ସାଇବର ଥାନାର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ

ପୁରୀ ଅଫିସ,୧୧।୮: ପ୍ରଯୁକ୍ତିବିଦ୍ୟା ସହ ତାଳଦେଇ ନୂଆ ନୂଆ ତରିକାରେ ଆପରାଧିକ କାର୍ଯ୍ୟକଳାପ ହେଉଛି। ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଲିଙ୍କ୍‌ ଓ କଲ୍‌ ଜରିଆରେ ସାଇବର ଠକମାନେ ଲୋକଙ୍କୁ ଲୁଟୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ସବୁ ଜିଲାରେ ସାଇବର ଥାନା ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି କ୍ରମରେ ପୁରୀ ସହରରେ ୨୦୨୧ ଡିସେମ୍ବରରୁ ସାଇବର ଥାନା ଖୋଲିଥିଲେ ବି ଏହାର କାର୍ଯ୍ୟ ଧିମା। ଠକାମିର ଶିକାର ବ୍ୟକ୍ତି ଥାନାରେ ଅଭିଯୋଗପତ୍ର ଦେବା ସତ୍ତ୍ୱେ ତାହା ସେମିତି ପଡ଼ିରହୁଛି। ଏପରି କି ଅନେକ କ୍ଷେତ୍ରରେ ଥସୂଚନା ଅନୁଯାୟୀ, ଗତ ଏପ୍ରିଲରେ ନିବେଦିତା ସାହୁ ଏକ ଅଣସୁରକ୍ଷିତ ଲିଙ୍କ୍‌ରେ କ୍ଲିକ୍‌ କରି ୩୫ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ଏ ନେଇ ସେ ପୁରୀ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ତାଙ୍କୁ କୌଣସି ଅପ୍‌ଡେଟ୍‌ ବର୍ତ୍ତମାନ ସୁଦ୍ଧା ମିଳି ନ ଥିବାବେଳେ ସେ ଟଙ୍କା ପାଇବା ଆଶା ଛାଡ଼ି ଦେଇଥିବା କହିଛନ୍ତି। ଠକେଇ ହେବାର ଏକ ଘଣ୍ଟା ମଧ୍ୟରେ ଅଭିଯୋଗ କଲେ ଟଙ୍କା ମିଳିବାର ସମ୍ଭାବନା ଅଧିକ ବୋଲି କୁହାଯାଉଥିବାରୁ ସେ ଆଶା ଛାଡ଼ିଦେଇଥିବା ପ୍ରକାଶ କରିଛନ୍ତି। ସେହିଭଳି ନିକଟ ଅତୀତରେ ଚନ୍ଦନପୁରର ଜଣେ ଯୁବକଙ୍କଠାରୁ ଅନଲାଇନ୍‌ରେ ଟିକା ପଞ୍ଜୀକରଣ ନାମରେ ଅର୍ଥ ଠକି ନିଆଯାଇଥିଲା। ସେ ଅଭିଯୋଗ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ସାଇବର ଥାନା ରହିଛି। ଗତ ଡିସେମ୍ବରରୁ ଅଦ୍ୟାବଧି ମାତ୍ର ୧୬ଟି ମାମଲା ଦାଏର ହୋଇଛି। ତନ୍ମଧ୍ୟରୁ ୩ଟିରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ସାଇବର ଥାନାରେ ସ୍ବତନ୍ତ୍ର ଭାବେ ତଦନ୍ତ ଅଧିକାରୀ ନାହାନ୍ତି।

ଏନେଇ ଅତିରିକ୍ତ ଦାୟିତ୍ୱରେ ଥିବା ସାଇବର ଥାନା ଅଧିକାରୀ ନୀଳିମା ପଟ୍ଟନାୟକ କହିଛନ୍ତି, ଯେଉଁ ଥାନା ଅନ୍ତର୍ଗତ ସାଇବର ଠକେଇ ମାମଲା ଦାଏର ହେଉଛି, ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ତଦନ୍ତ ଅଧିକାରୀ ଭାବେ କାର୍ଯ୍ୟ କରିବାକୁ କୁହାଯାଉଛି। ସେହିପରି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ ମତରେ, ସାଇବର ଥାନାରେ ନିଯୁକ୍ତ ହେଉଥିବା ଅଧିକାରୀମାନେ ସ୍ବତନ୍ତ୍ର ତାଲିମ ନେବାର ଆବଶ୍ୟକତା ରହିଛି। ଗତାନୁଗତିକ ଧାରାରେ ଚାଲି ଆସିଥିବା ଥାନା ଅଧିକାରୀମାନେ ତଦନ୍ତ ଦାୟିତ୍ୱ ନେଲେ ଅପରାଧୀଙ୍କୁ ଧରିବା ସମ୍ଭବପର ନୁହେଁ। ସାଇବର ସେଲ୍‌ ପାଖରେ ବ୍ୟାଙ୍କ ଅପରେଟରମାନଙ୍କ ନମ୍ବର ରହିଛି। ସେହି ମାଧ୍ୟମରେ ସେମାନେ ଠକେଇ ହୋଇଥିବା ଅର୍ଥ କେଉଁ ଆକାଉଣ୍ଟକୁ ଯାଇଛି ତାହା ଜାଣିପାରିବେ। ଜାଣିବା ପରେ ତଦନ୍ତକାରୀ ଟିମ୍‌ର କାର୍ଯ୍ୟ ପ୍ରମୁଖ ହୋଇପଡ଼େ। ଦକ୍ଷ ସାଇବର ସେଲ ଓ ତଦନ୍ତକାରୀ ଟିମ୍‌ ମିଳିବା ଅତ୍ୟନ୍ତ କଷ୍ଟକର। ସାଇବର ସେଲ୍‌ ପାଖରେ ଦକ୍ଷ ମାନବ ସମ୍ବଳ ଅଭାବ କାରଣରୁ ସାଇବର ଠକ ଦିନକୁ ଦିନ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି। କ୍ରାଇମବ୍ରାଞ୍ଚ ସାଇବର ସେଲ୍‌କୁ ଛାଡ଼ି ଜିଲାସ୍ତରୀୟ ସାଇବର ସେଲ୍‌ରେ ଦକ୍ଷ କର୍ମଚାରୀ ନାହାନ୍ତି ବୋଲି ସାହୁ କହିଛନ୍ତି। ସାଇବର ଠକେଇ ରୋକିବା ପାଇଁ ପୁରୀ ପୋଲିସ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି। ଲିଙ୍କ୍‌ ବିଶ୍ୱସନୀୟତା କିଭଳି ଚିହ୍ନଟ କରାଯିବ, ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପୂର୍ବରୁ କିଭଳି ସେହି ସମ୍ପର୍କିତ ଜ୍ଞାନ ପାଇବେ, ଓଟିପିର ଗୁରୁତ୍ୱ କ’ଣ ଓ କେଉଁ କେଉଁ ଉପାୟରେ ଠକେଇ ହେଉଛି ସେନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର ବୋଲି ଆଇଟି ଏକ୍ସପର୍ଟ ସୁନୀଲ କୁମାର ସାହୁ ମତ ଦେଇଛନ୍ତି। ଏ ନେଇ ପୁରୀ ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡା କହିଛନ୍ତି, ଥାନା ଅଧିକାରୀ ଭାବେ ଜଣେ ଅତିରିକ୍ତ ଦାୟିତ୍ୱରେ ରହିଥିବା ବେଳେ ଦୁଇଜଣ ସବ୍‌ଇନ୍ସପେକ୍ଟର ଓ କର୍ମଚାରୀ ସାଇବର ଥାନା ଦାୟିତ୍ୱରେ ରହିଛନ୍ତି। ସାଇବର ସୁରକ୍ଷା ଦିଗରେ ପୋଲିସ ଦୃଷ୍ଟି ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri