ବିଷମକଟକ,୩୦ା୧(ଡି.ଏନ୍.ଏ.) ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ସରିବା ପରେ ପ୍ରାର୍ଥୀଙ୍କୁ ଚିହ୍ନ ମିଳିଛି। ଏବେ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ରଣନୀତି ତଥା ଅଙ୍କକଷା ଆରମ୍ଭ କରିଦେଲେଣି। ରାୟଗଡ଼ା ଜିଲା ରାଜନୀତିରେ ବିଷମକଟକ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏହା ଜିଲା ବିଜେଡି ସଭାପତି ସୁଧୀର କୁମାର ଦାସ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଉଭୟଙ୍କ ପାଇଁ ଏଠାରେ ସମ୍ମାନର ପ୍ରଶ୍ନ ହୋଇଛି।
ବିଗତ ନିର୍ବାଚନ ଫଳାଫଳକୁ ଦେଖିଲେ ବିଷମକଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ରାଜୁତି ଦେଖାଯାଇଥିଲା। କଂଗ୍ରେସ ୫ ଜିଲା ପରିଷଦ ଆସନ ଯଥା ବିଷମକଟକ ବ୍ଲକରେ ୨ଟି, ମୁନିଗୁଡ଼ାରେ ୧, କଲ୍ୟାଣସିଂହପୁରରେ ୧ ଏବଂ କୋଲନରାରେ ୧ ଆସନ ହାତକୁ ନେବାରେ ସଫଳ ହୋଇଥିଲା। ସେହିପରି ବିଜେଡି ୨ ଏବଂ ଭାଜପା ଗୋଟିଏରେ ବିଜୟୀ ହୋଇଥିଲା। ଏଠାରେ ଖୋଦ୍ ଜିଲା ବିଜେଡି ସଭାପତି ଗଡ଼ ସମ୍ଭାଳିଥିଲେ ମଧ୍ୟ ଦଳ ବିଷମକଟକ ବ୍ଲକରେ ଗୋଟିଏ ମଧ୍ୟ ଆସନ ହାତେଇବାରେ ସଫଳ ହୋଇ ନ ଥିଲା। ଏଥର ବିଜେଡି ବିଷମକଟକର ସମସ୍ତ ଜିଲା ପରିଷଦ ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖି ରଣକୌଶଳ ଆରମ୍ଭ କରିଛି। ହେଲେ କଂଗ୍ରେସ ପିଛା ଛାଡ଼ୁନି। ଯେଉଁ ସ୍ଥାନରେ ଦ୍ୱିମୁଖୀ ଲଢ଼େଇ ଜୋର୍ଦାର ହେଉଥିଲା ଏବେ ସେହି ସ୍ଥାନରେ ଚତୁର୍ମୁଖୀ ଲଢ଼େଇ ହେବାକୁ ଯାଉଛି।
୨୦୧୭ରେ ବିଷମକଟକ ବ୍ଳକ ‘କ’ ଜୋନ୍ରେ କଂଗ୍ରେସ ୧୨୦୦ ରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିବାବେଳେ ‘ଖ’ ଜୋନ୍ରେ ୨୫୦ରୁ ଊର୍ଦ୍ଧ୍ୱ ଭୋଟରେ ଜିତିଥିଲା। ଫଳରେ ବିଜେଡିକୁ ଦୁଇଟି ଆସନ ହରାଇ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ଦଳ ୨୧ ପଞ୍ଚାୟତରେ ସମିତି ସଭ୍ୟ ସଂଗ୍ରହକରି ବିଷମକଟକ ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିଲା। ଏଥର ମଧ୍ୟ ସେହି ସବୁ ଜୋନ୍ ଅନୁସୂଚିତ ଜନଜାତି ବର୍ଗଙ୍କ ସକାଶେ ସଂରକ୍ଷିତ ରହିଥିବାବେଳେ ବିଜେଡି ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଜୟ ଶାନ୍ତି କୁମୁରୁକା ‘ଖ’ ଜୋନ୍ରେ, ଭାଜପା ପକ୍ଷରୁ ଗୌତମ ଉଲାକା, କଂଗ୍ରେସ ପକ୍ଷରୁ ନୂଆ ମୁହଁ ଭାବେ କୃଷ୍ଣ ନାଣକା, ବିଏସ୍ପି ପକ୍ଷରୁ ସୁରେନ୍ଦ୍ର କେରିଗୁଡ଼ା ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ମୀନକେତନ ହିକକା ଓ ଦମୟନ୍ତୀ ପିଡିକାକା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ବିଜେଡି ବହୁ ଆଗରୁ ନିଜ କର୍ମୀଙ୍କୁ ନେଇ ଗଡ଼ ସଜାଡ଼ିଥିବାବେଳେ କଂଗ୍ରେସ ଉପଯୁକ୍ତ ସମୟରେ ଗଡ଼ରେ ପଶିବା ପରେ ବିଜେଡି ପାଇଁ କଷ୍ଟକର ହୋଇପଡ଼ୁଛି। ସେଥିପାଇଁ ଦଳ ‘କ’ ଜୋନ୍ରେ ହାଟ ମୁନିଗୁଡ଼ାର ପୂର୍ବତନ ସରପଞ୍ଚ ସୁଜାତା କାଡ୍ରାକାଙ୍କୁ ଟିକେଟ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ନୂଆ ମୁହଁଭାବେ ମହିଳା ପ୍ରାର୍ଥୀ ଗୀତା କୃଷିକାଙ୍କୁ ଏବଂ ଭାଜପା ଗୀତା ହିକ୍କାଙ୍କୁ ଟିକେଟ ଦେଇଛି। ବିଏସ୍ପି ମଧ୍ୟ ପ୍ରାର୍ଥୀ ଦେବାରେ ବିଳମ୍ବ ନ କରି କୁନି ଜାକେସିକାଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଏଠାରେ ମୁଖ୍ୟତଃ ବିଜେଡି ଓ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ଜୋର୍ଦାର ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।
Posted inପଞ୍ଚାୟତ ଇଲେକ୍ସନ, ରାୟଗଡା View All
ଚାଷ କାମ ପାଇଁ ଯାଇଥିଲେ, ହଠାତ୍ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…
କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...
୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍ପି ସପ୍ତଗିରି
ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ...
ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ
ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍ରେ ଚାଲିପାରୁନାହାନ୍ତି। ଫଳରେ ବାପା...
୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା
ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା...
ଭାଇ ବାହା ଘରୁ ଫେରିଲା ବେଳେ ବାଟରେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ
ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ଭାଇର ବାହାଘର ସାରି ରାୟଗଡା ଫେରିଲା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି...
ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର
କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧...
ବସ୍ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…
ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର...
୧୧ ବର୍ଷ ପରେ ନ୍ୟାୟ…ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ
ରାୟଗଡ଼ା,୧୮।୧୧(ଆଶିଷ ରଞ୍ଜନ ପଣ୍ଡା) -ଦୀର୍ଘ ୧୧ ବର୍ଷ ପରେ ରାୟଗଡ଼ା ସହର ବୁଦୁରାବାଲସା ସାହିରେ ହୋଇଥିବା ବହୁଚର୍ଚ୍ଚିତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ରାୟଗଡ଼ା...
Archives


