Posted inଜାତୀୟ

ଭାରତରେ ହେବାକୁ ଥିଲା କ୍ୱାଡ୍‌ ସମ୍ମିଳନୀ, ଶେଷ ମୁହୂର୍ତ୍ତରେ କାହିଁକି ହେଲା ଆମେରିକାରେ ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତରେ ଯାଇ ‘କ୍ୱାଡ୍‌ ସମ୍ମିଳନୀ’ରେ ଯୋଗ ଦେଇଛନ୍ତି। ଏହି ଅବଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ। ଅବଶ୍ୟ ଆମେରିକା କ୍ୱାଡ୍‌ ସମ୍ମିଳନୀ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛି, କିନ୍ତୁ ଚଳିତ ବର୍ଷ ଏହି ସମ୍ମିଳନୀ ଆମେରିକାରେ ନୁହେଁ ବରଂ ଭାରତରେ ଅନୁଷ୍ଠିତ ହେବାର ଥିଲା, ମାତ୍ର ଶେଷ ମୁହୂର୍ତ୍ତରେ ଏହାର ଆୟୋଜନ ଦାୟିତ୍ୱ ଆମେରିକାକୁ ଦିଆଯାଇଥିଲା। ସର୍ବଶେଷରେ ଏହି ଦାୟିତ୍ୱ ଆମେରିକାକୁ ହସ୍ତାନ୍ତର ହେବାର କାରଣ କ’ଣ ଥିଲା? ଜାଣନ୍ତୁ ଏ ସମ୍ପର୍କରେ…

ଜାତୀୟ ସୁରକ୍ଷା ପରିଷଦରେ ପୂର୍ବ ଏସିଆ ଏବଂ ଓସେନିଆ ପକ୍ଷରୁ ଭାରତରେ କ୍ୱାଡ୍‌ ଶିଖର ସମ୍ମିଳନୀ ଆୟୋଜନ ନ କରିବାର କାରଣ ଯେତେବେଳେ ଆମେ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବାହ୍ୟରେଖା ବିଷୟରେ ବିସ୍ତୃତ ଭାବରେ ବୁଝିବାକୁ ଚେଷ୍ଟା କଲୁ, ସେତେବେଳେ ଆମେ ଅନୁଭବ କଲୁ ଯେ,  ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆମେରିକା ଏକ ଉପଯୁକ୍ତ ସ୍ଥାନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦିଗରେ ନିଜର ସମ୍ମତି ଜଣାଇଥିଲେ। ଏହା ପରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆମେରିକାକୁ ଚୟନ କରାଯାଇଥିଲା।

ବାଇଡେନ ପ୍ରଶାସନ କହିଛନ୍ତି, ଆସନ୍ତା ବର୍ଷ ଭାରତରେ କ୍ୱାଡ ସମ୍ମିଳନୀ ଅନୁଷ୍ଠିତ ହେବ, ଚଳିତ ବର୍ଷ ଏହା ଆମେରିକାରେ ଅନୁଷ୍ଠିତ ହେବ। ଯଦିଓ ଏହି କାର୍ଯ୍ୟକ୍ରମ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିଲା, ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ନେତାମାନେ ଏହାକୁ ଅନୁମତି ଦେଇ ନ ଥିଲେ, ଯେଉଁଥିପାଇଁ ଆମକୁ ପୂରା ଯୋଜନା ପରିବର୍ତ୍ତନ କରିବାକୁ ପଡ଼ିଲା।

ପୂର୍ବ ଏସିଆ ଏବଂ ଓସେନିଆ ମଧ୍ୟ ଜାତୀୟ ସୁରକ୍ଷା ପରିଷଦରେ ଏକ ବିବୃତ୍ତି ଜାରି କରି କହିଛନ୍ତି, ଯଦିଓ ଏହି କାର୍ଯ୍ୟକ୍ରମ ଭାରତରେ ଆୟୋଜିତ ହେବାର ଥିଲା, କିନ୍ତୁ ଯେତେବେଳେ ଆମେ ଏଥିରେ ଉପସ୍ଥିତ ଥିବା ସମସ୍ତ ନେତାଙ୍କ କାର୍ଯ୍ୟକ୍ରମ ଦେଖିଲୁ, ସେତେବେଳେ ଏହାର ସମ୍ଭାବନା ଆମେ ଦେଖିଲୁ ନାହିଁ, ଏହା ପରେ ଆମେ ନିଷ୍ପତ୍ତି ନେଇଥିଲୁ ଯେ, ଏହି କାର୍ଯ୍ୟକ୍ରମ ଭାରତ ପରିବର୍ତ୍ତେ ଆମେରିକାରେ ସଂଗଠିତ ହେବା ଉଚିତ। ତେବେ ଆସନ୍ତା ବର୍ଷ ଏହା ଭାରତରେ ଆୟୋଜିତ ହେବ। ସମସ୍ତ ସଦସ୍ୟ ଦେଶ ଏଥିରେ ଜଡ଼ିତ ହେବେ ଏବଂ ପରବର୍ତ୍ତୀ ପ୍ରଗତି ପାଇଁ ସମ୍ପୂର୍ଣ୍ଣ ରୂପରେଖ ନିର୍ଣ୍ଣୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri