Posted inଖେଳ

ଭିଡିଓ କଲ୍‌ରେ କାତାର ଟିକେଟ୍‌

କାତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ପୁରୁଷ ଫୁଟବଲ ବିଶ୍ୱକପ ପାଇଁ ଘୋଷଣା ହୋଇଛି ଆମେରିକା ଦଳ। କୋଚ୍‌ ଗ୍ରେଗ୍‌ ବେରହଲ୍ଟର ୨୬ ଜଣିଆ ଦଳ ଘୋଷଣା କରିଥିବା ବେଳେ ଏହି ଦଳରୁ ବାଦ ପଡିଛନ୍ତି ରିକାର୍ଡୋ ପେପି ଓ ଜ୍ୟାକ ଷ୍ଟିଫେନ୍‌। ଏହି ଦଳ ଚୟନ ପୂର୍ବରୁ ସମ୍ଭାବ୍ୟ ତାଲିକାରେ ଥିବା ସମସ୍ତ ଖେଳାଳିଙ୍କ ସହିତ କଥା ହୋଇଥିଲେ କୋଚ୍‌। ଖେଳାଳିଙ୍କୁ ସାମିଲ କରିବା ପାଇଁ ଏକ ଅନନ୍ୟ ପଦକ୍ଷେପ ଗ୍ରହଣ କରିଥିଲେ। ଭିଡିଓ କଲ୍‌ ଯାଇଥିବା ଖେଳାଳି ମାନଙ୍କୁ ୨୬ ଜଣିଆ ଦଳରେ ସ୍ଥାନ ମିଳିଥିବା ବେଳେ ଅଡିଓ କଲରେ ଯେଉଁ ଖେଳାଳି ମାନଙ୍କ ସହ କଥା ହୋଇଥିଲେ ସେମାନେ କାତାର ଟିକେଟ ମିସ୍‌ କରିଛନ୍ତି। ବିଗତ ୩ ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟା ବେଶ ସକରାତ୍ମକ ରହିଛି। ଦଳରୁ ବାଦ ପଡିବା ନେଇ କହିବା ପରେ ମଧ୍ୟ କିଛି ଖେଳାଳି ଏହାକୁ ଅତ୍ୟନ୍ତ ସକରାତ୍ମକ ଢଙ୍ଗରେ ମତ ଦେଇଛନ୍ତି ଯାହା ମୋତେ ଖୁସି ଦେଇଛି ବୋଲି କହିଛନ୍ତି କୋଚ୍‌। ତେବେ ଆମେରିକାର ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ହିରୋ ରହିଥିବା ରିକାର୍ଡୋ ପେପିଙ୍କୁ ଦଳରୁ ବାଦ ଦିଆଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟିମ୍‌ ରିମ୍‌, ହାଜି ରାଇଟ୍‌, ଜୋ ସ୍କେଲି ଓ ସନ୍‌ ଜନ୍‌ସନ୍‌ଙ୍କ ପରି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ରିକାର୍ଡୋ ପେପି, ଜ୍ୟାକ୍‌ ଷ୍ଟିଫେନ୍‌, ପଲ ଆରିଓଲା ଓ ଜୋର୍ଡାନ ପେଫକ୍‌ ଟିମ୍‌ରୁ ବାଦ ପଡିଛନ୍ତି। ନରଓ୍ବିଚ୍‌ର ଜୋଶ ସାର୍ଜେଣ୍ଟ ଓ ଆଣ୍ଟାଲିସ୍ପୋର୍ସର ହାଜି ରାଇଟ୍‌ ଫରଓ୍ବାର୍ଡ ଖେଳାଳି ଦୌଡରେ ୧୯ ବର୍ଷୀୟ ପେପିଙ୍କୁ ପଛରେ ପକାଇଛନ୍ତି। ଆମେରିକାର ଯୋଗ୍ୟତା ପର୍ଯ୍ୟାୟରେ ୩ ଗୋଲ ସ୍କୋର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପେପି। ଏପରିକି ପେପି ମଧ୍ୟ ଏହି ତାଲିକାରେ ବେଶ ଆଗୁଆ ରହିଥିଲେ। ତେବେ ଦୀର୍ଘ ୩ ଦିନର ବିଶ୍ଲେଷଣ ପରେ କୋଚ୍‌ ବେରହଲ୍ଟର ତାଙ୍କୁ ଦଳରୁ ବାଦ ଦେଇଛନ୍ତି।
୨୦୧୪ ବିଶ୍ୱକପ ଦଳର ଜଣେ ମାତ୍ର ସଦସ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ୨୯ ବର୍ଷୀୟ ରାଇଟ୍‌ ବ୍ୟାକ୍‌ ଡିଆଣ୍ଡ୍ରେ ୟେଡ୍‌ଲିନ୍‌ ଏକମାତ୍ର ଖେଳାଳି ଭାବରେ ରହିଛନ୍ତି। ଅପରପକ୍ଷରେ ୨୦୧୮ ବିଶ୍ୱକପ ଖେଳିଥିବା ଖେଳିଥିବା ଖେଳାଳିଙ୍କ ମଧ୍ୟରେ ୟେଡଲିନ୍‌, କ୍ରିଷ୍ଟିଆନ୍‌ ପୁଲିସିକ୍‌ ,କେଲିନ୍‌ ଆକୋଷ୍ଟା ଓ ଟିମ୍‌ ରିମ୍‌ ଏହି ଦଳରେ ସାମିଲ ଅଛନ୍ତି। ୨୦୧୮ ତ୍ରିନିଦାଦ ପରାଜୟର ଜବାବ ଦେବା ପାଇଁ ଏହର ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ୟେଡଲିନ୍‌। ମିଡଫିଲ୍ଡର ମାଇଲ୍ସ ରବିନ୍‌ସନ୍‌ ଓ କ୍ରିସ୍‌ ରିଚାଡର୍‌ସଙ୍କୁ ଆହତ କାରଣରୁ ଦଳରୁ ବାଦ ଦିଆଯାଇଥିବା ବେଳେ ୨୦୨୧ ପରେ ଜାତୀୟ ଦଳକୁ ଫେରିଛନ୍ତି ଟିମ୍‌ ରିମ୍‌। ରିମ୍‌ଙ୍କ ବ୍ୟତିତ ମାର୍କ ମ୍ୟାକେଞ୍ଜି ଓ ଏରିକ୍‌ ପାଲମରଙ୍କୁ ଦଳରେ ସାମିଲ କରାଯାଇଛି। ରିମ୍‌ ବିଶ୍ୱର ଶ୍ରେଷ୍ଠ ଲିଗରେ ଖେଳୁଥିବାରୁ ତାଙ୍କୁ ପ୍ରାଥମିକତା ଦିଆଯାଇଥିବା କହିଛନ୍ତି କୋଚ୍‌। ଏନ୍‌ବିଏ ଖେଳାଳି ହାଓ୍ବାର୍ଡ କାର୍ଟରଙ୍କ ପୁଅ କ୍ୟାମେରୁନ୍‌ କାର୍ଟର ସେଣ୍ଟ୍ରାଲ ଡିଫେଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି। ଆମେରିକାର ୧୪ ଯୋଗ୍ୟତା ପର୍ଯ୍ୟାୟରେ ସ୍ଥାନ ପାଇ ନଥିବା ବେଳେ ଏହା ଆଶ୍ଚର୍ଯ୍ୟ କରିଛି। ଏହି ଦଳରେ ୯ ଜଣ ମେଜର ଲିଗ ଖେଳାଳି ରହିଥିବା ବେଳେ ୮ ଜଣ ଇଂଲିଶ ପ୍ରିମିୟର ଲିଗ୍‌ ଖେଳାଳି ରହିଛନ୍ତି। ଦଳର ଷ୍ଟାର ଖେଳାଳି ପୁଲିସିକ୍‌ ଚଳିତ ସିଜନରେ ଚେଲ୍‌ସୀ ପାଇଁ ମାତ୍ର ୫ ମ୍ୟାଚ୍‌ ଖେଳିଥିବା ବେଳେ ତାଙ୍କ ଫିଟନେସକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ।
ଆମେରିକା ଦଳ: ଗୋଲକିପର୍ସ: ଇଥାନ ହୋରବାଥ୍‌, ସନ୍‌ ଜନସନ୍‌, ମ୍ୟାଟ୍ଟ ଟର୍ନର
ଡିଫେଣ୍ଡର୍ସ: କାମେରୁନ୍‌ କାର୍ଟର ଭାଇକର୍‌, ସର୍ଗିନୋ ଡେଷ୍ଟ, ଆରୋନ୍‌ ଲଙ୍ଗ, ଶାକ୍‌ ମୁର, ଟିମ୍‌ ରିମ୍‌, ଆଣ୍ଟୋନୀ ରବିନସନ୍‌, ଜୋ ସ୍କାଲି, ଡିଆଣ୍ଡ୍ରେ ୟେଡ୍‌ଲିନ୍‌, ଓ୍ବାକର ଜିମରମ୍ୟାନ୍‌।
ମିଡଫିଲଡର୍ସ: ବ୍ରେଣ୍ଡନ ଆଣ୍ଡରସନ୍‌, କେଲିନ୍‌ ଆକୋଷ୍ଟା, ଟାଇଲର ଆଡାମ୍ସ, ଲୁକା ଡେ ଲା ଟୋରେ, ଓ୍ବେଷ୍ଟନ୍‌ ମ୍ୟାକେନ୍ନି, ୟୁନୁସ ମୁସା, କ୍ରିଷ୍ଟିଆନ୍‌ ରୋଲଡାନ୍‌।
ଫରଓ୍ବାର୍ଡସ: ଜେସସ୍‌ ଫେରେରିଅ, ଜୋର୍ଡାନ୍‌ ମୋରିସ୍‌, କ୍ରିଷ୍ଟିଆନ୍‌ ପୁଲିସିକ୍‌, ଜିଓ ରେନା, ଜୋଶ୍‌ ସାର୍ଜେଣ୍ଟ, ଟିମ୍‌ ଓ୍ବି, ହାଜି ରାଇଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri