାରଣା, ସୁନିଲ ବାରିକ, ରମେଶ ରାଉତ, ମୋହନ କର୍ତା, ଅଜିତ ମେହେର ଓ ଅନିଲ ଭଇଁସା ପ୍ରମୁଖ କର୍ମକର୍ତ୍ତା ସହଯୋଗ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri