ନିୟମ ଉଲ୍ଲଂଘନ କରି ଚାଲିଛି କ୍ୱାରି

କେନ୍ଦୁଝର,୧୧|୧୧(ସ୍ବ.ପ୍ର.) କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଟିକରପଡ଼ା ମୌଜାରେ ୪.୮୫ ହେକ୍ଟର ପରିମିତ ଅଞ୍ଚଳରେ ଚାଲିଥିବା ପଥର ଖଣିରେ ବ୍ୟାପକ ନୀତିନିୟମ ଉଲ୍ଲଂଘନ ହେଉଥିଲେ ହେଁ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ବଢୁଛି। ପ୍ରଦୂଷଣ ନିୟନ୍ତ୍ରଣ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିବାରୁ ସ୍ଥାନୀୟ ଲୋକ ହଇରାଣ ହେଉଛନ୍ତି। ଉପଯୁକ୍ତ ତଦାରଖ ଅଭାବରୁ ମାଇନିଂ ପ୍ଲାନର ଉଲ୍ଲଂଘନ କରାଯାଇ ଖଣିଖନନ ଚାଲୁଥିବାରୁ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି।
ଖଣିର ସୀମା ପିଲାର ପୋତା ଯାଇ ନ ଥିବା ଏବଂ ଓଭର ବର୍ଡନ (ବର୍ଜ୍ୟବସ୍ତୁ) ରଖିବା ପାଇଁ ସ୍ଥାନ ନିର୍ଦ୍ଧାରିତ ହୋଇ ନ ଥିବାରୁ ବ୍ୟାପକ ପରିବେଶ ପ୍ରଦୂଷଣ ହେବା ସହ ଖଣି ପରିସର ଅସୁରକ୍ଷିତ ହୋଇପଡିଛି। ଠିକ ପରିଚାଳନା ହେଉ ନ ଥିବାରୁ ଖଣିର ବଡ଼ ବଡ଼ ପଥର ଖଣ୍ଡ ତଳକୁ ଖସି ପଡୁଥିବାରୁ ଚଲାବୁଲା କରୁଥିବା ଗୃହପାଳିତ ପ୍ରାଣୀ ତଥା ମଣିଷଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଧୂଳିଧୂଆଁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ ନ ଥିବାରୁ ଧୂଳିଉଡି ଆଖପାଖ ଗ୍ରାମ ଓ ଚାଷ ଜମିରେ ପଡୁଛି। ସେହିପରି ବର୍ଷା ଦିନରେ ଖଣିର ମଇଳା ପାଣି ଗଡ଼ି ନିକଟସ୍ଥ ଚାଷ ଜମି ଓ ନାଳରେ ପଡି ଜଳ ଓ ମୃତ୍ତିକା ପ୍ରଦୂଷିତ କରୁଛି। ଚୁକ୍ତି ଅନୁଯାୟୀ ରାସ୍ତାଘାଟ ତଥା ଖଣି ପରିସରରେ ଜଳ ସିଞ୍ଚନ ହେଉ ନ ଥିବାରୁ ବହୁ ପରିମାଣରେ ବାୟୁ ପ୍ରଦୂଷିତ ହେଉଛି। ସେହିପରି ନିୟମିତ ଯାଞ୍ଚ ହେଉ ନ ଥିବାରୁ କେତେ ପରିମାଣର ପଥର ଉତ୍ତୋଳନ ହେଉଛି ଓ ପରିବହନ ହେଉଛି ଠିକ ତଥ୍ୟ କାହା ପାଖରେ ନାହିଁ। ଫଳରେ ଚୋରା କାରବାର ଚାଲିଥିବା ଅଭିଯୋଗ ହେଉଛି। ନିୟମ ଅନୁସାରେ ଖନନ ପରେ ପଥର ଖଣ୍ଡକୁ ନିର୍ଦ୍ଦିଷ୍ଟ ଜାଗାରେ ଷ୍ଟକ କରି ତାହାର ମାପଚୁପ ପରେ ପରିବହନ କରାଯିବା କଥା। ବାର୍ଷିକ ୮୧୪୫ କ୍ୟୁବିକ ମିଟର ମେଟାଲ ଏବଂ ଗ୍ରାନାଇଟ ଷ୍ଟୋନ ଉତ୍ତୋଳନ କ୍ଷମତା ବିଶିଷ୍ଟ ଏହି ଖଣିରୁ ଅଦ୍ୟାବଧି କେତେ ପଥର ଉତ୍ତୋଳନ ହୋଇ ଚାଲାଣ ହୋଇଛି ତାହାର ଠିକ୍‌ ତଥ୍ୟ ରାଜସ୍ବ ବିଭାଗ ପାଖରେ ନାହିଁ। ଫଳରେ ମାତ୍ରାଧିକ ଖଣି ଖନନ ଯୋଗୁ ବ୍ୟାପକ ରାଜସ୍ବହାନି ଘଟୁଛି ବୋଲି ଅଭିଯୋଗ ହେଉଛି ା ଏହାର ଠିକ ତଥ୍ୟ ଲିଜ୍‌ଧାରୀ ସ୍ଥାନୀୟ ରାଇସୁଆଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ସୂଚନା ଦେଉ ନ ଥିବା ଆରଆଇ ଯୁଗଳ କିଶୋର ପାତ୍ର କହିଛନ୍ତି। ମହାଦେଇଯୋଡା ଗ୍ରାମର ନାଣ୍ଡୁ ମୁଣ୍ଡା କହିଛନ୍ତି ପଥର ଖଣି ଆରମ୍ଭ ହେବା ପରେ ବାୟୁ ପ୍ରଦୂଷଣ ବଢୁଛି ଏବଂ ଗଛପତ୍ରରେ ଧୂଳିଉଡି ପଡୁଥିବାରୁ ଗୃହପାଳିତ ପ୍ରାଣୀଙ୍କ ପାଇଁ ସମସ୍ୟା ଦେଖାଦେଇଛି। ଖଣି ଆରମ୍ଭ ହେବା ପୂର୍ବରୁ ଉକ୍ତ ସ୍ଥାନରେ ବହୁ ଗଛ ଥିଲା ଏବେ ସେସବୁ ନଷ୍ଟ ହୋଇଯାଇଛି। ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ.ପୁଷ୍କର ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ଉଲ୍ଲଂଘନ ହୋଇ ଖଣି ଖନନ ହେଉଥିଲେ ପଦକ୍ଷେପ ନିଆଯିବ। ସଦର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି, ମାଇନିଂ ପ୍ଲାନ ଉଲ୍ଲଘଂନ ବା ଅନ୍ୟ କୌଣସି ବେଆଇନ କାମ ହୋଇଥିଲେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri