ଶେଷ ଶେଷ ବିଶ୍ୱକପକୁ ସ୍ମରଣୀୟ କରୁଛନ୍ତି କ୍ୱିଣ୍ଟନ୍ ଡି କକ୍, ୫ ମ୍ୟାଚରେ ହାସଲ କଲେ ତୃତୀୟ ଶତକ

ମୁମ୍ବାଇ,୨୪/୧୦: ବିଶ୍ୱକପ୍ ୨୦୨୩ ର ପଞ୍ଚମ ମ୍ୟାଚ୍ ରେ କ୍ୱିଣ୍ଟନ୍ ଡି କକ୍ ନିଜ ଟିମ୍ ପାଇଁ ତୃତୀୟ ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କର ଶେଷ ଦିନିକିଆ ବିଶ୍ୱକପ୍ ଖେଳୁଥିବା ଡି କକ୍ ଉତ୍କୃଷ୍ଟ ଫର୍ମ ପ୍ରଦର୍ଶନ କରୁଛନ୍ତି। ମୁମ୍ବାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଡି କକ୍ ୧୦୧ ବଲରେ ଶତକ ପୂରଣ କରିଥିଲେ। ଡି କକ୍ ପ୍ରଥମ ଦକ୍ଷିଣ ଆଫ୍ରିକୀୟ ଖେଳାଳି ହୋଇ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ତିନୋଟି ଶତକ ହାସଲ କରିଥିଲେ। ଏହା ତାଙ୍କର ଦିନିକିଆ କ୍ୟାରିୟରର ୨୦ ତମ ଶତକ।

ଏହି ଶତକ ସହିତ ଡି କକ୍ ଚତୁର୍ଥ ଖେଳାଳି ଭାବରେ ଦିନିକିଆରେ ରେ ଦ୍ରୁତତମ ୨୦ ଶତକ ହାସଲ କରିଥିଲେ। ସେ ତାଙ୍କର ୧୫୦ ତମ ଦିନିକିଆ ଇନିଂସରେ ନିଜର ୨୦ ତମ ଶତକ ହାସଲ କରିଛନ୍ତି। ଏହି ତାଲିକାରେ ହାସିମ ଆମଲା ଶୀର୍ଷ ସ୍ଥାନରେ ଅଛନ୍ତି, ଯିଏ ୧୦୮ ଙଊଓ ଇନିଂସରେ ୨୦ ଶତକ ହାସଲ କରିଛନ୍ତି। ଏହି ତାଲିକାରେ ବିରାଟ କୋହଲି ସାମାନ୍ୟ ଦୂରରେ ଅଛନ୍ତି, ଯିଏ ୧୩୩ ଇନିଂସରେ ୨୦ ଟି ଦିନିକିଆ ଶତକ ପୂରଣ କରିଛନ୍ତି।

ଦ୍ରୁତ ୨୦ ଦିନିକିଆ ଶତକ।

୧୦୮ ଇନିଂସ – ହାସିମ ଆମଲା।
୧୩୩ ଇନିଂସ – ବିରାଟ କୋହଲି।
୧୪୨ ଇନିଂସ – ଡେଭିଡ ୱାର୍ଣ୍ଣର।
୧୫୦ ଇନିଂସ – କ୍ୱିଣ୍ଟନ୍ ଡି କକ୍।
୧୭୫ ଇନିଂସ – ଏବି ଡି ଭିଲିୟର୍ସ।
୧୮୩ ଇନିଂସ – ରୋହିତ ଶର୍ମା।
୧୯୫ ଇନିଂସ – ରସ ଟେଲର।
୧୯୭ ଇନିଂସ – ସଚିନ ତେନ୍ଦୁଲକର।

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ୨୦୨୩ ର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା, ଯେଉଁଥିରେ ଡି କକ୍ ୧୦୦ ରନର ଇନିଂସ ଖେଳିଥିଲେ। ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ୧୦୯ ରନ୍ ସଂଗ୍ରହ କରିଥିଲେ। ବର୍ତ୍ତମାନ ସେ ବାଂଲାଦେଶ ବିପକ୍ଷରେ ତୃତୀୟ ଶତକ ହାସଲ କରିଛନ୍ତି।

ଡି କକ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଏପର୍ଯ୍ୟନ୍ତ ୫୪ ଟି ଟେଷ୍ଟ, ୧୪୯ ଟି ଦିନିକିଆ ଏବଂ ୮୦ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟର ୯୧ ଇନିଂସରେ ୩୩୦୦ ରନ୍, ଙଊଓ ର ୧୪୯ ଇନିଂସରେ ୬୪୦୯ ରନ୍ ଏବଂ ଟି -୨୦ ଇଣ୍ଟରନ୍ୟାସନାଲ୍ ରେ ୭୯ ଇନିଂସରେ ୨୨୭୭ ରନ୍ କରିଛନ୍ତି। ସେ ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ସାମିଲ। ଡି କକ୍ ୨୦୧୨ ରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?