କାତାର-ଇକ୍ୱେଡର ଉଦ୍‌ଘାଟନୀ ନଭେମ୍ବର ୨୦ରେ

ଜେନେଭା, ୧୩ା୮(ଏପି): ପୁରୁଷ ଫୁଟ୍‌ବଲ ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ। ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା) ଏ ସମ୍ପର୍କରେ ଗୁରୁବାର ଆନୁଷ୍ଠାନିକ ନିଷ୍ପତ୍ତି ନେଇଛି। ଆୟୋଜକ ଦେଶ କାତାରର ମ୍ୟାଚ ରବିବାର ସନ୍ଧ୍ୟାରେ ଆୟୋଜନ କରାଯିବା ଦ୍ୱାରା ସମଗ୍ର ବିଶ୍ୱରେ ଅଧିକ ଖେଳପ୍ରେମୀ ଏହାକୁ ଉପଭୋଗ କରିପାରିବେ। କାତାର ବର୍ତ୍ତମାନ ନଭେମ୍ବର ୨୧ ପରିବର୍ତ୍ତେ ନଭେମ୍ବର ୨୦ରେ ଦୋହାଠାରେ ଇକ୍ୱେଡର ବିପକ୍ଷ ମ୍ୟାଚ ଖେଳିବ। ଫଳତଃ ବିଶ୍ୱକପ୍‌ ୨୮ ଦିନ ପରିବର୍ତ୍ତେ ୨୯ ଦିନ ଧରି ଚାଲିବ। ଫିଫା ବିଶ୍ୱକପ୍‌ ସାଧାରଣତଃ ଜୁନ୍‌-ଜୁଲାଇରେ ଖେଳାଯାଇଥାଏ। ମାତ୍ର ମରୁଭୂମି ଦେଶ କାତାରରେ ସେତେବେଳେ ଗ୍ରୀଷ୍ମଋତୁ ଚାଲିଥିବାରୁ ଉତ୍ତାପକୁ ଏଡାଇବା ଲାଗି ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଥିଲା। ବିଳମ୍ବରେ ଉଦ୍‌ଘାଟନୀ ଦିବସ ପରିବର୍ତ୍ତନ ଅନେକଙ୍କୁ ବିସ୍ମିତ କରିଛି। ତେବେ ୬ଟି ମହାଦେଶୀୟ ଫୁଟ୍‌ବଲ ପରିଷଦର ସଭାପତି ଏବଂ ଫିଫା ସଭାପତି ଗିଆନି ଇନ୍‌ଫାଣ୍ଟିନୋଙ୍କୁ ନେଇ ଗଠିତ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପିତ୍ତି ନିଆଯାଇଛି। ଏହି ଯୋଜନା ସମ୍ପର୍କରେ ଫିଫା ତରଫରୁ ଗତ ବୁଧବାର ସୂଚନା ଦିଆଯାଇଥିଲା। କାତାର ବର୍ତ୍ତମାନ ବିଶ୍ୱକପ୍‌ରେ ଏହାର ପଦାର୍ପଣ ମ୍ୟାଚ ନଭେମ୍ବର ୨୦ରେ ସ୍ଥାନୀୟ ସମୟ ସନ୍ଧ୍ୟା ୭ଟାରେ ଇକ୍ୱେଡର ବିପକ୍ଷରେ ଉଦ୍‌ଘାଟନୀ ଖେଳିବ। ଏହା ପୂର୍ବରୁ ୬୦,୦୦୦ ଆସନ କ୍ଷମତା ବିଶିଷ୍ଟ ଅଲ୍‌ ବାୟତ୍‌ ଷ୍ଟାଡିୟମରେ ଉଦ୍‌ଘାଟନୀ ସମାରୋହ ହେବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାତାର-ଇକ୍ୱେଡର ଟୁର୍ନାମେଣ୍ଟର ତୃତୀୟ ମ୍ୟାଚ ଥିଲା। ଏହି ମ୍ୟାଚ ପୂର୍ବରୁ ଉଦ୍‌ଘାଟନୀ ସମାରୋହ ହେବାର ଥିଲା। ଇଂଲଣ୍ଡ ଓ ଇରାନ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଖେଳାଯିବାର ଘଣ୍ଟାକ ପରେ ଏହା ଅନୁଷ୍ଠିତ ହୋଇଥାନ୍ତା। ଟୁର୍ନାମେଣ୍ଟ ପାଇଁ ଏପ୍ରିଲରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା। ପରମ୍ପରା ଅନୁସାରେ ଆୟୋଜକ ଦେଶ କାତାର ମ୍ୟାଚକୁ କାହିଁକି ପ୍ରଥମେ ରଖା ନ ଗଲା ସେ ସମ୍ପର୍କରେ ସ୍ପଷ୍ଟ କରାଯାଇ ନ ଥିଲା। ଗୁରୁବାର ନିଷ୍ପତ୍ତି ପୂର୍ବରୁ କାତାରର ଗ୍ରୁପ୍‌ ଏ’ରେ ନେଦରଲାଣ୍ଡ୍ସ-ସେନେଗାଲ ପ୍ରଥମ ମ୍ୟାଚ୍‌ ନଭେମ୍ବର ୨୧ ସ୍ଥାନୀୟ ସମୟ ଅପରାହ୍ନ ୧ଟା ବେଳେ ଖେଳାଯାଇଥାନ୍ତା। ବର୍ତ୍ତମାନ ତାହା ସୋମବାର ସନ୍ଧ୍ୟା ୭ଟାରେ ଖେଳାଯିବ, ଯେଉଁ ସମୟରେ କି ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାତାର-ଇକ୍ୱେଡର ମ୍ୟାଚ ଖେଳାଯାଇଥାନ୍ତା। ଫିଫାର ଏହି ନିଷ୍ପତ୍ତିରେ ପ୍ରାୟୋଜକଙ୍କ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱର ଟପ୍‌ ଟାୟାର ବ୍ୟାକର୍ସ କୋକା-କୋଲା ଓ ଭିସାର ପୂର୍ବତନ ମାର୍କେଟିଂ କାର୍ଯ୍ୟନିର୍ବାହୀ ରିକାର୍ଡୋ ଫୋର୍ଟ ପ୍ରକାଶ କରିଛନ୍ତି। ଉଦାହରଣ ସ୍ବରୂପ ପ୍ରାୟୋଜକମାନେ ସେମାନଙ୍କ ଅତିଥିଙ୍କ ଲାଗି ହୋଟେଲ, ବିମାନଯାତ୍ରା ପାଇଁ ପୂର୍ବରୁ ବୁକିଂ କରିସାରିଥିବେ। ସମସ୍ତ ଆବଶ୍ୟକ କାର୍ଯ୍ୟ ନେଇ ଚୁକ୍ତି କରିସାରିଥିବେ। ତାରିଖ ବଦଳିବା ଦ୍ୱାରା ସମସ୍ୟା ଉପୁଜିବା ନିଶ୍ଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri