ମହାରାଣୀଙ୍କ ମହାପ୍ରୟାଣ:୧୦ ଦିନିଆ ରାଷ୍ଟ୍ରୀୟ ଶୋକ

ଲଣ୍ଡନ, ୯ା୯:ବ୍ରିଟେନରେ ସର୍ବାଧିକ କାଳ ଶାସନ କରିଥିବା ମହାରାଣୀ ଏଲିଜାବେଥ୍‌-୨ୟଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୯୬ ବର୍ଷ ହୋଇଥିଲା। ମୃତ୍ୟୁବେଳକୁ ସେ ସ୍କଟଲାଣ୍ଡ୍‌ର ବାଲ୍‌ମୋରାଲ କାସଲେରେ ଥିଲେ। ଦୀର୍ଘଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ଥିଲେ। ଏ ନେଇ ବକିଂହାମ୍‌ ପ୍ୟାଲେସ୍‌ ପକ୍ଷରୁ ବିବୃତି ଜାରି କରାଯାଇଛି। ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାପରେ ରାଜ ପରିବାର ସଦସ୍ୟ ସ୍କଟଲାଣ୍ଡ୍‌ର ଏବେରଡିନ୍‌ଶାୟାରଠାରେ ଏକତ୍ରିତ ହୋଇଥିଲେ। ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଟୁଇଟ୍‌ କରି ମହାରାଣୀଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ବିଶ୍ୱନେତାମାନେ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।
ମହାରାଣୀଙ୍କ ସମ୍ମାନାର୍ଥେ ବ୍ରିଟେନ୍‌ଓ୍ବେର ପ୍ରାସାଦରେ ପତାକାକୁ ୧୦ ଦିନ ଅର୍ଦ୍ଧନମିତ ରଖାଯିବା ଲାଗି ସରକାରୀ ଭାବେ ଘୋଷଣା କରାଯାଇଛି। ବ୍ରିଟେନ ଓ ଅନ୍ୟ ୧୪ଟି ରାଜତନ୍ତ୍ର ଏବଂ ୫୪ ସଦସ୍ୟ ବିଶିଷ୍ଟ ରାଜ୍ୟଗୋଷ୍ଠୀ ଦେଶରମୁଖ୍ୟ ରହିଆସିଥିବା ଏଲିଜାବେଥ୍‌ ବିଶ୍ୱର ସର୍ବାଧିକ ସମ୍ମାନାସ୍ପଦ ବ୍ୟକ୍ତି ମାନ୍ୟତା ପାଇଥିଲେ। ମହାରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନର ନୂଆ ରାଜା ଭାବେ ଓ୍ବେଲ୍ସର ପୂର୍ବତନ ରାଜକୁମାର ଚାଲର୍‌ସ ଦାୟିତ୍ୱ ଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ, ଚାର୍ଲସ ଓ ମହାରାଣୀ ହେବାକୁ ଥିବା ତାଙ୍କ ସ୍ତ୍ରୀ କାମିଲା ବାଲ୍‌ମୋରାରେ ରହିଛନ୍ତି। ଶୁକ୍ରବାର ଉଭୟେ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ।
ଏଲିଜାବେଥ୍‌ ଆଲେକଜାଣ୍ଡ୍ରା ମ୍ୟାରୀ (ରାଣୀ ଏଲିଜାବେଥ୍‌-୨ୟ) ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନର ମେଫେୟାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ରାଜା ଜର୍ଜ-୬ ଏବଂ ମାତା ମହାରାଣୀ ଏଲିଜାବେଥ୍‌। ଏଲିଜାବେଥ୍‌-୨ୟ ୧୯୪୭ ନଭେମ୍ବରରେ ଗ୍ରୀସ୍‌ ଓ ଡେନ୍‌ମାର୍କର ପୂର୍ବତନ ଯୁବରାଜ ଫିଲିପ୍‌ ମାଉଣ୍ଟବ୍ୟାଟେନ୍‌ଙ୍କୁ ବିବାହ କରିଥିଲେ। ୧୯୫୨ରେ ପିତା ଜର୍ଜ-୬ଙ୍କ ମୃତ୍ୟୁବେଳକୁ ଏଲିଜାବେଥ୍‌-୨ୟଙ୍କୁ ୨୫ ବର୍ଷ ବୟସ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ସେ ବ୍ରିଟେନର ରାଣୀ ହୋଇଥିଲେ। ତାଙ୍କ ଶାସନକାଳରେ ବ୍ରିଟେନର ବହୁ ରାଜନୈତିକ ପରିବର୍ତ୍ତନ ଘଟିଛି। ଲିଜ୍‌ ଟ୍ରସ୍‌ଙ୍କ ସମେତ ୧୫ ଜଣ ତାଙ୍କ ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କ ସମୟରେ ବ୍ରିଟେନ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥା, ଶୀତଳ ଯୁଦ୍ଧର ଅନ୍ତ, ୟୁରୋପୀୟ ୟୁନିୟନ(ଇୟୁ)ରେ ବ୍ରିଟେନ୍‌ ସାମିଲ ଏବଂ ବ୍ରେକ୍‌ଜିଟ୍‌ ଆଦି ସ୍ଥିତି ଘଟଣାବଳୀକୁ ଦେଖିଆସିଛି।
ମହାରାଣୀଙ୍କ ମହାପ୍ରୟାଣ ପରେ ୭୩ ବର୍ଷୀୟ ଚାଲର୍‌ସ ନୂଆ ରାଜା ହୋଇଛନ୍ତି। ସେ ଆନୁଷ୍ଠାନିକ ଭାବେ ରାଜ ପଦରେ ଅଭିଷିକ୍ତ ହେବା ପରେ କିଙ୍ଗ୍‌ ଚାଲର୍‌ସ ତୃତୀୟ ଭାବେ ପରିଚିତ ହେବେ। ବ୍ରିଟିଶ ରାଜପରିବାର ଇତିହାସରେ ରାଜା ପଦ ପାଇବା ସର୍ବାଧିକ କାଳ ପ୍ରତୀକ୍ଷାରେ ରହିଥିଲେ। ଏଥିସହିତ ସେ ରାଜା ହେବାରେ ମଧ୍ୟ ବ୍ରିଟିଶ ଇତିହାସରେ ସର୍ବବରିଷ୍ଠ।
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ କହିଛନ୍ତି, ମହାରାଣୀଙ୍କ ପରଲୋକ ଖବରରେ ଆମେ ସମସ୍ତେ ମର୍ମାହତ। ଏହା ବ୍ରିଟେନ ତଥା ବିଶ୍ୱ ପାଇଁ ଏକ ବଡ଼ ଝଟ୍‌କା। ସେ କହିଛନ୍ତି ରାଣୀ ହେଉଛନ୍ତି ଏକ ବୃହତ ଶିଳାଖଣ୍ଡ, ଯାହା ଉପରେ ଆଧୁନିକ ବ୍ରିଟେନ ନିର୍ମାଣ ହୋଇଥିଲା। ଆଜି ବ୍ରିଟେନ ଯଦି ଏତେବଡ଼ ହୋଇଛି, କେବଳ ତାଙ୍କ ପାଇଁ। ସେ କହିଛନ୍ତି ମହାରାଣୀ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଏବଂ ଦେଶବାସୀଙ୍କ ନିମନ୍ତେ ପ୍ରେରଣାର ଉତ୍ସ ଥିଲେ। ତାଙ୍କର କର୍ତ୍ତବ୍ୟପ୍ରତି ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତ ବୋଲି ଟ୍ରସ୍‌ କହିଛନ୍ତି।
ମହାରାଣୀଙ୍କ ପରଲୋକରେ ତାଙ୍କ ସମ୍ମାନାର୍ଥେ ବ୍ରିଟେନ୍‌ ଓ ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକରେ ୧୦ ଦିନିଆ ଶୋକ ପାଳନ କରାଯିବ। ମହାରାଣୀଙ୍କ ଶେଷକୃତ୍ୟ କେଉଁଭଳି ଭାବେ କରାଯିବ ସେଥିଲାଗି ୬୦ ଦଶକରୁ ‘ଅପରେଶନ ଲଣ୍ଡନ ବ୍ରିଜ୍‌’ ନାମରେ ଯୋଜନା ପ୍ରସ୍ତୁତ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri