ମହାରାଣୀଙ୍କ ମହାପ୍ରୟାଣ:୧୦ ଦିନିଆ ରାଷ୍ଟ୍ରୀୟ ଶୋକ

ଲଣ୍ଡନ, ୯ା୯:ବ୍ରିଟେନରେ ସର୍ବାଧିକ କାଳ ଶାସନ କରିଥିବା ମହାରାଣୀ ଏଲିଜାବେଥ୍‌-୨ୟଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୯୬ ବର୍ଷ ହୋଇଥିଲା। ମୃତ୍ୟୁବେଳକୁ ସେ ସ୍କଟଲାଣ୍ଡ୍‌ର ବାଲ୍‌ମୋରାଲ କାସଲେରେ ଥିଲେ। ଦୀର୍ଘଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ଥିଲେ। ଏ ନେଇ ବକିଂହାମ୍‌ ପ୍ୟାଲେସ୍‌ ପକ୍ଷରୁ ବିବୃତି ଜାରି କରାଯାଇଛି। ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାପରେ ରାଜ ପରିବାର ସଦସ୍ୟ ସ୍କଟଲାଣ୍ଡ୍‌ର ଏବେରଡିନ୍‌ଶାୟାରଠାରେ ଏକତ୍ରିତ ହୋଇଥିଲେ। ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଟୁଇଟ୍‌ କରି ମହାରାଣୀଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ବିଶ୍ୱନେତାମାନେ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।
ମହାରାଣୀଙ୍କ ସମ୍ମାନାର୍ଥେ ବ୍ରିଟେନ୍‌ଓ୍ବେର ପ୍ରାସାଦରେ ପତାକାକୁ ୧୦ ଦିନ ଅର୍ଦ୍ଧନମିତ ରଖାଯିବା ଲାଗି ସରକାରୀ ଭାବେ ଘୋଷଣା କରାଯାଇଛି। ବ୍ରିଟେନ ଓ ଅନ୍ୟ ୧୪ଟି ରାଜତନ୍ତ୍ର ଏବଂ ୫୪ ସଦସ୍ୟ ବିଶିଷ୍ଟ ରାଜ୍ୟଗୋଷ୍ଠୀ ଦେଶରମୁଖ୍ୟ ରହିଆସିଥିବା ଏଲିଜାବେଥ୍‌ ବିଶ୍ୱର ସର୍ବାଧିକ ସମ୍ମାନାସ୍ପଦ ବ୍ୟକ୍ତି ମାନ୍ୟତା ପାଇଥିଲେ। ମହାରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନର ନୂଆ ରାଜା ଭାବେ ଓ୍ବେଲ୍ସର ପୂର୍ବତନ ରାଜକୁମାର ଚାଲର୍‌ସ ଦାୟିତ୍ୱ ଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ, ଚାର୍ଲସ ଓ ମହାରାଣୀ ହେବାକୁ ଥିବା ତାଙ୍କ ସ୍ତ୍ରୀ କାମିଲା ବାଲ୍‌ମୋରାରେ ରହିଛନ୍ତି। ଶୁକ୍ରବାର ଉଭୟେ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ।
ଏଲିଜାବେଥ୍‌ ଆଲେକଜାଣ୍ଡ୍ରା ମ୍ୟାରୀ (ରାଣୀ ଏଲିଜାବେଥ୍‌-୨ୟ) ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନର ମେଫେୟାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ରାଜା ଜର୍ଜ-୬ ଏବଂ ମାତା ମହାରାଣୀ ଏଲିଜାବେଥ୍‌। ଏଲିଜାବେଥ୍‌-୨ୟ ୧୯୪୭ ନଭେମ୍ବରରେ ଗ୍ରୀସ୍‌ ଓ ଡେନ୍‌ମାର୍କର ପୂର୍ବତନ ଯୁବରାଜ ଫିଲିପ୍‌ ମାଉଣ୍ଟବ୍ୟାଟେନ୍‌ଙ୍କୁ ବିବାହ କରିଥିଲେ। ୧୯୫୨ରେ ପିତା ଜର୍ଜ-୬ଙ୍କ ମୃତ୍ୟୁବେଳକୁ ଏଲିଜାବେଥ୍‌-୨ୟଙ୍କୁ ୨୫ ବର୍ଷ ବୟସ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ସେ ବ୍ରିଟେନର ରାଣୀ ହୋଇଥିଲେ। ତାଙ୍କ ଶାସନକାଳରେ ବ୍ରିଟେନର ବହୁ ରାଜନୈତିକ ପରିବର୍ତ୍ତନ ଘଟିଛି। ଲିଜ୍‌ ଟ୍ରସ୍‌ଙ୍କ ସମେତ ୧୫ ଜଣ ତାଙ୍କ ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କ ସମୟରେ ବ୍ରିଟେନ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥା, ଶୀତଳ ଯୁଦ୍ଧର ଅନ୍ତ, ୟୁରୋପୀୟ ୟୁନିୟନ(ଇୟୁ)ରେ ବ୍ରିଟେନ୍‌ ସାମିଲ ଏବଂ ବ୍ରେକ୍‌ଜିଟ୍‌ ଆଦି ସ୍ଥିତି ଘଟଣାବଳୀକୁ ଦେଖିଆସିଛି।
ମହାରାଣୀଙ୍କ ମହାପ୍ରୟାଣ ପରେ ୭୩ ବର୍ଷୀୟ ଚାଲର୍‌ସ ନୂଆ ରାଜା ହୋଇଛନ୍ତି। ସେ ଆନୁଷ୍ଠାନିକ ଭାବେ ରାଜ ପଦରେ ଅଭିଷିକ୍ତ ହେବା ପରେ କିଙ୍ଗ୍‌ ଚାଲର୍‌ସ ତୃତୀୟ ଭାବେ ପରିଚିତ ହେବେ। ବ୍ରିଟିଶ ରାଜପରିବାର ଇତିହାସରେ ରାଜା ପଦ ପାଇବା ସର୍ବାଧିକ କାଳ ପ୍ରତୀକ୍ଷାରେ ରହିଥିଲେ। ଏଥିସହିତ ସେ ରାଜା ହେବାରେ ମଧ୍ୟ ବ୍ରିଟିଶ ଇତିହାସରେ ସର୍ବବରିଷ୍ଠ।
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ କହିଛନ୍ତି, ମହାରାଣୀଙ୍କ ପରଲୋକ ଖବରରେ ଆମେ ସମସ୍ତେ ମର୍ମାହତ। ଏହା ବ୍ରିଟେନ ତଥା ବିଶ୍ୱ ପାଇଁ ଏକ ବଡ଼ ଝଟ୍‌କା। ସେ କହିଛନ୍ତି ରାଣୀ ହେଉଛନ୍ତି ଏକ ବୃହତ ଶିଳାଖଣ୍ଡ, ଯାହା ଉପରେ ଆଧୁନିକ ବ୍ରିଟେନ ନିର୍ମାଣ ହୋଇଥିଲା। ଆଜି ବ୍ରିଟେନ ଯଦି ଏତେବଡ଼ ହୋଇଛି, କେବଳ ତାଙ୍କ ପାଇଁ। ସେ କହିଛନ୍ତି ମହାରାଣୀ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଏବଂ ଦେଶବାସୀଙ୍କ ନିମନ୍ତେ ପ୍ରେରଣାର ଉତ୍ସ ଥିଲେ। ତାଙ୍କର କର୍ତ୍ତବ୍ୟପ୍ରତି ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତ ବୋଲି ଟ୍ରସ୍‌ କହିଛନ୍ତି।
ମହାରାଣୀଙ୍କ ପରଲୋକରେ ତାଙ୍କ ସମ୍ମାନାର୍ଥେ ବ୍ରିଟେନ୍‌ ଓ ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକରେ ୧୦ ଦିନିଆ ଶୋକ ପାଳନ କରାଯିବ। ମହାରାଣୀଙ୍କ ଶେଷକୃତ୍ୟ କେଉଁଭଳି ଭାବେ କରାଯିବ ସେଥିଲାଗି ୬୦ ଦଶକରୁ ‘ଅପରେଶନ ଲଣ୍ଡନ ବ୍ରିଜ୍‌’ ନାମରେ ଯୋଜନା ପ୍ରସ୍ତୁତ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri