କାତାର-ଇକ୍ୱେଡର ଉଦ୍‌ଘାଟନୀ ନଭେମ୍ବର ୨୦ରେ

ଜେନେଭା, ୧୩ା୮(ଏପି): ପୁରୁଷ ଫୁଟ୍‌ବଲ ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ। ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା) ଏ ସମ୍ପର୍କରେ ଗୁରୁବାର ଆନୁଷ୍ଠାନିକ ନିଷ୍ପତ୍ତି ନେଇଛି। ଆୟୋଜକ ଦେଶ କାତାରର ମ୍ୟାଚ ରବିବାର ସନ୍ଧ୍ୟାରେ ଆୟୋଜନ କରାଯିବା ଦ୍ୱାରା ସମଗ୍ର ବିଶ୍ୱରେ ଅଧିକ ଖେଳପ୍ରେମୀ ଏହାକୁ ଉପଭୋଗ କରିପାରିବେ। କାତାର ବର୍ତ୍ତମାନ ନଭେମ୍ବର ୨୧ ପରିବର୍ତ୍ତେ ନଭେମ୍ବର ୨୦ରେ ଦୋହାଠାରେ ଇକ୍ୱେଡର ବିପକ୍ଷ ମ୍ୟାଚ ଖେଳିବ। ଫଳତଃ ବିଶ୍ୱକପ୍‌ ୨୮ ଦିନ ପରିବର୍ତ୍ତେ ୨୯ ଦିନ ଧରି ଚାଲିବ। ଫିଫା ବିଶ୍ୱକପ୍‌ ସାଧାରଣତଃ ଜୁନ୍‌-ଜୁଲାଇରେ ଖେଳାଯାଇଥାଏ। ମାତ୍ର ମରୁଭୂମି ଦେଶ କାତାରରେ ସେତେବେଳେ ଗ୍ରୀଷ୍ମଋତୁ ଚାଲିଥିବାରୁ ଉତ୍ତାପକୁ ଏଡାଇବା ଲାଗି ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଥିଲା। ବିଳମ୍ବରେ ଉଦ୍‌ଘାଟନୀ ଦିବସ ପରିବର୍ତ୍ତନ ଅନେକଙ୍କୁ ବିସ୍ମିତ କରିଛି। ତେବେ ୬ଟି ମହାଦେଶୀୟ ଫୁଟ୍‌ବଲ ପରିଷଦର ସଭାପତି ଏବଂ ଫିଫା ସଭାପତି ଗିଆନି ଇନ୍‌ଫାଣ୍ଟିନୋଙ୍କୁ ନେଇ ଗଠିତ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପିତ୍ତି ନିଆଯାଇଛି। ଏହି ଯୋଜନା ସମ୍ପର୍କରେ ଫିଫା ତରଫରୁ ଗତ ବୁଧବାର ସୂଚନା ଦିଆଯାଇଥିଲା। କାତାର ବର୍ତ୍ତମାନ ବିଶ୍ୱକପ୍‌ରେ ଏହାର ପଦାର୍ପଣ ମ୍ୟାଚ ନଭେମ୍ବର ୨୦ରେ ସ୍ଥାନୀୟ ସମୟ ସନ୍ଧ୍ୟା ୭ଟାରେ ଇକ୍ୱେଡର ବିପକ୍ଷରେ ଉଦ୍‌ଘାଟନୀ ଖେଳିବ। ଏହା ପୂର୍ବରୁ ୬୦,୦୦୦ ଆସନ କ୍ଷମତା ବିଶିଷ୍ଟ ଅଲ୍‌ ବାୟତ୍‌ ଷ୍ଟାଡିୟମରେ ଉଦ୍‌ଘାଟନୀ ସମାରୋହ ହେବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାତାର-ଇକ୍ୱେଡର ଟୁର୍ନାମେଣ୍ଟର ତୃତୀୟ ମ୍ୟାଚ ଥିଲା। ଏହି ମ୍ୟାଚ ପୂର୍ବରୁ ଉଦ୍‌ଘାଟନୀ ସମାରୋହ ହେବାର ଥିଲା। ଇଂଲଣ୍ଡ ଓ ଇରାନ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଖେଳାଯିବାର ଘଣ୍ଟାକ ପରେ ଏହା ଅନୁଷ୍ଠିତ ହୋଇଥାନ୍ତା। ଟୁର୍ନାମେଣ୍ଟ ପାଇଁ ଏପ୍ରିଲରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା। ପରମ୍ପରା ଅନୁସାରେ ଆୟୋଜକ ଦେଶ କାତାର ମ୍ୟାଚକୁ କାହିଁକି ପ୍ରଥମେ ରଖା ନ ଗଲା ସେ ସମ୍ପର୍କରେ ସ୍ପଷ୍ଟ କରାଯାଇ ନ ଥିଲା। ଗୁରୁବାର ନିଷ୍ପତ୍ତି ପୂର୍ବରୁ କାତାରର ଗ୍ରୁପ୍‌ ଏ’ରେ ନେଦରଲାଣ୍ଡ୍ସ-ସେନେଗାଲ ପ୍ରଥମ ମ୍ୟାଚ୍‌ ନଭେମ୍ବର ୨୧ ସ୍ଥାନୀୟ ସମୟ ଅପରାହ୍ନ ୧ଟା ବେଳେ ଖେଳାଯାଇଥାନ୍ତା। ବର୍ତ୍ତମାନ ତାହା ସୋମବାର ସନ୍ଧ୍ୟା ୭ଟାରେ ଖେଳାଯିବ, ଯେଉଁ ସମୟରେ କି ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାତାର-ଇକ୍ୱେଡର ମ୍ୟାଚ ଖେଳାଯାଇଥାନ୍ତା। ଫିଫାର ଏହି ନିଷ୍ପତ୍ତିରେ ପ୍ରାୟୋଜକଙ୍କ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱର ଟପ୍‌ ଟାୟାର ବ୍ୟାକର୍ସ କୋକା-କୋଲା ଓ ଭିସାର ପୂର୍ବତନ ମାର୍କେଟିଂ କାର୍ଯ୍ୟନିର୍ବାହୀ ରିକାର୍ଡୋ ଫୋର୍ଟ ପ୍ରକାଶ କରିଛନ୍ତି। ଉଦାହରଣ ସ୍ବରୂପ ପ୍ରାୟୋଜକମାନେ ସେମାନଙ୍କ ଅତିଥିଙ୍କ ଲାଗି ହୋଟେଲ, ବିମାନଯାତ୍ରା ପାଇଁ ପୂର୍ବରୁ ବୁକିଂ କରିସାରିଥିବେ। ସମସ୍ତ ଆବଶ୍ୟକ କାର୍ଯ୍ୟ ନେଇ ଚୁକ୍ତି କରିସାରିଥିବେ। ତାରିଖ ବଦଳିବା ଦ୍ୱାରା ସମସ୍ୟା ଉପୁଜିବା ନିଶ୍ଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?