ବିରୋଧ ସତ୍ତ୍ୱେ ପଥର ଖଣି ନିଲାମ

ନୟାଗଡ଼ ଅଫିସ/ରଣପୁର,୧୨।୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ଝାରପଡ଼ା ଆରଆଇ ସର୍କଲର ଓସ୍ତପଡ଼ା ଅଞ୍ଚଳରେ ଲୋକଙ୍କ ବିରୋଧ ସତ୍ତ୍ୱେ ମାଙ୍କଡା ପଥର ଖଣିକୁ ନିଲାମ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ୫ ବର୍ଷ ପାଇଁ ନିଲାମ ହୋଇଥିବା ୩ ଏକରରୁ ଦେଢ଼ ଏକରରେ ମାଙ୍କଡା ପଥର ଖନନ ହୋଇ ସାରିଲାଣି। ୧ ଏକର ଜମିରୁ ଆକାଶିଆ ଓ କାଜୁ ଜଙ୍ଗଲ କଟା ହୋଇସାରିଛି । ପ୍ରଶାସନ ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ଖଣି ନିଲାମ ଦେଇଥିବାରୁ ଆନ୍ଦୋଳନ କରିବାକୁ ଗାଁ ଲୋକ ନିଷ୍ପତ୍ତି ନେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଓସ୍ତପଡ଼ା ଗାଁ  ନିକଟରେ ୩ ଏକର ସରକାରୀ ଜମିରୁ ସାଢ଼େ ୨ ଏକରରେ ଆକାଶିଆ ଓ ଇଉକାଲପଟାସ ଜଙ୍ଗଲ ଅଛି । ଏବେ ନିଲାମ ନେଇଥିବା ବ୍ୟକ୍ତି ପୂର୍ବରୁ ସ୍ବତନ୍ତ୍ର ନିଲାମ ନେଇ ଖଣି ଖନନ କାର୍ଯ୍ୟ ଆରମ୍ଭ କରିଥିଲେ । ଗାଁ  ଲୋକ ଏହାକୁ ବିରୋଧ କରି ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପରେ ନିଲାମ ନୋଟିସ୍‌ ବାହାରିବାରୁ ପୁଣି ଗାଁ ଲୋକ ବିରୋଧ କରି ପ୍ରଶାସନକୁ ଅବଗତ କରିଥିଲେ । ତଥାପି ଖଣି ନିଲାମ ହୋଇଥିବାରୁ ବିବାଦ ବଢ଼ି ଚାଲିଛି। ଗାଁ ଲୋକେ ଆନ୍ଦୋଳନ କରି ଖଣି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏନେଇ ଓସ୍ତପଡ଼ା ଗାଁର ଦୀପକ ଖଣ୍ଡାୟତ ରାୟ କୁହନ୍ତି, ଓସ୍ତପଡାରେ ମାଙ୍କଡ଼ା ପଥର ଖନନ କରାଯାଇ ଖଣି କରାଯିବ ନାହିଁ ବୋଲି ଗାଁ ଲୋକ ନିଷ୍ପତ୍ତି ନେଇଛନ୍ତି। ତେବେ ସରକାରୀସ୍ତରରେ ପଥର ଖଣି ନିଲାମ ନୋଟିସ ବାହାରିବା ପରେ ଗାଁ ଲୋକ ପ୍ରତିବାଦ କଲେ । ଗତ ସେପ୍ଟେମ୍ବର ୧୩ ଓ ଅକ୍ଟୋବର ୧୨ରେ ଗାଁ  ଲୋକେ ରଣପୁର ତହସିଲଦାର, ଜିଲାପାଳ, ୫-ଟି ସଚିବ, ପରିବେଶ ବିଭାଗକୁ ଅବଗତ କଲେ । ଜିଲା ପ୍ରଶାସନ ଓ ତହସିଲ ପକ୍ଷରୁ ଖଣି ଖନନ କରାଯିବାକୁ ଦିଆଯିବନି ବୋଲି କୁହାଯାଇଥିଲା । ଏହା ପରେ ପୁଣି ଖଣି ନିଲାମ ଦିଆଯିବା ପଛରେ ମୋଟା ଅଙ୍କର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ଗାଁ ଲୋକ ବିରୋଧ କରିଛନ୍ତି । ବୀର କିଶୋର ମହାନ୍ତି କୁହନ୍ତି, ଗାଁ ଲୋକ ଖଣି ଖନନକୁ ବିରୋଧ କରୁଥିବାବେଳେ ପ୍ରଶାସନ କାହିଁକି ଖଣି ନିଲାମକୁ ଆଗ୍ରହ ପ୍ରକାଶ କରୁଛି । ଏହାରି ପଛରେ ଅର୍ଥ କାରବାର ହେଉଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଖଣି ପାଇଁ ୱାର୍କ ଅର୍ଡର ଦିଆଯିବା କ’ଣ ଠିକ୍‌। ପ୍ରଶାସନ ଲୋକଙ୍କ ସ୍ବାର୍ଥ ପାଇଁ କାମ କରିବ ନା ନିଲାମ ସପକ୍ଷରେ ଯିବ। ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନକୁ ଗାଁ ଲୋକ ବିରୋଧ କରି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିକ୍ରମ ପରିଡ଼ା କୁହନ୍ତି, ୩ ଏକର ଜମିରୁ ଅଢ଼େଇ ଏକରରେ କାଜୁ ଓ ଆକାଶିଆ ଜଙ୍ଗଲ ରହିଛି। ଆମ ଗାଁ  ଜମି ନିଲାମ ହୋଇଛି କି ନା ଆମେ ଜାଣିନୁ । ଆମେ ଶୁଣିଛୁ ପରିବେଶ ମଞ୍ଜୁରି ମିଳିନି। କିନ୍ତୁ ନିଲାମଧାରୀ ନିଲାମ ନେଇଛନ୍ତି କହି ୩ ଏକରରୁ ପ୍ରାୟ ଦେଢ଼ ଏକର ଖନନ କରି ସାରିଲେଣି । ଏବେ ପ୍ରାୟ ୧୫ ଫୁଟର ଗର୍ତ୍ତ ହୋଇଗଲାଣି । ଯେଉଁ ରେଞ୍ଜରେ ଖନନ ଚାଲିଛି ୨ ବର୍ଷ ପରେ ୨୦ରୁ ୩୦ ଫୁଟର ଗର୍ତ୍ତ ହୋଇ ସାରିଥିବ । ପ୍ରଶାସନ ଖଣି ଖନନର ଠିକ୍‌ ସମୀକ୍ଷା କରୁନି। ଗାଁ ଲୋକଙ୍କ ଅଭିଯୋଗ ଶୁଣୁନି। ଏଣୁ ଖଣି ଖନନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଗାଁ ଲୋକ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି । ରଣପୁର ତହସିଲଦାର ପ୍ରଭାକର ପଣ୍ଡା କୁହନ୍ତି, ସବୁକିଛି ଠିକ୍‌ ଚାଲିଛି । ସମ୍ପୃକ୍ତ ଖଣି ନିଲାମ ଦିଆଯାଇଛି। ସରକାର ରାଜସ୍ବ ପାଉଛନ୍ତି। ନିଲାମ ନ ହେଲେ ବେଆଇନ ଖନନ ହେବ, ସରକାର ରାଜସ୍ବ ହରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri