Posted inଖେଳ

କ୍ରିକେଟ କିଟ୍‌ କିଣିବାକୁ ନ ଥିଲା ପଇସା; ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ ଏହି କ୍ରିକେଟରଙ୍କ ମା’, ଏଭଳି ବଦଳିଲା ଭାଗ୍ୟ

ନୂଆଦିଲ୍ଲୀ,୨୮।୫: ତାମିଲନାଡ଼ୁର ସଲେମ ଜିଲାରୁ ୩୫ କିମି ଦୂର ଚିନ୍ନାପମପଟ୍ଟି ଗାଁରେ ବାମହାତୀ ପେସର ଟି ନଟରାଜନଙ୍କ ଜନ୍ମ। ଗରିବ ପରିବାରର ଥିବାରୁ ନଟରାଜନଙ୍କ ଜୀବନ ନାନାଦି ସଂଘର୍ଷ ଦେଇ ଗତି କରିଛି। ତାଙ୍କ ମା’ ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ। ଏପରିକି ତାଙ୍କ ବାପା ରେଳ ଷ୍ଟେଶନରେ ପୋର୍ଟର କାମ କରୁଥିଲେ। ଏକ ସମୟରେ କ୍ରିକେଟ କିଟ୍‌ କିଣିବା ଲାଗି ନଟରାଜନଙ୍କ ପାଖରେ ଟଙ୍କା ନ ଥିଲା। ହେଲେ ଜିଲାସ୍ତରୀୟ କ୍ରିକେଟର ଜୟପ୍ରକାଶଙ୍କ ନଜର ପଡ଼ିବା ପରେ ତାଙ୍କ ଭାଗ୍ୟ ଚମକିଥିଲା। ଜୟପ୍ରକାଶ କ୍ରିକେଟର ଭାବେ ସେତେଟା ସଫଳ ନ ଥିଲେ ହେଁ ନଟରାଜନଙ୍କ ପ୍ରତିଭାକୁ ସେ ଜାଣିପାରିଥିଲେ। ତାଙ୍କ ପ୍ରଚେଷ୍ଟା ଯୋଗୁ ନଟରାଜନଙ୍କୁ ତାମିଲନାଡ଼ୁ କ୍ରିକେଟ ଆସୋସିଏଶନର ଏକ ଲିଗ୍‌ରେ ଖେଳିବାର ସୁଯୋଗ ମିଳିଥିଲା। ଏହାପରେ ତାମିଲନାଡ଼ୁ କ୍ରିକେଟ ଟିମ୍‌ରେ ତାଙ୍କ ଚୟନ ହୋଇଥିଲା। ୨୦୧୬ରେ ତାମିଲନାଡ଼ୁ ପ୍ରିମିୟର ଲିଗ୍‌ରେ ସୁପର ଓଭର ସମୟରେ ୬ରୁ ୬ ବଲ ୟର୍କର ଫିଙ୍ଗି ଚର୍ଚ୍ଚାକୁ ଆସିଥିଲେ ସେ। ପରେ ୨୦୧୭ରେ ଆଇପିଏଲ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳ ତାଙ୍କୁ ୩ କୋଟି ଟଙ୍କା ଦେଇ କିଣିଥିଲା। କୋଟିପତି ହେବା ପରେ ସେ ନିଜ ଝାଟିମାଟି ଘରକୁ ବଙ୍ଗଳା କରିଥିଲେ। ଏହାଛଡ଼ା ସେ ସ୍ଥାନୀୟ ପିଲାମାନଙ୍କପାଇଁ କ୍ରିକେଟ ଏକାଡେମୀ ଆରମ୍ଭ କରି ସମସ୍ତଙ୍କୁ ପ୍ରେରଣା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦେଶର ଡୋପ ଟେଷ୍ଟ ଲାବ୍‌ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୨୩।୮(ପି.ଟି.): ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଶୁକ୍ରବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ)କୁ ଭର୍ତ୍ସନା କରି ଦେଶରେ ଥିବା ଏକମାତ୍ର ଓ୍ବାଡା ସ୍ବୀକୃତି ପ୍ରାପ୍ତ...

ଟ୍ରେନିଂ ଆରମ୍ଭ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଅନୁମତି

ଜୋହାନ୍ସବର୍ଗ, ୩୦ା୬ (ପି.ଟି.):ଟ୍ରେନିଂ ଆରମ୍ଭ କରିବା ଲାଗି କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ଦେଶର କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ଦେଇଛି। କରୋନା ଭାଇରସ ଯୋଗୁ ଗତ...

ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌: ୧୦୦ ମିଟରରେ ଅମିୟଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର,୨୭।୬: ପଞ୍ଜାବର ପଟିଆଲାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ରାଜ୍ୟର ପୁରୁଷ ତାରକା ଧାବକ ଅମିୟ ମଲ୍ଲିକ ବ୍ରୋଞ୍ଜ ପଦକ...

୧୪୪ ବର୍ଷ ଟେଷ୍ଟ ଇତିହାସରେ ଦ୍ୱିତୀୟଥର ଘଟିଲା ଏମିତି

ଲିଡ୍ସ,୨୬।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ହେଡିଙ୍ଗଲେରେ ଖେଳାଯାଉଛି। ଭାରତ ପ୍ରଥମ ଦିନ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ ଜିତିବା...

ଆଇସୋଲେଶନରେ ଟିମ୍‌ ଇଣ୍ଡିଆର ୪ ସଦସ୍ୟ

ଲଣ୍ଡନ,୧୫।୭: ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଜଣାପଡ଼ିଛି ଟିମ୍‌ ଇଣ୍ଡିଆର କୋଚିଂ ଷ୍ଟାଫ ଧ୍ୟାନଚାନ୍ଦ ଗରାନି ମଧ୍ୟ କରୋନାରେ ସଂକ୍ରମିତ।...

ମହିଳା ଚେସ୍‌ ବିଶ୍ୱକପ୍‌ରେ ଭାଗନେବେ ପଦ୍ମିନୀ

ଭୁବନେଶ୍ୱର, ୨୨।୫(କ୍ରୀଡ଼ା ପ୍ରତିନିଧି)- କରୋନାର କଷଣ ମଧ୍ୟରେ ରାଜ୍ୟ ଚେସ୍‌ ପାଇଁ ଆସିଛି ଏକ ଖୁସି ଖବର। ଓଡ଼ିଶା ଚେସ୍‌ ଆଇକନ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌)...

ରାଜସ୍ଥାନରେ ଅଟକିଲା ଚେନ୍ନାଇ

ଆବୁଧାବି, ୨।୧୦: ଆଇପିଏଲରେ ଶନିବାର ଚେନ୍ନାଇ ସୁପରକିଙ୍ଗ୍ସର ଋତୁରାଜ ଗାଏକ୍ୱାଡଙ୍କ ଶତକ ଫିକା ପଡ଼ିଛି। ହାଇ ସ୍କୋରିଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ ଚେନ୍ନାଇକୁ...

ଓସିଏ ନିର୍ବାଚନ :ସଭାପତି ପଦବୀରେ ପଙ୍କଜ-ପ୍ରଦୀପ ଲଢ଼େଇ

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ୩ ଦିନ ବାକି । ଗୁପ୍ତରେ ଚାଲିଛି ଅଙ୍କକଷା, ଭୋଟ ବ୍ୟାଙ୍କ ପ୍ରସ୍ତୁତି। ଦୁଇଟି ଗୋଷ୍ଠୀ...

Advertisement
Archives

Model This Week