ପୁନରୁଦ୍ଧାର ଅପେକ୍ଷାରେ ରାଧା, ଲଳିତା, ଶ୍ୟାମାକୁଣ୍ଡ

ଭୁବନେଶ୍ୱର,୬।୧(ବ୍ୟୁରୋ): ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ଜାଗମରାରୁ ପ୍ରଭୁ ଅନନ୍ତ କେଶରୀ ଶୋଭାଯାତ୍ରାରେ ବାହାରି ଉଦୟଗିରିସ୍ଥିତ ଲଳିତାକୁଣ୍ଡରେ ଚାପ ଖେଳିବେ। ଖଣ୍ଡଗିରି-ଉଦୟଗିରିରେ ରହିଥିବା ୫ ପବିତ୍ର ତଥା ପୁରାତନ ଜଳାଶୟ ମଧ୍ୟରୁ ଲଳିତାକୁଣ୍ଡ ଗୋଟିଏ ହୋଇଥିବାବେଳେ ଏହା ଅବହେଳିତ ହୋଇପଡ଼ିଛି। ସେହିଭଳି ଖଣ୍ଡଗିରି ପାର୍ଶ୍ୱରେ ଥିବା ରାଧାକୁଣ୍ଡ, ଶ୍ୟାମକୁଣ୍ଡ, ଗୁପ୍ତ ଗଙ୍ଗା ଓ ଆକାଶଗଙ୍ଗା ମଧ୍ୟ ପବିତ୍ରତା ହରାଇବାରେ ଲାଗିଛି। ଐତିହ୍ୟସ୍ଥଳ ଖଣ୍ଡଗିରି ଓ ଉଦୟଗିରିରେ ରହିଥିବା ଏହି ପୁରାତନ ଜଳାଶୟଗୁଡ଼ିକ କୁଣ୍ଡଗୁଡ଼ିକର ନାମକରଣର ମଧ୍ୟ ବିଶେଷତ୍ୱ ରହିଛି। କଳିଙ୍ଗ ସମ୍ରାଟ ମହାମେଘବାହାନ ଐରଖାରବେଳଙ୍କ ସମୟରେ ଏହି କୁଣ୍ଡଗୁଡ଼ିକ ଖନନ କରାଯାଇଥିବା ବିଶ୍ୱାସ କରାଯାଏ। ଗଙ୍ଗା ମା’ଙ୍କ ନାମରେ ରହିଛି ଦୁଇଟି ଜଳାଶୟ ଗୁପ୍ତଗଙ୍ଗା ଓ ଆକାଶଗଙ୍ଗା। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାକୁ ନେଇ ଶ୍ୟାମକୁଣ୍ଡ, ରାଧାକୁଣ୍ଡ ଓ ଲଳିତାକୁଣ୍ଡର ନାମକରଣ କରାଯାଇଥିତ୍ବା ପୌରାଣିକ ମତ ରହିଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ହଜାର ହଜାର ସଂଖ୍ୟକ ପ୍ରତିଦିନ ଖଣ୍ଡଗିରି ଓ ଉଦୟଗିରି ବୁଲିବାକୁ ଆସୁଛନ୍ତି। ଆବର୍ଜନାପୂର୍ଣ୍ଣ ଜଳାଶୟକୁ ଦେଖି ଆଉକେହି ତାହାକୁ ପବିତ୍ରକୁଣ୍ଡ ଭାବେ ବିଚାର କରୁନାହାନ୍ତି। ପୁରାତନ କାଳରେ ତପସ୍ୟା ପାଇଁ ଏଠାକୁ ଆସୁଥିବା ମୁନିଋଷିମାନେ ଏହି ଜଳାଶୟରେ ସ୍ନାନାଦି କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ କୁମ୍ଭମେଳାକୁ ସମଗ୍ର ଭାରତ ବର୍ଷରୁ ଆସୁଥିବା ସାଧୁସନ୍ଥ ବ୍ୟବହାର କରିଥା’ନ୍ତି। ସ୍ବତନ୍ତ୍ର ମହତ୍ତ୍ୱ ରଖୁଥିବା ଏହି ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ପକ୍ଷରୁ ଯୋଜନା କରାଯାଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନ ହେବା ବିଡ଼ମ୍ବନାର ବିଷୟ ହୋଇଛି।
ସୂଚନାଥାଉ କି, ଖଣ୍ଡଗିରି ପାହାଡ଼କୁ ସଂରକ୍ଷିତ ଓ ଅଣସଂରକ୍ଷିତ ପର୍ଯ୍ୟଟନସ୍ଥଳୀ ଭାବେ ବର୍ଗୀକରଣ କରାଯାଇଛି। ଜୈନ ମନ୍ଦିର ଓ ବାରଭୂଜା ମନ୍ଦିର ଅଣସଂରକ୍ଷିତ ବର୍ଗରେ ରଖାଯାଇଥିବାବେଳେ ପାହାଡ଼ରେ ଥିବା ଐତିହାସିକ ଗୁମ୍ଫାଗୁଡ଼ିକ ସଂରକ୍ଷିତ ବର୍ଗରେ ସାମିଲ କରାଯାଇଛି। ବର୍ଷ ତମାମ ରାଜ୍ୟ ତଥା ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଭ୍ରମଣ ପାଇଁ ଆସନ୍ତି। ଅନେକ ଐତିହାସିକ ଓ ଐତିହ୍ୟ ଗବେଷକ ଏଠାକୁ ଆସି ଗବେଷଣା କରିଥା’ନ୍ତି। କିନ୍ତୁ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱ ବହନ କରୁଥିବା ୫ ଜଳାଶୟର ରକ୍ଷଣାବେକ୍ଷଣା କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଏହି ଐତିହ୍ୟସ୍ଥଳ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀନରେ ରହୁଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେବେ ପଞ୍ଚତୀର୍ଥ ଭାବେ ପରିଚିତ ଏହି ପାଞ୍ଚ ଜଳାଶୟର ପୁନରୁଦ୍ଧାର ସହ ଶିଳାଲେଖ ଆଦିର ଉପଯୁକ୍ତ ସଂରକ୍ଷଣ କରାଯିବା ନେଇ ସାଧାରଣରେ ଦାବି ହେଉଛି। ଆସନ୍ତା ଏପ୍ରିଲରେ ଦୁଇ ଐତିହ୍ୟ ପାହାଡ଼ର ଉନ୍ନତିକରଣ ପାଇଁ ଏଏସ୍‌ଆଇ ପକ୍ଷରୁ ଯୋଜନା କରାଯାଉଥିତ୍ବା ସୂଚନା ମିଳିଛି। ବାରଭୂଜା ଆଶ୍ରମ ଟ୍ରଷ୍ଟ କୋଷାଧ୍ୟକ୍ଷ ଦୀନବନ୍ଧୁ ଜେନାଙ୍କ କହିବାନୁସାରେ ଗତ କିଛିଦିନ ତଳେ ଏଏସ୍‌ଆଇର ଅଧିକାରୀମାନେ ସମସ୍ତ ଜଳାଶୟ ପରିଦର୍ଶନ କରିଥିଲେ। ଏଗୁଡ଼ିକର ପୁନରୁଦ୍ଧାର ପାଇଁ ଆଲୋଚନା କରାଯାଇଥିଲା। ସମସ୍ତ ଜଳାଶୟକୁ ପରିଷ୍କାର କରାଯିବା ସହ ଚାରିପଟେ ରେଲିଂ ଲଗାଯିବ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପରିଷ୍କରଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ।

ବିଭାଗ ସହ ଆଲୋଚନା କରି ପଦକ୍ଷେପ ନିଆଯିବ
ଏଏସ୍‌ଆଇ ଭୁବନେଶ୍ୱର ସର୍କଲର ଇନ୍‌ଚାର୍ଜ ସୁଶାନ୍ତ କର କହିଛନ୍ତି, ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ଥିତ୍ବା ୫ ପବିତ୍ର ଜଳାଶୟ ଅବହେଳିତ ଥିବା ସେ ଅବଗତ ଅଛନ୍ତି। ଏନେଇ ବିଭାଗ ସହ ଆଲୋଚନା କରିବି। ଖଣ୍ଡଗିରି ମେଳା ପୂର୍ବରୁ ହୋଇଥିବା ଯୋଜନା କାର୍ଯ୍ୟକାରୀ କରାଯିବା ସହ ଆବଶ୍ୟକସ୍ଥଳେ ଯୋଜନାରେ ପରିବର୍ତ୍ତନ କରାଯାଇ ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

ମହତ୍ତ୍ୱ ଜାଣି ଆଶ୍ଚର୍ଯ୍ୟ ହେଲୁ, ରକ୍ଷଣାବେକ୍ଷଣ ଜରୁରୀ
ପର୍ଯ୍ୟଟକ ମନିଷ କହିଛନ୍ତି, ଆମେ ରାଜସ୍ତାନରୁ ଖଣ୍ଡଗିରି ବୁଲିବାକୁ ଆସିଥିଲୁ। ପାହାଡ଼ ଉପରେ ଜଳାଶୟ ମଧ୍ୟ ଦେଖିଲୁ, କିନ୍ତୁ ଜାଣି ନ ଥିଲୁ ଏସସବୁର ଏତେ ମହତ୍ତ୍ୱ ରହିଛି। ସ୍ଥାନୀୟ ଜଣେ ବନ୍ଧୁ ଆମ ସହ ଥିଲେ। ସେ ଏସସବୁ ବିଷୟରେ ଆମକୁ କହିବା ପରେ ଆମେ ଆଶ୍ଚର୍ଯ୍ୟ ହେଲୁ। ଯଦି ବାସ୍ତବରେ ଏସବୁ ଏତେ ପବିତ୍ର ଜଳାଶୟ ହୋଇଥାଏ ତେବେ ରକ୍ଷଣାବେକ୍ଷଣ ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri