ନଗର ବୁଲି ଭୋଗ ଖାଉଛନ୍ତି ରାଧାକୃଷ୍ଣ

ନବରଙ୍ଗପୁର,୪।୩ (ବି.ପ୍ର.): ନବରଙ୍ଗପୁରରେ ଚଳିତ ବର୍ଷ ଶ୍ରୀ ଜୀଉଙ୍କ ଦୋଳ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଦୋଳ ଉତ୍ସବ ନବରଙ୍ଗପୁର ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହେଉଛି। ପ୍ରତ୍ୟେକ ଦିନ ସା ଆଳତୀ ପରେ ରାଧାକୃଷ୍ଣଙ୍କୁ ବିମାନ ଯୋଗେ ନିଆଯାଇ ପ୍ରଥାନୁସାରେ ପ୍ରଥମେ ରାଜାଙ୍କ ଘରେ ଭୋଗ ଖାଇବେ। ରାଧାକୃଷ୍ଣ ରାଜାଘର ଭୋଗ ଖାଇସାରିବା ପରେ ନଗର ପରିକ୍ରମାରେ ବାହାରିଥାନ୍ତି। ପ୍ରତ୍ୟେକ ଦିନ ଗୁଣ୍ଡିଚା ମନ୍ଦିର ଛକ ପର୍ଯ୍ୟନ୍ତ ନଗର ପରିକ୍ରମା କରିଥାନ୍ତି। ଏହି ଦୋଳ ଯାତ୍ରା ଫାଲଗୁନ ଶୁକ୍ଲ ଏକାଦଶୀ ତଥା ଫଗୁ ଦଶମୀ ପରଦିନ ଠାରୁ ଆରମ୍ଭ ହୋଇ ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ଯ୍ୟନ୍ତ ସମୁଦାୟ ୬ଦିନ ଧରି ଚାଲିଥାଏ। ୪ର୍ଥ ଦିନରେ ହଳପଡି ନୀତି ଓ ୫ମ ଦିନରେ ଗୁଣ୍ଡିଚା ମନ୍ଦିରରେ ନବରଙ୍ଗପୁର ରାଜପୁରୋହିତ ନରସିଂହ ତ୍ରିପାଠୀ ନୂତନ ପଞ୍ଜିକା ପୂଜାର୍ଚ୍ଚନା କରି ପାଠ କରନ୍ତି। ଏହି ଦୋଳ ଯାତ୍ରାରେ ଜଗନ୍ନାଥ ମନ୍ଦିର , ହନୁମାନ ମନ୍ଦିର , ଚୈତନ୍ୟ ମନ୍ଦିର , ଗୁଣ୍ଡିଚା ମନ୍ଦିର ଏବଂ ବ୍ରାହ୍ମଣକାର୍ଜ୍ଜି ଘର ମିଶି ସମୁଦାୟ ୫ଟି ରାଧାକୃଷ୍ଣଙ୍କ ବିମାନ ସାମିଲ ହୋଇଥାନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜପୁରୋହିତ ନରସିଂହ ତ୍ରିପାଠୀଙ୍କ ସମେତ ରାଜେନ୍ଦ୍ର ତ୍ରିପାଠୀ, ପ୍ରମୋଦ ତ୍ରିପାଠୀ, ଚିନୁ ଦାସ, ବୁନୁ ପୂଜାରୀ, ଗୁପ୍ତ ତ୍ରିପାଠୀ, ଶେଷ ବ୍ରହ୍ମା, ଜଗନାଥ ବ୍ରହ୍ମା, ଗୌର ତ୍ରିପାଠୀ, ବବଲୁ ତ୍ରିପାଠୀ ଏବଂ ଜଗନ୍ନାଥ ନୀତି ପରିଚାଳନା ନିଯୋଗ ସଭାପତି ନରେଶ ତ୍ରିପାଠୀ, ଉପ ସଭାପତି ଭବାନୀ ଶତପଥୀ, ପ୍ରମିସ ତ୍ରିପାଠୀ, ନବରଙ୍ଗପୁର ଆର୍‌ଆଇ ସାଗର ଖୁଣ୍ଟିଆ, ଏ ଆର ଆଇ ସନ୍ତୋଷ ମହାକୁଡ, ଉମେଶ ସଗରିଆ, ଗଣପତି ଗୌଡ଼, ମୀନ ନାୟକ, ଭାଗିରଥି ନାୟକ, ନରସିଂହ ବେହେରା ପ୍ରମୁଖ ପଉପସ୍ଥିତ ଥିଲେ। ଏହି ଦୋଳ ଯାତ୍ରାରେ ମାଳି ସମାଜ, ଗୌଡ଼ ସମାଜ , ନବରଙ୍ଗପୁର ଦେବୋତ୍ତର ବିଭାଗ, ନବରଙ୍ଗପୁର ପୋଲିସ ବାହିନୀଙ୍କ ସମେତ ଜଗନ୍ନାଥ ନୀତି ପରିଚାଳନା ନିଯୋଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରୁଛନ୍ତି ବୋଲି ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗର ସାଧାରଣ ସମ୍ପାଦକ କୁନା ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ଭିଟାମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ରେଡକ୍ରସରୁ ସହାୟତା, ଗୃହହୀନ ପରିବାରକୁ ଥଇଥାନ ଦାବି

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri