Posted inଜାତୀୟ

ରବିଶଙ୍କରଙ୍କ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୨୬ା୬: କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଳାଟ୍‌ଫର୍ମ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଏକ ବିଚିତ୍ର ପରିଣାମ ଶୁକ୍ରବାର ଦେଖିବାକୁ ମିଳିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ରବିଶଙ୍କରଙ୍କ ଟୁଇଟର ହ୍ୟାଣ୍ଡେଲକୁ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌ ପକ୍ଷରୁ ପ୍ରାୟ ଘଣ୍ଟାଏ ଧରି ବନ୍ଦ କରିଦିଆଯାଇଥିଲା। ଫଳରେ ରବିଶଙ୍କର ଏହି ସମୟ ମଧ୍ୟରେ ଟୁଇଟ୍‌ କରିପାରି ନାହାନ୍ତି। ଏନେଇ ରବିଶଙ୍କର ନିଜେ ସୂଚନା ଦେଇଛନ୍ତି।
ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ‘କୁ’ରେ ରବିଶଙ୍କର କହିଛନ୍ତି, ଟୁଇଟର ତାଙ୍କୁ ନିଜ ଆକାଉଣ୍ଟରୁ ପ୍ରାୟ ଘଣ୍ଟାଏ ଧରି ଟୁଇଟ୍‌ କରିବାକୁ ବାରଣ କରିଥିଲା। ଆମେରିକାର ଡିଜିଟାଲ ମିଲେନିୟମ୍‌ କପିରାଇଟ୍‌ ଆଇନ(ଡିଏମ୍‌ସିଏ) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟୁଇଟର ଦର୍ଶାଇଥିଲା। ଏପରି କି କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଟିମ୍‌ ରବିଶଙ୍କରଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟକୁ ଲଗ୍‌ ଇନ୍‌ କରିବାକୁ ଉଦ୍ୟମ କରିବାବେଳେ ସେଥିରେ ଏକ ଓ୍ବାର୍ନିଂ ମେସେଜ୍‌ ଆସିଥିଲା। ଡିଏମ୍‌ସିଏ ଅନୁସାରେ ଏକ ଅଭିଯୋଗ ଆସିଥିବାରୁ ଉକ୍ତ ଆକାଉଣ୍ଟକୁ ବ୍ଲକ୍‌ କରିଦିଆଯାଇଛି ବୋଲି ମେସେଜ୍‌ରେ ଲେଖାଥିଲା। କୌଣସି ବ୍ୟକ୍ତି କାହାର କପିରାଇଟ୍‌ରେ ହସ୍ତକ୍ଷେପ କଲେ ସେ ଡିଏମ୍‌ସିଏ ଅଧୀନରେ କପିରାଇଟ୍‌ ଓନର୍ସ ଟୁଇଟରକୁ ଅବଗତ କରାଇପାରିବେ। ଏକ ବୈଧ ନୋଟିସ ଗ୍ରହଣ କରିବା ପରେ ଟୁଇଟର ଚିହ୍ନଟ କରାଯାଇଥିବା କଣ୍ଟେଣ୍ଟ ମ୍ୟାଟେରିଆଲକୁ ହଟାଇପାରିବ। ଏହାର ପ୍ରାୟ ୧ ଘଣ୍ଟା ପରେ ଟୁଇଟର ଏକ ନୂଆ ମେସେଜ୍‌ ସହ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟକୁ ଅନ୍‌ବ୍ଲକ୍‌ କରିଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା, ‘ଆପଣଙ୍କ ଆକାଉଣ୍ଟ ଏବେ ବ୍ୟବହାର ପାଇଁ ଉପଲବ୍ଧ। ଆଗକୁ ଏପରି କିଛି ଅତିରିକ୍ତ ନୋଟିସ ଆସିଲେ ଆକାଉଣ୍ଟକୁ ପୁନଃ ବ୍ଲକ୍‌ କରାଯିବ। ତେଣୁ ସତର୍କ ରୁହନ୍ତୁ। ଏହାକୁ ଏଡ଼ାଇବାକୁ ହେଲେ ଦୟାକରି କପିରାଇଟ୍‌ ନୀତି ଉଲ୍ଲଂଘନ ହେବା ଭଳି ପୋଷ୍ଟ କରନ୍ତୁ ନାହିଁ। ଆପଣ ଅଧିକୃତ ନ ଥିବା କୌଣସି ପ୍ରକାର ବିଷୟ ପୋଷ୍ଟ ହୋଇଥିବା ଦେଖିଲେ ତାକୁ ତୁରନ୍ତ ଡିଲିଟ୍‌ କରନ୍ତୁ। ’
ଆକ୍‌ସେସ୍‌ ପାଇବା ପରେ ଟୁଇଟରରେ ରବିଶଙ୍କର ପୋଷ୍ଟ କରିଛନ୍ତି, ଟୁଇଟରର କାର୍ଯ୍ୟାନୁଷ୍ଠାନ ଆଇଟି ନିୟମ, ୨୦୨୧ର ଧାରା ୪(୮)ର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଆକାଉଣ୍ଟରେ ଟୁଇଟ୍‌ କରିବା ପାଇଁ ବାରଣ କରିବା ପୂର୍ବରୁ ଟୁଇଟର କୌଣସି ପ୍ରାକ୍‌ ସୂଚନା ଦେଇ ନ ଥିବାରୁ ଏହା ସୂଚନା ପ୍ରଯୁକ୍ତିବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ରୁଲ୍ସ ୨୦୨୧କୁ ଉଲ୍ଲଂଘନ କରିଛି। ଯେଉଁ ପ୍ଲାଟ୍‌ଫର୍ମ ହୋଇଥାଉ ନା କାହିଁକି ସେମାନଙ୍କୁ ନୂଆ ଆଇଟି ନିୟମ ମାନି ଚଳିବାକୁ ପଡ଼ିବ। ଏଥିରେ ସାଲିସ କରାଯିବ ନାହିଁ।

 

‘ମୋ ସହ ବି ଏମିତି ହୋଇଥିଲା’
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟ୍‌ ପରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ପୂର୍ବରୁ ସମଦଶା ଭୋଗିଥିବା କହିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ସଂସଦର ସ୍ଥାୟୀ କମିଟି ଅଧ୍ୟକ୍ଷ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଆକାଉଣ୍ଟକୁ କାହିଁକି ବନ୍ଦ କରାଯାଇଥିଲା ସେନେଇ ଏହି ପ୍ଲାଟ୍‌ଫର୍ମକୁ ସ୍ପଷ୍ଟୀକରଣ ମଗାଯିବ। ବ୍ରିଟେନର ଏକ ସଂସ୍ଥାଠାରୁ ନୋଟିସ ପାଇଥିବା ଦର୍ଶାଇ ଆମେରିକୀୟ ଆଇନ ଅନୁସାରେ ଏକ ସର୍ଭିସ୍‌ ପ୍ରୋଭାଇଡର ରୂପେ ଟୁଇଟରର ଭୂମିକା ଭାରତରେ ଏହାର ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି। ଇତିମଧ୍ୟରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଲେଖିଛନ୍ତି, ଟୁଇଟର କେନ୍ଦ୍ର ସରକାରଙ୍କ ଆଇଟି ରୁଲ୍ସ ଏବଂ ଦେଶର ଆଇନକୁ ଅସମ୍ମାନ କରିଛି। ଅଭିବ୍ୟକ୍ତିର ସ୍ବାଧୀନତା କହୁଥିବା ଏହି ପ୍ଲାଟ୍‌ଫର୍ମ ନିଜେ ଅନ୍ୟମାନଙ୍କ ସ୍ବରକୁ ଚପାଉଛି। ଗଣତନ୍ତ୍ରରେ ଏଭଳି ସ୍ବେଚ୍ଛାଚାରିତାର ସ୍ଥାନ ନାହିଁ।

‘ପକ୍ଷ ରଖିବାକୁ ସୁଯୋଗ ଦେବା ଉଚିତ’
ୟୁଜରଙ୍କୁ କୌଣସି ଆଇନର ଉଲ୍ଲଂଘନ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ନ ଦେଇ ତାଙ୍କ ଆକାଉଣ୍ଟ ଉପରେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ନେବା ସୋସିଆଲ ମିଡିଆ ଇଣ୍ଟରମିଡିଆରି ପକ୍ଷେ ଅନୁଚିତ ବୋଲି ଶୁକ୍ରବାର ‘କୁ’ ସିଇଓ ଅପ୍ରମେୟ ରାଧାକ୍ରିଷ୍ଣନ୍‌ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଅକାଉଣ୍ଟ ଆମେରିକାର କପିରାଇଟ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଟୁଇଟର ଘଣ୍ଟାଏ ବନ୍ଦ କରିବା ପରେ ଅପ୍ରମେୟ ଏହା କହିଛନ୍ତି। ଅପ୍ରମେୟଙ୍କ ମତରେ ୟୁଜରଙ୍କୁ ଉଲ୍ଲଂଘନ ସମ୍ପର୍କରେ ବିବରଣୀ ଦିଆଗଲେ ସେ ତାକୁ ଗ୍ରହଣ କରିବେ କିମ୍ବା ନିଜ ପକ୍ଷ ରଖିପାରିବେ, ଯାହାକି ରବିଶଙ୍କରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri