ପିତାଙ୍କ ଆଫେୟାର୍ସକୁ ନେଇ ଇନ୍ଦିରାଙ୍କୁ ଅଭିଯୋଗ କରୁଥିଲେ ଏହି ରାଜନେତାଙ୍କ ପୁଅ !

ନୂଆଦିଲ୍ଲୀ,୨୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପନେ ପକାଇଛନ୍ତି। ଦେଶରେ ଆର୍ଥିକ ସୁଧାର କଥା ଆସିଲେ ପ୍ରଥମେ ଆସେ ନରସିଂହ ରାଓଙ୍କ ନାମ। ଦେଶର ଆର୍ଥିକ ସ୍ଥିତି ସୁଧାରି ଥିଲେ ବି ଏମିତି ସମୟ ଆସିଥିଲା ଯେତେବେଳେ ତାଙ୍କ ଦଳ କଂଗ୍ରେସ ତାଙ୍କ ନିକଟରୁ ମୁହଁ ଫେରାଇ ନେଇଥିଲା। ନରସିଂହ ରାଓ ବହୁ ବିବାଦରେ ମଧ୍ୟ ଛନ୍ଦି ହୋଇ ପଡିଥିଲେ। ତେବେ ତାଙ୍କ ଜୀବନରେ ଜଣେ ମହିଳାଙ୍କ ସହ ଥିବା ତାଙ୍କର ପ୍ରେମ ସମ୍ପର୍କ ସବୁଠାରୁ ଅଧିକ ଚର୍ଚ୍ଚାକୁ ଆସିଥିଲା। ଯାହାକୁ ନେଇ ତାଙ୍କ ପରିବାର ମଧ୍ୟ ଅସନ୍ତୁଷ୍ଟ ଥିଲେ। କୁହାଯାଏ ନରସିଂହ ରାଓଙ୍କ ଏହି ଆଫେୟାର୍ସକୁ ନେଇ ତାଙ୍କ ପୁଅ ଦିଲ୍ଲୀ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଗରେ ଅଭିଯୋଗ କରୁଥିଲେ। ଇନ୍ଦିରା ଗାନ୍ଧୀ ବାରମ୍ବାର ଏହା ଶୁଣିବା ପରେ ନରସିଂହ ରାଓଙ୍କ ଉପରେ କୁଆଡେ ବିଗଡି ଯାଇଥିଲେ। କହିଥିଲେ ନରସିଂହ ରାଓ କେବଳ ଲକ୍ଷ୍ମୀକାନ୍ତା ଅମ୍ମାଙ୍କ ସହ ସମ୍ପର୍କ ରଖିବା ବ୍ୟତୀତ ଆଉ କିଛି କରି ନାହାନ୍ତି। ଏବେ ତାଙ୍କ ପୁଅଙ୍କୁ ଦେଖିଲେ ମୋତେ ଦୟା ଲାଗୁଛି। କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ର ପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବେଙ୍ଗଲ ରାଓ ତାଙ୍କ ଅଟୋବାୟୋଗ୍ରାଫି ‘ମାଇ ଲାଇଫ୍‌ ଷ୍ଟୋରୀ’ରେ ମଧ୍ୟ ନରସିଂହ ରାଓଙ୍କ ଆଫେୟାର୍ସ ସମ୍ପର୍କରେ ଲେଖିଛନ୍ତି। ତାଙ୍କ ପୁଅ ଇନ୍ଦିରାଙ୍କ ନିକଟରେ ଏହି ଅଭିଯୋଗ କରୁଥିବା ଉଲ୍ଲେଖ କରାଯାଇଛି। ନରସିଂହଙ୍କ ବଡପୁଅ ସବୁବେଳେ ଏହି ଅଭିଯୋଗ ଆଣୁଥିଲେ। ଆଉ ବିରୋଧୀଙ୍କୁ ଏହା ଯେପରି ଖୋରାକ ଯୋଗାଉଥିଲା। ତେବେ ଲକ୍ଷ୍ମୀକାନ୍ତା ଆମ୍ମାଙ୍କ ସହ ସମ୍ପର୍କ ଯୋଗୁ ମାତ୍ର ୩ ବର୍ଷ ମଧ୍ୟରେ ନରସିଂହ ରାଓ ତାଙ୍କ ମୁଖ୍ୟମନ୍ତ୍ରୀ ଆସନ ହରାଇ ବସିଥିଲେ ବୋଲି କୁହାଯାଏ। କେବଳ ଲକ୍ଷ୍ମୀକାନ୍ତା ନୁହଁନ୍ତି ଆଉ କେତେଜଣ ମହିଳାଙ୍କ ସହ ମଧ୍ୟ ନରସିଂହ ରାଓଙ୍କ ସମ୍ପର୍କ ଥିବା କୁହାଯାଏ। ହେଲେ ୬୦ ଦଶକରେ ଲକ୍ଷ୍ମୀକାନ୍ତାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ଆସିଥିବା ବେଳେ ୭୦ ଦଶକରେ ନରସିଂହ ରାଓଙ୍କ ପତ୍ନୀଙ୍କ ବିୟୋଗ ପରେ ଲକ୍ଷ୍ମୀକାନ୍ତାଙ୍କ ସହ ତାଙ୍କର ସମ୍ପର୍କ ଦୃଢ ହୋଇଥିଲା ବୋଲି କୁହାଯାଏ। ଲକ୍ଷ୍ମୀକାନ୍ତା ଜଣେ ରାଜନେତା ଥିବା ବେଳେ କିଛିଦିନ ପରେ ସେ ରାଜନୀତିରୁ ବିଦାୟ ନେଇ ଆଧ୍ୟାତ୍ମିକ ଦିଗରେ ଚାଲିଯିବାରୁ ନରସିଂହ ରାଓ ପରେ ନିଜ ଆତ୍ମକଥା ’ଇନସାଇଡର’ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri