‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ’କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜଧାନୀରେ ଟିକାକରଣକୁ ସୁଗମ କରିବା ପାଇଁ ଗତ ୮ ତାରିଖରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ୍‌’ ବା ଗାଡିରେ ଟିକାକରଣ ଚାଲିଛି। ପ୍ରଥମେ ରସୁଲଗଡସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ର ପାର୍କିଂ ସ୍ଥଳରେ ଏହା ଆରମ୍ଭ ହୋଇଥିଲା। ପରେ କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ, କିଟ୍‌ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ, ଡିଏନ୍‌ ରେଗାଲିଆ ମଲ୍‌, ସିମ୍ଫୋନୀ ମଲ୍‌ରେ ଏହା କାର୍ଯ୍ୟକାରୀ କରାଯାଇଥିଲା। ତେବେ ଏଥିରେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସତ୍ତ୍ୱେ ବିଏମ୍‌ସି ପକ୍ଷରୁ ଏହି ଟିକାକରଣ ଜାରି ରହିଛି। ଏବେବି ଟିକା ନେବା ପରେ ଅଧିକାଂଶ ହିତାଧିକାରୀ ସଙ୍ଗେ ସଙ୍ଗେ ପଳାଉଥିବାରୁ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍‌ ଟିକାକରଣ ପାଇଁ ଜାରି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଯଥେଷ୍ଟ ୱେଟିଂ ଏରିଆ ଓ ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦିଆଯିବ। ଟିକା ନେବା ପରେ ହିତାଧିକାରୀଙ୍କୁ ୩୦ ମିନିଟ୍‌ ନିରୀକ୍ଷଣରେ ରଖାଯିବ। ଏହାଦ୍ୱାରା ହିତାଧିକାରୀଙ୍କ ଶରୀରରେ ଟିକାର କିଛି ପାର୍ଶ୍ୱ ପ୍ରତିକ୍ରିୟା ଥିଲେ ତାହା ଜଣାପଡ଼ିବ। ହେଲେ ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ୍‌ରେ ଏ ସବୁର ଉଲ୍ଲଂଘନ ହେଉଥିବା ଦର୍ଶାଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ତାଗିଦ୍‌ କରାଯାଇଥିଲା। ତେବେ ବିଏମ୍‌ସି ପକ୍ଷରୁ ଏହାକୁ ବନ୍ଦ କରାଯିବା ପରିବର୍ତ୍ତେ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯାଉଥିବା ଦର୍ଶାଇ ଟିକାକରଣ ଚାଲୁ ରଖାଯାଇଛି। ଏପରି କି ଶୁକ୍ରବାରଠାରୁ ଫର୍ଚ୍ୟୁନ୍‌ ଟାଓ୍ବାର ଓ ବିଡିଏ କଲ୍ୟାଣ ମଣ୍ଡପରେ ମଧ୍ୟ ଏହି ଟିକାକରଣ ଆରମ୍ଭ କରାଯାଇଛି। ପୂର୍ବରୁ ଲୋକମାନେ ଗାଡିରେ ବସି ଟିକା ନେଉଥିବାବେଳେ ଏବେ ପାର୍କିଂ ଲଟ୍‌ରେ ନିଜ ପାଳି ପଡିବା ପର୍ଯ୍ୟନ୍ତ ଗାଡି ଭିତରେ କିମ୍ବା ଧାଡ଼ିରେ ରହି ଅପେକ୍ଷା କରୁଛନ୍ତି। ପାଳି ଆସିବା ପରେ ଚେୟାରରେ ବସି ଟିକା ନେଉଛନ୍ତି। ମାତ୍ର ଏହାପରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅପେକ୍ଷା ନ କରି ଅଧିକାଂଶ ଲୋକ ଚାଲି ଯାଉଥିବା ଦେଖିବାକୁ ମିଳୁଛି।
ସମ୍ପର୍କରେ ଉତ୍କଳ କନିକା ଗ୍ୟାଲେରିଆରେ ନିୟୋଜିତ ଅଧିକାରୀ ସତ୍ୟ ନାରାୟଣ ମହାରଣା କୁହନ୍ତି, ଆମେ ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରୁଛୁ। ଲୋକମାନେ ଗାଡିରୁ ବାହାରି ଚେୟାରରେ ବସି ଟିକା ନେଉଛନ୍ତି। ପାର୍କିଂ ସ୍ଥଳରେ ଲୋକଙ୍କ ଅପେକ୍ଷା ପାଇଁ ଆବଶ୍ୟକ ଚେୟାର ପଡିଛି। ଏମିତିକି ଗାଡିରେ ବସି ଅପେକ୍ଷା କରିବାକୁ ଚାହଁୁଥିଲେ ସେଥିପାଇଁ ପର୍ଯ୍ୟାପ୍ତ ଜାଗା ମଧ୍ୟ ରହିଛି। ତେବେ ସେମାନଙ୍କୁ ଅପେକ୍ଷା କରିବାକୁ କହିଲେ ଶୁଣୁନାହାନ୍ତି। ବିଏମ୍‌ସିର ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି, ଲୋକଙ୍କ ଆବଶ୍ୟକତାକୁ ଦେଖି ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଏମ୍‌ସି ସମସ୍ତ ବ୍ୟବସ୍ଥା କରୁଛି। ମଲ୍‌ ଗୁଡିକରେ ଯଥେଷ୍ଟ ଓ୍ବେଟିଂ ଏରିଆ ରହୁଥିବାରୁ ସେଠାରେ କାର୍ଯ୍ୟକ୍ରମ କରାଯାଉଛି। ଟିକା ନେବାପରେ ସମସ୍ତଙ୍କୁ ଅଧଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣ ପାଇଁ ରହିବାକୁ ମଧ୍ୟ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri