‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ’କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜଧାନୀରେ ଟିକାକରଣକୁ ସୁଗମ କରିବା ପାଇଁ ଗତ ୮ ତାରିଖରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ୍‌’ ବା ଗାଡିରେ ଟିକାକରଣ ଚାଲିଛି। ପ୍ରଥମେ ରସୁଲଗଡସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ର ପାର୍କିଂ ସ୍ଥଳରେ ଏହା ଆରମ୍ଭ ହୋଇଥିଲା। ପରେ କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ, କିଟ୍‌ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ, ଡିଏନ୍‌ ରେଗାଲିଆ ମଲ୍‌, ସିମ୍ଫୋନୀ ମଲ୍‌ରେ ଏହା କାର୍ଯ୍ୟକାରୀ କରାଯାଇଥିଲା। ତେବେ ଏଥିରେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସତ୍ତ୍ୱେ ବିଏମ୍‌ସି ପକ୍ଷରୁ ଏହି ଟିକାକରଣ ଜାରି ରହିଛି। ଏବେବି ଟିକା ନେବା ପରେ ଅଧିକାଂଶ ହିତାଧିକାରୀ ସଙ୍ଗେ ସଙ୍ଗେ ପଳାଉଥିବାରୁ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍‌ ଟିକାକରଣ ପାଇଁ ଜାରି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଯଥେଷ୍ଟ ୱେଟିଂ ଏରିଆ ଓ ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦିଆଯିବ। ଟିକା ନେବା ପରେ ହିତାଧିକାରୀଙ୍କୁ ୩୦ ମିନିଟ୍‌ ନିରୀକ୍ଷଣରେ ରଖାଯିବ। ଏହାଦ୍ୱାରା ହିତାଧିକାରୀଙ୍କ ଶରୀରରେ ଟିକାର କିଛି ପାର୍ଶ୍ୱ ପ୍ରତିକ୍ରିୟା ଥିଲେ ତାହା ଜଣାପଡ଼ିବ। ହେଲେ ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ୍‌ରେ ଏ ସବୁର ଉଲ୍ଲଂଘନ ହେଉଥିବା ଦର୍ଶାଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ତାଗିଦ୍‌ କରାଯାଇଥିଲା। ତେବେ ବିଏମ୍‌ସି ପକ୍ଷରୁ ଏହାକୁ ବନ୍ଦ କରାଯିବା ପରିବର୍ତ୍ତେ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯାଉଥିବା ଦର୍ଶାଇ ଟିକାକରଣ ଚାଲୁ ରଖାଯାଇଛି। ଏପରି କି ଶୁକ୍ରବାରଠାରୁ ଫର୍ଚ୍ୟୁନ୍‌ ଟାଓ୍ବାର ଓ ବିଡିଏ କଲ୍ୟାଣ ମଣ୍ଡପରେ ମଧ୍ୟ ଏହି ଟିକାକରଣ ଆରମ୍ଭ କରାଯାଇଛି। ପୂର୍ବରୁ ଲୋକମାନେ ଗାଡିରେ ବସି ଟିକା ନେଉଥିବାବେଳେ ଏବେ ପାର୍କିଂ ଲଟ୍‌ରେ ନିଜ ପାଳି ପଡିବା ପର୍ଯ୍ୟନ୍ତ ଗାଡି ଭିତରେ କିମ୍ବା ଧାଡ଼ିରେ ରହି ଅପେକ୍ଷା କରୁଛନ୍ତି। ପାଳି ଆସିବା ପରେ ଚେୟାରରେ ବସି ଟିକା ନେଉଛନ୍ତି। ମାତ୍ର ଏହାପରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅପେକ୍ଷା ନ କରି ଅଧିକାଂଶ ଲୋକ ଚାଲି ଯାଉଥିବା ଦେଖିବାକୁ ମିଳୁଛି।
ସମ୍ପର୍କରେ ଉତ୍କଳ କନିକା ଗ୍ୟାଲେରିଆରେ ନିୟୋଜିତ ଅଧିକାରୀ ସତ୍ୟ ନାରାୟଣ ମହାରଣା କୁହନ୍ତି, ଆମେ ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରୁଛୁ। ଲୋକମାନେ ଗାଡିରୁ ବାହାରି ଚେୟାରରେ ବସି ଟିକା ନେଉଛନ୍ତି। ପାର୍କିଂ ସ୍ଥଳରେ ଲୋକଙ୍କ ଅପେକ୍ଷା ପାଇଁ ଆବଶ୍ୟକ ଚେୟାର ପଡିଛି। ଏମିତିକି ଗାଡିରେ ବସି ଅପେକ୍ଷା କରିବାକୁ ଚାହଁୁଥିଲେ ସେଥିପାଇଁ ପର୍ଯ୍ୟାପ୍ତ ଜାଗା ମଧ୍ୟ ରହିଛି। ତେବେ ସେମାନଙ୍କୁ ଅପେକ୍ଷା କରିବାକୁ କହିଲେ ଶୁଣୁନାହାନ୍ତି। ବିଏମ୍‌ସିର ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି, ଲୋକଙ୍କ ଆବଶ୍ୟକତାକୁ ଦେଖି ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଏମ୍‌ସି ସମସ୍ତ ବ୍ୟବସ୍ଥା କରୁଛି। ମଲ୍‌ ଗୁଡିକରେ ଯଥେଷ୍ଟ ଓ୍ବେଟିଂ ଏରିଆ ରହୁଥିବାରୁ ସେଠାରେ କାର୍ଯ୍ୟକ୍ରମ କରାଯାଉଛି। ଟିକା ନେବାପରେ ସମସ୍ତଙ୍କୁ ଅଧଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣ ପାଇଁ ରହିବାକୁ ମଧ୍ୟ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri