ବିରୋଧ ସତ୍ତ୍ୱେ ପଥର ଖଣି ନିଲାମ

ନୟାଗଡ଼ ଅଫିସ/ରଣପୁର,୧୨।୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ଝାରପଡ଼ା ଆରଆଇ ସର୍କଲର ଓସ୍ତପଡ଼ା ଅଞ୍ଚଳରେ ଲୋକଙ୍କ ବିରୋଧ ସତ୍ତ୍ୱେ ମାଙ୍କଡା ପଥର ଖଣିକୁ ନିଲାମ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ୫ ବର୍ଷ ପାଇଁ ନିଲାମ ହୋଇଥିବା ୩ ଏକରରୁ ଦେଢ଼ ଏକରରେ ମାଙ୍କଡା ପଥର ଖନନ ହୋଇ ସାରିଲାଣି। ୧ ଏକର ଜମିରୁ ଆକାଶିଆ ଓ କାଜୁ ଜଙ୍ଗଲ କଟା ହୋଇସାରିଛି । ପ୍ରଶାସନ ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ଖଣି ନିଲାମ ଦେଇଥିବାରୁ ଆନ୍ଦୋଳନ କରିବାକୁ ଗାଁ ଲୋକ ନିଷ୍ପତ୍ତି ନେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଓସ୍ତପଡ଼ା ଗାଁ  ନିକଟରେ ୩ ଏକର ସରକାରୀ ଜମିରୁ ସାଢ଼େ ୨ ଏକରରେ ଆକାଶିଆ ଓ ଇଉକାଲପଟାସ ଜଙ୍ଗଲ ଅଛି । ଏବେ ନିଲାମ ନେଇଥିବା ବ୍ୟକ୍ତି ପୂର୍ବରୁ ସ୍ବତନ୍ତ୍ର ନିଲାମ ନେଇ ଖଣି ଖନନ କାର୍ଯ୍ୟ ଆରମ୍ଭ କରିଥିଲେ । ଗାଁ  ଲୋକ ଏହାକୁ ବିରୋଧ କରି ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପରେ ନିଲାମ ନୋଟିସ୍‌ ବାହାରିବାରୁ ପୁଣି ଗାଁ ଲୋକ ବିରୋଧ କରି ପ୍ରଶାସନକୁ ଅବଗତ କରିଥିଲେ । ତଥାପି ଖଣି ନିଲାମ ହୋଇଥିବାରୁ ବିବାଦ ବଢ଼ି ଚାଲିଛି। ଗାଁ ଲୋକେ ଆନ୍ଦୋଳନ କରି ଖଣି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏନେଇ ଓସ୍ତପଡ଼ା ଗାଁର ଦୀପକ ଖଣ୍ଡାୟତ ରାୟ କୁହନ୍ତି, ଓସ୍ତପଡାରେ ମାଙ୍କଡ଼ା ପଥର ଖନନ କରାଯାଇ ଖଣି କରାଯିବ ନାହିଁ ବୋଲି ଗାଁ ଲୋକ ନିଷ୍ପତ୍ତି ନେଇଛନ୍ତି। ତେବେ ସରକାରୀସ୍ତରରେ ପଥର ଖଣି ନିଲାମ ନୋଟିସ ବାହାରିବା ପରେ ଗାଁ ଲୋକ ପ୍ରତିବାଦ କଲେ । ଗତ ସେପ୍ଟେମ୍ବର ୧୩ ଓ ଅକ୍ଟୋବର ୧୨ରେ ଗାଁ  ଲୋକେ ରଣପୁର ତହସିଲଦାର, ଜିଲାପାଳ, ୫-ଟି ସଚିବ, ପରିବେଶ ବିଭାଗକୁ ଅବଗତ କଲେ । ଜିଲା ପ୍ରଶାସନ ଓ ତହସିଲ ପକ୍ଷରୁ ଖଣି ଖନନ କରାଯିବାକୁ ଦିଆଯିବନି ବୋଲି କୁହାଯାଇଥିଲା । ଏହା ପରେ ପୁଣି ଖଣି ନିଲାମ ଦିଆଯିବା ପଛରେ ମୋଟା ଅଙ୍କର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ଗାଁ ଲୋକ ବିରୋଧ କରିଛନ୍ତି । ବୀର କିଶୋର ମହାନ୍ତି କୁହନ୍ତି, ଗାଁ ଲୋକ ଖଣି ଖନନକୁ ବିରୋଧ କରୁଥିବାବେଳେ ପ୍ରଶାସନ କାହିଁକି ଖଣି ନିଲାମକୁ ଆଗ୍ରହ ପ୍ରକାଶ କରୁଛି । ଏହାରି ପଛରେ ଅର୍ଥ କାରବାର ହେଉଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଖଣି ପାଇଁ ୱାର୍କ ଅର୍ଡର ଦିଆଯିବା କ’ଣ ଠିକ୍‌। ପ୍ରଶାସନ ଲୋକଙ୍କ ସ୍ବାର୍ଥ ପାଇଁ କାମ କରିବ ନା ନିଲାମ ସପକ୍ଷରେ ଯିବ। ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନକୁ ଗାଁ ଲୋକ ବିରୋଧ କରି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିକ୍ରମ ପରିଡ଼ା କୁହନ୍ତି, ୩ ଏକର ଜମିରୁ ଅଢ଼େଇ ଏକରରେ କାଜୁ ଓ ଆକାଶିଆ ଜଙ୍ଗଲ ରହିଛି। ଆମ ଗାଁ  ଜମି ନିଲାମ ହୋଇଛି କି ନା ଆମେ ଜାଣିନୁ । ଆମେ ଶୁଣିଛୁ ପରିବେଶ ମଞ୍ଜୁରି ମିଳିନି। କିନ୍ତୁ ନିଲାମଧାରୀ ନିଲାମ ନେଇଛନ୍ତି କହି ୩ ଏକରରୁ ପ୍ରାୟ ଦେଢ଼ ଏକର ଖନନ କରି ସାରିଲେଣି । ଏବେ ପ୍ରାୟ ୧୫ ଫୁଟର ଗର୍ତ୍ତ ହୋଇଗଲାଣି । ଯେଉଁ ରେଞ୍ଜରେ ଖନନ ଚାଲିଛି ୨ ବର୍ଷ ପରେ ୨୦ରୁ ୩୦ ଫୁଟର ଗର୍ତ୍ତ ହୋଇ ସାରିଥିବ । ପ୍ରଶାସନ ଖଣି ଖନନର ଠିକ୍‌ ସମୀକ୍ଷା କରୁନି। ଗାଁ ଲୋକଙ୍କ ଅଭିଯୋଗ ଶୁଣୁନି। ଏଣୁ ଖଣି ଖନନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଗାଁ ଲୋକ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି । ରଣପୁର ତହସିଲଦାର ପ୍ରଭାକର ପଣ୍ଡା କୁହନ୍ତି, ସବୁକିଛି ଠିକ୍‌ ଚାଲିଛି । ସମ୍ପୃକ୍ତ ଖଣି ନିଲାମ ଦିଆଯାଇଛି। ସରକାର ରାଜସ୍ବ ପାଉଛନ୍ତି। ନିଲାମ ନ ହେଲେ ବେଆଇନ ଖନନ ହେବ, ସରକାର ରାଜସ୍ବ ହରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri