ପିତାଙ୍କ ଆଫେୟାର୍ସକୁ ନେଇ ଇନ୍ଦିରାଙ୍କୁ ଅଭିଯୋଗ କରୁଥିଲେ ଏହି ରାଜନେତାଙ୍କ ପୁଅ !

ନୂଆଦିଲ୍ଲୀ,୨୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପନେ ପକାଇଛନ୍ତି। ଦେଶରେ ଆର୍ଥିକ ସୁଧାର କଥା ଆସିଲେ ପ୍ରଥମେ ଆସେ ନରସିଂହ ରାଓଙ୍କ ନାମ। ଦେଶର ଆର୍ଥିକ ସ୍ଥିତି ସୁଧାରି ଥିଲେ ବି ଏମିତି ସମୟ ଆସିଥିଲା ଯେତେବେଳେ ତାଙ୍କ ଦଳ କଂଗ୍ରେସ ତାଙ୍କ ନିକଟରୁ ମୁହଁ ଫେରାଇ ନେଇଥିଲା। ନରସିଂହ ରାଓ ବହୁ ବିବାଦରେ ମଧ୍ୟ ଛନ୍ଦି ହୋଇ ପଡିଥିଲେ। ତେବେ ତାଙ୍କ ଜୀବନରେ ଜଣେ ମହିଳାଙ୍କ ସହ ଥିବା ତାଙ୍କର ପ୍ରେମ ସମ୍ପର୍କ ସବୁଠାରୁ ଅଧିକ ଚର୍ଚ୍ଚାକୁ ଆସିଥିଲା। ଯାହାକୁ ନେଇ ତାଙ୍କ ପରିବାର ମଧ୍ୟ ଅସନ୍ତୁଷ୍ଟ ଥିଲେ। କୁହାଯାଏ ନରସିଂହ ରାଓଙ୍କ ଏହି ଆଫେୟାର୍ସକୁ ନେଇ ତାଙ୍କ ପୁଅ ଦିଲ୍ଲୀ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଗରେ ଅଭିଯୋଗ କରୁଥିଲେ। ଇନ୍ଦିରା ଗାନ୍ଧୀ ବାରମ୍ବାର ଏହା ଶୁଣିବା ପରେ ନରସିଂହ ରାଓଙ୍କ ଉପରେ କୁଆଡେ ବିଗଡି ଯାଇଥିଲେ। କହିଥିଲେ ନରସିଂହ ରାଓ କେବଳ ଲକ୍ଷ୍ମୀକାନ୍ତା ଅମ୍ମାଙ୍କ ସହ ସମ୍ପର୍କ ରଖିବା ବ୍ୟତୀତ ଆଉ କିଛି କରି ନାହାନ୍ତି। ଏବେ ତାଙ୍କ ପୁଅଙ୍କୁ ଦେଖିଲେ ମୋତେ ଦୟା ଲାଗୁଛି। କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ର ପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବେଙ୍ଗଲ ରାଓ ତାଙ୍କ ଅଟୋବାୟୋଗ୍ରାଫି ‘ମାଇ ଲାଇଫ୍‌ ଷ୍ଟୋରୀ’ରେ ମଧ୍ୟ ନରସିଂହ ରାଓଙ୍କ ଆଫେୟାର୍ସ ସମ୍ପର୍କରେ ଲେଖିଛନ୍ତି। ତାଙ୍କ ପୁଅ ଇନ୍ଦିରାଙ୍କ ନିକଟରେ ଏହି ଅଭିଯୋଗ କରୁଥିବା ଉଲ୍ଲେଖ କରାଯାଇଛି। ନରସିଂହଙ୍କ ବଡପୁଅ ସବୁବେଳେ ଏହି ଅଭିଯୋଗ ଆଣୁଥିଲେ। ଆଉ ବିରୋଧୀଙ୍କୁ ଏହା ଯେପରି ଖୋରାକ ଯୋଗାଉଥିଲା। ତେବେ ଲକ୍ଷ୍ମୀକାନ୍ତା ଆମ୍ମାଙ୍କ ସହ ସମ୍ପର୍କ ଯୋଗୁ ମାତ୍ର ୩ ବର୍ଷ ମଧ୍ୟରେ ନରସିଂହ ରାଓ ତାଙ୍କ ମୁଖ୍ୟମନ୍ତ୍ରୀ ଆସନ ହରାଇ ବସିଥିଲେ ବୋଲି କୁହାଯାଏ। କେବଳ ଲକ୍ଷ୍ମୀକାନ୍ତା ନୁହଁନ୍ତି ଆଉ କେତେଜଣ ମହିଳାଙ୍କ ସହ ମଧ୍ୟ ନରସିଂହ ରାଓଙ୍କ ସମ୍ପର୍କ ଥିବା କୁହାଯାଏ। ହେଲେ ୬୦ ଦଶକରେ ଲକ୍ଷ୍ମୀକାନ୍ତାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ଆସିଥିବା ବେଳେ ୭୦ ଦଶକରେ ନରସିଂହ ରାଓଙ୍କ ପତ୍ନୀଙ୍କ ବିୟୋଗ ପରେ ଲକ୍ଷ୍ମୀକାନ୍ତାଙ୍କ ସହ ତାଙ୍କର ସମ୍ପର୍କ ଦୃଢ ହୋଇଥିଲା ବୋଲି କୁହାଯାଏ। ଲକ୍ଷ୍ମୀକାନ୍ତା ଜଣେ ରାଜନେତା ଥିବା ବେଳେ କିଛିଦିନ ପରେ ସେ ରାଜନୀତିରୁ ବିଦାୟ ନେଇ ଆଧ୍ୟାତ୍ମିକ ଦିଗରେ ଚାଲିଯିବାରୁ ନରସିଂହ ରାଓ ପରେ ନିଜ ଆତ୍ମକଥା ’ଇନସାଇଡର’ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri