ପୁଟିନ୍‌ଙ୍କ ଯୁଦ୍ଧ ଓ ବିଶ୍ୱ ଦୃଶ୍ୟପଟ

ବ୍ରହ୍ମ ଚେଲାନି

ରୁଷିଆ ୟୁକ୍ରେନ୍‌ ଉପରେ ଭୀଷଣ ଆକ୍ରମଣ ଜାରି ରଖିଛି। ଏହି ସମୟରେ ପ୍ରକାଶ ପାଇଥିବା ପାଶ୍ଚାତ୍ୟ ଦେଶଗୁଡ଼ିକର ଅଭୂତପୂର୍ବ ପ୍ରତିକ୍ରିୟା ଅନ୍ତର୍ଜାତୀୟ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନକୁ ଦର୍ଶାଇଛି। ଏହା ଶୀତଳ ଯୁଦ୍ଧ ପରବର୍ତ୍ତୀ ଯୁଗର ଓପଚାରିକ ପୂର୍ଣ୍ଣଚ୍ଛେଦକୁ ସୂଚିତ କରିବା ସହ ବିରାଟ ଭୂରାଜନୈତିକ ଓ ଭୂଅର୍ଥନୈତିକ ପରିବର୍ତ୍ତନ ପାଇଁ ଏକ ପରିବେଶ ସୃଷ୍ଟି କରିଛି। ଏସବୁ ସତ୍ତ୍ୱେ ଗୋଟିଏ ଉଲ୍ଲେଖନୀୟ ବିଷୟ ସବୁବେଳେ ରହିବ। ତାହା ହେଉଛି ଥୁସିଡିଡେସଙ୍କ ଉକ୍ତି- ଶକ୍ତିଶାଳୀ ଯାହା କରିପାରିବେ ବା ଚାହଁିବେ ତାହା କରିଚାଲିବେ ଏବଂ ଦୁର୍ବଳ ସବୁବେଳେ ନିର୍ଯାତନା ପାଉଥିବେ ଯାହା ସେମାନଙ୍କ ଲାଗି ଅନିବାର୍ଯ୍ୟ। ଏହା ସତ୍ୟ, ବିଶ୍ୱର ନେତୃବର୍ଗ ଏବଂ ପର୍ଯ୍ୟବେକ୍ଷକମାନେ ବହୁ ସମୟରେ ‘ରୁଲ୍‌ସ ବେସ୍‌ଡ ଇଣ୍ଟରନ୍ୟାଶନାଲ ଅର୍ଡର’ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାର ସୁରକ୍ଷା କିମ୍ବା ମଜଭୂତି ଉପରେ ମତ ଦେଇଥାଆନ୍ତି। ଏହି ବ୍ୟବସ୍ଥା କହିଲେ ଅନେକ ବୈଶ୍ୱିକ ନିୟମ ଆଧାରିତ ଢାଞ୍ଚାଗତ ସମ୍ପର୍କକୁ ବୁଝାଏ ଯାହା ଉଦାରବାଦୀ ରାଜନୈତିକ, ଅର୍ଥନୈତିକ ତଥା ଉଦାରବାଦୀ ଅନ୍ତର୍ଜାତୀୟବାଦକୁ ପ୍ରତିପାଦିତ କରେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅଣାଯାଇଥିବା ଏହି ବ୍ୟବସ୍ଥା ବିଭିନ୍ନ ବହୁରାଷ୍ଟ୍ରୀୟ ସଂସ୍ଥା ମାଧ୍ୟମରେ ଅନ୍ତର୍ଜାତୀୟ ସହଯୋଗକୁ ଜୋର୍‌ ଦିଏ। ମାନବୀୟ ସମାନତା, ମୁକ୍ତ ବଜାର ପ୍ରକ୍ରିୟା, ସୁରକ୍ଷା ଓ ଆର୍ଥିକ ସହଯୋଗ ବ୍ୟତୀତ ଉଦାରବାଦୀ ଗଣତନ୍ତ୍ରକୁ ଉତ୍ସାହିତ କରିବା ଏହାର ପ୍ରମୁଖ ଲକ୍ଷ୍ୟ। ହେଲେ ଏଭଳି ଏକ ବହୁମୁଖୀ ବ୍ୟବସ୍ଥା ସର୍ବଦା ବାସ୍ତବବାଦୀ ନ ରହି ଆଶାବାଦୀ ହୋଇ ରହିଗଲା। ସାମରିକ କିମ୍ବା ଅର୍ଥନୈତିକ କ୍ଷେତ୍ରରେ ଶକ୍ତ ଦେଶଗୁଡ଼ିକ କେବଳ ନିୟମ ଗଢ଼ିବା ଓ ଲାଗୁ କରିବାର ଅଧିକାର ରଖୁଛନ୍ତି ତାହା ନୁହେଁ, ବରଂ ସେଗୁଡ଼ିକୁ ମଧ୍ୟ ସେମାନେ ଭଙ୍ଗ କରୁଛନ୍ତି।
ଯେତେବେଳେ ନିୟମ ବା ଆଇନ ନିର୍ମାତାମାନେ ଏହାକୁ ମାନିବାକୁ ଅମଙ୍ଗ ହୁଅନ୍ତ,ସେତେବେଳେ ବଡ଼ଧରଣର ବିପଦ ମୁଣ୍ଡ ଟେକେ। ଶୀତଳ ଯୁଦ୍ଧ ପରେ ଚାଲିଥିବା ୟୁକ୍ରେନ୍‌ ଯୁଦ୍ଧ ହଁ ପ୍ରଥମ ସଂଘର୍ଷ, ଯେଉଁଥିରେ ମହାଶକ୍ତିଗୁଡ଼ିକର ପରସ୍ପର ବିରୋଧୀ ଭାବ ସ୍ପଷ୍ଟ ହୋଇଛି। ଗୋଟିଏ ପଟେ ରୁଷିଆ ୟୁକ୍ରେନ୍‌ ଉପରେ ସାମରିକ ଆକ୍ରମଣ ଜାରି ରଖିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌କୁ ତାଙ୍କ ଦେଶର ଅଂଶ ମନେକରି ତାହାକୁ ନିଜ ଅଧୀନକୁ ଆଣିବାକୁ ପ୍ରୟାସ କରୁଛନ୍ତି। ଅନ୍ୟପଟେ ଆମେରିକା ନେତୃତ୍ୱରେ ନାଟୋ ଦେଶ ସମୂହ ରୁଷିଆ ବିରୋଧରେ ଏକ ସମ୍ମିଳିତ ଛାୟାଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ୟୁକ୍ରେନ୍‌ ସେନାକୁ ମଧ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୧.୩୫ ବିଲିୟନ ଡଲାର ମୂଲ୍ୟର ଘାତକ ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ଅନୁମତି ଦେଇସାରିଲେଣି । ପାଶ୍ଚାତ୍ୟ ମଧ୍ୟ କଠୋର ଆର୍ଥିକ ଓ ବିତ୍ତୀୟ କଟକଣା ଲଗାଇଛି। ଏପରି କି ପାଶ୍ଚାତ୍ୟ ନେତୃତ୍ୱାଧୀନ ଅର୍ଥ ବ୍ୟବସ୍ଥାରୁ ରୁଷିଆକୁ ବହିଷ୍କାର କରିବା ସହ ଅନେକ ରୁଷୀୟ ଧନୀ ବ୍ୟକ୍ତି ବିଶେଷଙ୍କ ସମ୍ପତ୍ତିକୁ ମଧ୍ୟ ସାମୟିକ ଜବତ କରାଯାଇଛି। ବହୁ ଦେଶ ରୁଷିଆର ସରକାରୀ ମିଡିଆ ଉପରେ କଟକଣା ଲଗାଇଛନ୍ତି।
ବିଶ୍ୱର ନିୟମ ନିର୍ମାତାମାନେ ‘ନିୟମ ଆଧାରିତ ବ୍ୟବସ୍ଥା’ର ସବୁ କଥାକୁ ନିର୍ଦ୍ୱନ୍ଦ୍ୱରେ ଏକପକ୍ଷୀୟବାଦ ସ୍ଥିତିକୁ ପୁଣି ଲେଉଟାଇ ଆଣିଛନ୍ତି। ଏହି କାରଣରୁ ପ୍ରକୃତ ବିପଦ ଏବେ ଯୁଦ୍ଧକୁ ନେଇ ଉଠିଛି। ୟୁକ୍ରେନ୍‌କୁ ପାଶ୍ଚାତ୍ୟ ଦେଶଗୁଡ଼ିକ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ପଠାଉଛନ୍ତି। ଦେଖିବାକୁ ଗଲେ ଏକ ଦୁର୍ବଳ ଶାସନ ଓ ବ୍ୟାପକ ଦୁର୍ନୀତିଜଡ଼ିତ ୟୁକ୍ରେନ୍‌ ସମ୍ପୂର୍ଣ୍ଣ ୟୁରୋପରେ ସାଂଗଠନିକ ଅପରାଧ, ଚୋରା ନିଶା କାରବାର ଏବଂ ଉଗ୍ରବାଦ ହିଂସା ବଢ଼ାଇ ଧୀରେ ଧୀରେ ପାଶ୍ଚାତ୍ୟାଭିମୁଖୀ ହୋଇପାରିଲା। ଏଣୁ ପାଶ୍ଚାତ୍ୟ ଓ କେତେକ ୟୁରୋପୀୟ ଦେଶ ରୁଷିଆର କ୍ଷମତା ହ୍ରାସ କରିବା ଲାଗି କିଛି କରିପାରନ୍ତି। ସୋଭିଏଟ୍‌ ସଂଘ ପତନକୁ ଏକ ବିପର୍ଯ୍ୟୟ ଓ ଏ୍ୟତିହାସିକ ରୁଷିଆର ଅନ୍ତ ଘଟିଲା ବୋଲି ସ୍ବୀକାର କରିଥିବା ପୁଟିନ୍‌ କହିଛନ୍ତି , ୟୁକ୍ରେନ୍‌ ଭଳି କାଜାଖସ୍ତାନ ମଧ୍ୟ ଏକ ଦେଶ ନୁହେଁ। ୟୁକ୍ରେନ୍‌ ଯୁଦ୍ଧ କେବଳ ରୁଷିଆକୁ ଏକଘରିଆ କରିନାହିଁ, ବରଂ ଏହା ବିଶ୍ୱସ୍ତରୀୟ ବ୍ୟାପକ ଆର୍ଥିକ କାର୍ଯ୍ୟକଳାପକୁ ପରିବର୍ତ୍ତନ କରିବା ଆରମ୍ଭ କରିଛି।
ଦେଶଗୁଡ଼ିକ ଆକ୍ରମଣ ବଦଳରେ ବେପାର ବା ସମ୍ପର୍କ ବଢ଼ାଇପାରିବେ। ଏହା ସବୁବେଳେ ଗ୍ରହଣୀୟ ହୋଇଛି। ଇକୋନୋମିକ ଇଣ୍ଟରଡିପେଣ୍ଡେନ୍ସ ବା ଆର୍ଥିକ ପାରସ୍ପରିକ ନିର୍ଭରଶୀଳତାରେ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଭାଗୀଦାରି ଦେଶଗୁଡ଼ିକ ଅନ୍ୟ ଭାଗୀଦାରି ଅର୍ଥ ବ୍ୟବସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ମୁଖ୍ୟତଃ ଚାଇନାର କ୍ଷତି କରିବାକୁ ଚାହଁିଲେ ବି ତାକୁ ରୋକାଯାଇପାରିନାହିଁ। ଚାଇନା ଦକ୍ଷିଣ ଓ ପୂର୍ବ ଚାଇନା ସାଗରଠାରୁ ଆରମ୍ଭ କରି ହିମାଳୟ ଯାଏ ବିସ୍ତାରବାଦକୁ ଜାରି ରଖିଛି। ଏପରି ସ୍ଥିତିରେ ଏବେ ନିୟମ ନିର୍ମାତାମାନେ କିଛି ସଂଯମତା ଆଚରଣ କରିବାକୁ ବାଧ୍ୟ ହୋଇଛନ୍ତି। ଏହାର ଆବଶ୍ୟକତା ମଧ୍ୟ ରହିଛି। ଆମେରିକା ଓ ନାଟୋ ରୁଷିଆ ଉପରେ ଆର୍ଥିକ ଓ ବିତ୍ତୀୟ କଟକଣା ଲାଗଇବା ସତ୍ତ୍ୱେ ୟୁରୋପ ଲଗାତର ରୁଷିଆର ଅର୍ଥ ବ୍ୟବସ୍ଥାର ମୁଖ୍ୟ ଆଧାର କୁହାଯାଉଥିବା ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ରପ୍ତାନିକୁ ସମର୍ଥନ ଜାରି ରଖିଛି। ବିଶେଷକରି ଯୁଦ୍ଧ ଯୋଗୁୁ ତୈଳ ଦର ବୃଦ୍ଧି ପାଇଥିବାବେଳେ ଏଭଳି ସମର୍ଥନ ପାଶ୍ଚାତ୍ୟର ମିଶନକୁ ଦୁର୍ବଳ କରିଦେଇଛି। କିନ୍ତୁ ରୁଷୀୟ ତୈଳ ଯୋଗାଣ ଉପରେ ୟୁରୋପର ଦୀର୍ଘମିଆଦୀ ନିର୍ଭର କରିଆସୁଛି ଓ ଏବେକାର ସ୍ଥିତିରେ ସେମାନଙ୍କ ପାଇଁ ଅନ୍ୟ କୌଣସି ଭଲ ବିକଳ୍ପ ହିଁ ନାହିଁ।
ଭବିଷ୍ୟତରେ ଏମାନଙ୍କ ମଧ୍ୟରେ ଏଭଳି ସ୍ଥିତି ରହିନପାରେ। ୟୁରୋପୀୟ ସଂଘ ୨୦୩୦ ସୁଦ୍ଧା ରୁଷୀୟ ତୈଳ ଉପେର ନିର୍ଭରଶୀଳ ହେବ ନାହିଁ ବୋଲି ପ୍ରତିଶ୍ରୁତିବଦ୍ଧ । ଏହି ସମୟରେ ଯେଉଁ ଦେଶଗୁଡ଼ିକ ରୁଷିଆ ସହ ବାଣିଜି୍ୟକ ସମ୍ପର୍କ ରଖିବାକୁ ଚାହଁୁଛନ୍ତି, ସେମାନେ ପାଶ୍ଚାତ୍ୟ ନିୟନ୍ତ୍ରଣାଧୀନ ଉତ୍ସ ବାହାରେ ଏହାର ସମାଧାନ ଚାହଁୁଛନ୍ତି। ଉଦାହରଣ ସ୍ବରୂପ ଭାରତ ଟଙ୍କା ବିନିମୟରେ ରୁଷୀୟ ତୈଳ କିଣୁଛି। ସାଉଦି ଆରବ ଚାଇନା ମୁଦ୍ରା ବିନିମୟରେ ତେଳ ବିକ୍ରି କରିବାକୁ ଚାହଁୁଛି। ଏଭଳି ହେଲେ ଆମେରିକୀୟ ଡଲାରର ପ୍ରଭାବ କ୍ଷୁଣ୍ଣ ହେବ। ସମ୍ଭବତଃ ବିଶ୍ୱ ଅର୍ଥ ବ୍ୟବସ୍ଥା ବିଭାଜନର ଏହା ଅୟମାରମ୍ଭ। ଏବେ ଆର୍ଥିକ ସମୃଦ୍ଧ ଦେଶଗୁଡ଼ିକ ପୂର୍ବମୁହଁା ହୋଇଥିବାବେଳେ ପାଶ୍ଚାତ୍ୟ ଏବେସୁଦ୍ଧା ବିଶ୍ୱ ବିତ୍ତୀୟ ଢାଞ୍ଚାକୁ ନିୟନ୍ତ୍ରଣ କରୁଛି। ହେଲେ ଆର୍ଥିକ ଶକ୍ତି ଓ ସାମରିକ ବ୍ୟୟ ଦୃଷ୍ଟିରୁ ରୁଷିଆ ଆଗରେ ଥିବା ଚାଇନା ପ୍ରକ୍ରିୟାର ନେତୃତ୍ୱ ନେବ। ଅବଶ୍ୟ ନାଟୋ ଓ ରୁଷିଆ ସଂଘର୍ଷ ମଧ୍ୟରେ ବାସ୍ତବରେ ଚାଇନା ହେବ ଅସଲ ବିଜୟୀ। ୟୁରୋପରେ ତା’ର ରଣନୀତିକ ଲକ୍ଷ୍ୟ ହାସଲ କରିବାକୁ ଏକ ସ୍ଥାନ ସୃଷ୍ଟି କରିପାରିବ। ଶେଷରେ ଆମେରିକାର ଏଭଳି ନୀତି ଯୋଗୁ ବିଶ୍ୱରେ ଚାଇନା ତା’ ପ୍ରଭାବ ବଢ଼ାଇବ। ବିଶ୍ୱସ୍ତରରେ ଚାଇନାର ପ୍ରଭାବ ଆର୍ଥିକ, ରାଜନୈତିକ ତଥା ଉଦାରବାଦୀ ଗଣତନ୍ତ୍ରକୁ ପ୍ରଭାବିତ କରିବ। ୧୯୪୯ରେ ପ୍ରତିଷ୍ଠା ହେବା ପରଠାରୁ ଚାଇନା ଅନ୍ତର୍ଜାତୀୟ ନିୟମକୁ ଅବମାନନା କରିଆସିଛି। ଜିନ୍‌ଝିଆଙ୍ଗ ଓ ତିବ୍ବତକୁ ତା’ସହ ମିଶାଇଛି ଓ ନିକଟରେ ଲକ୍ଷ ଲକ୍ଷ ମୁସଲମାନଙ୍କୁ ଅଟକ ରଖିଛି। ତଥାପି ଚାଇନାକୁ ମୂଲ୍ୟ ଦେବାକୁ ପଡ଼ିନାହିଁ। ରୁଷିଆର ୟୁକ୍ରେନ୍‌ରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଇଣ୍ଟର୍‌ନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ଦେଇଥିତ୍ବା ନିର୍ଦ୍ଦେଶକୁ ରୁଷିଆ ରଦ୍ଦ କରିବା ପୂର୍ବରୁ ଦୁଇଥର ଚିନ୍ତା କରିବାର ଥିଲା, କିନ୍ତୁ ତାହା କଲା ନାହିଁ।
ଅନ୍ତର୍ଜାତୀୟ ଆଇନ ଦୁର୍ବଳଙ୍କ ପାଇଁ ଶକ୍ତିଶାଳୀ ହୋଇପାରେ, କିନ୍ତୁ ବଳଶାଳୀ ଦେଶଗୁଡ଼ିକ ପାଇଁ ଏହା ଶକ୍ତିହୀନ। ଏହି ଆଇନକୁ ଅବମାନନା କରୁଥିବା ଶକ୍ତିଶାଳୀ ଦେଶଗୁଡ଼ିକୁ ରୋକି ନ ପାରିବାରୁ ପ୍ରଥମ ବିଶ୍ୱଯୁଦ୍ଧ ପରେ ଗଠିତ ରାଷ୍ଟ୍ରସଂଘ ବିଫଳ ହେଲା । ବର୍ତ୍ତମାନ ଜାତିସଂଘ ମଧ୍ୟ ସେଭଳି ସ୍ଥିତିକୁ ସାମ୍ନା କରିପାରେ। ଯଦି ଜାତିସଂଘ ସୁରକ୍ଷା ପରିଷଦରେ ଥିବା ୫ ସ୍ଥାୟୀ ସଦସ୍ୟ ଦୁଇ ଗୋଷ୍ଠୀରେ ରହି ପରସ୍ପର ବିରୋଧରେ ଲଢେଇ କରନ୍ତି, ତେବେ ଅନ୍ତର୍ଜାତୀୟ ଶାନ୍ତି ଓ ସ୍ଥିରତା ବଜାୟ ରଖିବାରେ ଜାତିସଂଘ କିପରି ସକ୍ଷମ ହେବ। ବିଶ୍ୱ ଦୃଶ୍ୟପଟରେ ଏବେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ହିଂସା ଓ ବିଭାଜନର ଯୁଗ ଆଡକୁ ବିଶ୍ୱ ମୁହଁାଇଛି। ଏହା ଯେମିତି ହେଉ ପଛେ, ଅନ୍ତର୍ଜାତୀୟ ନିୟମ ପ୍ରତି ଭାଗୀଦାରି ପ୍ରତିବଦ୍ଧତାର ବାହାନା କଲେ ଏହା ଗଭୀର ଭାବେ ପ୍ରଭାବିତ ହେବ।
ପ୍ରଫେସର, ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌,
ସେଣ୍ଟର୍‌ ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri