ବିଷମକଟକ,୩୦ା୧(ଡି.ଏନ୍.ଏ.) ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ସରିବା ପରେ ପ୍ରାର୍ଥୀଙ୍କୁ ଚିହ୍ନ ମିଳିଛି। ଏବେ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ରଣନୀତି ତଥା ଅଙ୍କକଷା ଆରମ୍ଭ କରିଦେଲେଣି। ରାୟଗଡ଼ା ଜିଲା ରାଜନୀତିରେ ବିଷମକଟକ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏହା ଜିଲା ବିଜେଡି ସଭାପତି ସୁଧୀର କୁମାର ଦାସ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଉଭୟଙ୍କ ପାଇଁ ଏଠାରେ ସମ୍ମାନର ପ୍ରଶ୍ନ ହୋଇଛି।
ବିଗତ ନିର୍ବାଚନ ଫଳାଫଳକୁ ଦେଖିଲେ ବିଷମକଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ରାଜୁତି ଦେଖାଯାଇଥିଲା। କଂଗ୍ରେସ ୫ ଜିଲା ପରିଷଦ ଆସନ ଯଥା ବିଷମକଟକ ବ୍ଲକରେ ୨ଟି, ମୁନିଗୁଡ଼ାରେ ୧, କଲ୍ୟାଣସିଂହପୁରରେ ୧ ଏବଂ କୋଲନରାରେ ୧ ଆସନ ହାତକୁ ନେବାରେ ସଫଳ ହୋଇଥିଲା। ସେହିପରି ବିଜେଡି ୨ ଏବଂ ଭାଜପା ଗୋଟିଏରେ ବିଜୟୀ ହୋଇଥିଲା। ଏଠାରେ ଖୋଦ୍ ଜିଲା ବିଜେଡି ସଭାପତି ଗଡ଼ ସମ୍ଭାଳିଥିଲେ ମଧ୍ୟ ଦଳ ବିଷମକଟକ ବ୍ଲକରେ ଗୋଟିଏ ମଧ୍ୟ ଆସନ ହାତେଇବାରେ ସଫଳ ହୋଇ ନ ଥିଲା। ଏଥର ବିଜେଡି ବିଷମକଟକର ସମସ୍ତ ଜିଲା ପରିଷଦ ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖି ରଣକୌଶଳ ଆରମ୍ଭ କରିଛି। ହେଲେ କଂଗ୍ରେସ ପିଛା ଛାଡ଼ୁନି। ଯେଉଁ ସ୍ଥାନରେ ଦ୍ୱିମୁଖୀ ଲଢ଼େଇ ଜୋର୍ଦାର ହେଉଥିଲା ଏବେ ସେହି ସ୍ଥାନରେ ଚତୁର୍ମୁଖୀ ଲଢ଼େଇ ହେବାକୁ ଯାଉଛି।
୨୦୧୭ରେ ବିଷମକଟକ ବ୍ଳକ ‘କ’ ଜୋନ୍ରେ କଂଗ୍ରେସ ୧୨୦୦ ରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିବାବେଳେ ‘ଖ’ ଜୋନ୍ରେ ୨୫୦ରୁ ଊର୍ଦ୍ଧ୍ୱ ଭୋଟରେ ଜିତିଥିଲା। ଫଳରେ ବିଜେଡିକୁ ଦୁଇଟି ଆସନ ହରାଇ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ଦଳ ୨୧ ପଞ୍ଚାୟତରେ ସମିତି ସଭ୍ୟ ସଂଗ୍ରହକରି ବିଷମକଟକ ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିଲା। ଏଥର ମଧ୍ୟ ସେହି ସବୁ ଜୋନ୍ ଅନୁସୂଚିତ ଜନଜାତି ବର୍ଗଙ୍କ ସକାଶେ ସଂରକ୍ଷିତ ରହିଥିବାବେଳେ ବିଜେଡି ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଜୟ ଶାନ୍ତି କୁମୁରୁକା ‘ଖ’ ଜୋନ୍ରେ, ଭାଜପା ପକ୍ଷରୁ ଗୌତମ ଉଲାକା, କଂଗ୍ରେସ ପକ୍ଷରୁ ନୂଆ ମୁହଁ ଭାବେ କୃଷ୍ଣ ନାଣକା, ବିଏସ୍ପି ପକ୍ଷରୁ ସୁରେନ୍ଦ୍ର କେରିଗୁଡ଼ା ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ମୀନକେତନ ହିକକା ଓ ଦମୟନ୍ତୀ ପିଡିକାକା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ବିଜେଡି ବହୁ ଆଗରୁ ନିଜ କର୍ମୀଙ୍କୁ ନେଇ ଗଡ଼ ସଜାଡ଼ିଥିବାବେଳେ କଂଗ୍ରେସ ଉପଯୁକ୍ତ ସମୟରେ ଗଡ଼ରେ ପଶିବା ପରେ ବିଜେଡି ପାଇଁ କଷ୍ଟକର ହୋଇପଡ଼ୁଛି। ସେଥିପାଇଁ ଦଳ ‘କ’ ଜୋନ୍ରେ ହାଟ ମୁନିଗୁଡ଼ାର ପୂର୍ବତନ ସରପଞ୍ଚ ସୁଜାତା କାଡ୍ରାକାଙ୍କୁ ଟିକେଟ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ନୂଆ ମୁହଁଭାବେ ମହିଳା ପ୍ରାର୍ଥୀ ଗୀତା କୃଷିକାଙ୍କୁ ଏବଂ ଭାଜପା ଗୀତା ହିକ୍କାଙ୍କୁ ଟିକେଟ ଦେଇଛି। ବିଏସ୍ପି ମଧ୍ୟ ପ୍ରାର୍ଥୀ ଦେବାରେ ବିଳମ୍ବ ନ କରି କୁନି ଜାକେସିକାଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଏଠାରେ ମୁଖ୍ୟତଃ ବିଜେଡି ଓ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ଜୋର୍ଦାର ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।
Posted inପଞ୍ଚାୟତ ଇଲେକ୍ସନ, ରାୟଗଡା View All
ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….
ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…
ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….
ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ…
ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ ପୂର୍ବରୁ ବିଷମକଟକ ବ୍ଲକରେ…
ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…
ରାୟଗଡ଼ାରେ ମାଓବାଦୀ ପୋଷ୍ଟର, ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର…
ରାୟଗଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ…
ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…
ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…
ପୋଲିସ ବସ୍ର ବ୍ରେକ ଫେଲ୍: ଶତାଧିକ ଆନ୍ଦୋଳନକାରୀ…
ରାୟଗଡ଼ା,୧୨।୨(ଆଶିଷ ରଞ୍ଜନ ପଣ୍ଡା):ବ୍ରେକ ଫେଲ ହେଲା ପୋଲିସ ବସ୍। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ବାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ…
ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…
ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…
ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…
କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…
Archives

