Posted inଜାତୀୟ

ଯୋଗୀଙ୍କ ନୂତନ ଯୋଜନା…

ଲକ୍ଷ୍ନୌ,୨୪।୩ : ଦ୍ୱିତୀୟ ଇନିଂସ୍‌ରେ ଉତ୍ତରପ୍ରଦେଶର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ଅର୍ଥନୀତି ପାଇଁ ଏକ ବଡ ଆହ୍ବାନ ହୋଇଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଏନେଇ କାର୍ଯ୍ୟଧାରା ପ୍ରସ୍ତୁତ ହୋଇଛି। ତେଣୁ ସେ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ହେବାକୁ ଯାଉଥିବା ଶପଥ ଗ୍ରହଣ ଉତ୍ସବରେ ଦେଶର ପ୍ରାୟ ସମସ୍ତ ବଡ଼ ବଡ଼ ଶିଳ୍ପପତିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ପଠାଇଛନ୍ତି। ୟୁପିର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଯୋଗୀଙ୍କ ସ୍ବପ୍ନ। ସେ କେବଳ ଅନେକ ଥର ଏହା ବିଷୟରେ କହି ନାହାଁନ୍ତି ବରଂ ଏହି ଲକ୍ଷ୍ୟ ପୂରଣ ଦିଗରେ ପଦକ୍ଷେପ ମଧ୍ୟ ନେଇଛନ୍ତି।

ରାଜ୍ୟରେ ନିର୍ବାଚନରେ ଜିତିବାର ପାଞ୍ଚ ଦିନ ପରେ ଯୋଗୀ ସରକାର ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ମାର୍ଚ୍ଚ ୧୫ରେ, ଯୋଗୀ ସରକାର ଏକ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଏକ ଆରଏଫପି ଅର୍ଥାତ୍‌ ଅନୁରୋଧ ପ୍ରସ୍ତାବ ଜାରି କରିଥିଲେ। ୟୁପିରେ ବିନିଯୋଗ କରିବାକୁ ଦେଶର ବଡ଼ ବଡ଼ କମ୍ପାନୀଙ୍କୁ ଏହି ରିକ୍ୱେଷ୍ଟ୍‌ ଅଫ୍‌ ପ୍ରପୋଜାଲତରେ ଉଲ୍ଲେଖ କରାଯାଇଛି।

ଉତ୍ତରପ୍ରଦେଶର ଅର୍ଥନୀତି ହେଉଛି ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା। ପାଞ୍ଚ ବର୍ଷ ପରେ, ୨୦୨୭ବର୍ଷ ସୁଦ୍ଧା, ଏହାକୁ ୧ ଟ୍ରିଲିୟନ ଅର୍ଥାତ୍‌ ପ୍ରାୟ ୭୬ ଲକ୍ଷ କୋଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ହେଉଛି ଯେ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ୪ ଗୁଣା ବୃଦ୍ଧି କରିବାକୁ ଏକ ଲକ୍ଷ୍ୟ ରହିଛି। କିନ୍ତୁ ଏହି ଲକ୍ଷ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହେବ କାରଣ ୨୦୨୪ରେ ୟୁପିର ଅର୍ଥନୀତି ୯.୪ ଲକ୍ଷ କୋଟି ଥିଲା, ଯାହା ବର୍ତ୍ତମାନ ୨୦୨୨ରେ ଏହା ୧୯.୧ଲକ୍ଷ କୋଟି ଛୁଇଁଛି।

ଗତ ୮ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ମାତ୍ର ଦୁଇ ଗୁଣା ବୃଦ୍ଧି ପାଇଛି। ତେଣୁ ଏହା ସ୍ପଷ୍ଟ ଯେ କେବଳ ପାଞ୍ଚ ବର୍ଷ ମଧ୍ୟରେ ୧ ଟ୍ରିଲିୟନ ଡଲାରର ଅର୍ଥନୀତି ହାସଲ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ, କାରଣ ପରିସଂଖ୍ୟାନ ଦର୍ଶାଉଛି ଯେ ୮ ବର୍ଷ ମଧ୍ୟରେ ଅର୍ଥନୀତି ମାତ୍ର ୨ ଗୁଣ ବୃଦ୍ଧି ପାଇଛି। ଆସନ୍ତା ୫ ବର୍ଷରେ ଏହାକୁ ୪ ଗୁଣା ବଢ଼ାଇବା ନିଶ୍ଚିତ କଷ୍ଟକର ହେବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

କରୋନା ମହାମାରୀ ଯୋଗୁ ରାଜ୍ୟର ଗତ ୨ ବର୍ଷର ଅର୍ଥନୀତି ହଜିଯାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଯୋଗୀଙ୍କ ଦ୍ୱାରା ରାଜ୍ୟରେ ଇନଫ୍ରା, ନିଯୁକ୍ତି ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଁ ଅନେକ ପ୍ରୟାସ କରାଯାଇଛି। ଏହି ପ୍ରୟାସର ପ୍ରଭାବ ମଧ୍ୟ ମିଳିଛି। ରାଜ୍ୟରେ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି ।

୨୦୧୭-୧୮ରେ ରାଜ୍ୟରେ ବିଦେଶୀ ପୁଞ୍ଜି ବିନିଯୋଗ ପ୍ରାୟ ୫୭୮ କୋଟି ଟଙ୍କା ଥିଲା, ଯାହା ୨୦୧୮-୧୯ରେ ମାତ୍ର ୨୩୪ କୋଟିକୁ ଖସି ଆସିଛି। ତେବେ, ୨୦୧୯-୨୧ରେ ଏଥିରେ ବୃଦ୍ଧି ଘଟିଛି ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ୫୭୫୮ କୋଟିରେ ପହଞ୍ଚିଛି। ଯୋଗୀ ସରକାରଙ୍କ ଉଦ୍ୟମ ହେଉଛି ବିଦେଶୀ ପୁଞ୍ଜି ବିନିଯୋଗକୁ ବୃଦ୍ଧି କରିବା ଏବଂ ଘରୋଇ ନିବେଶକଙ୍କୁ ମଧ୍ୟ ଆକର୍ଷିତ କରିବା। ତେଣୁ ଯୋଗୀଙ୍କ ଶପଥ ଗ୍ରହଣ ସମାରୋହରେ ଦେଶର ଜଣାଶୁଣା ବ୍ୟବସାୟିକ ଗୋଷ୍ଠୀଙ୍କୁ ଆମନ୍ତ୍ରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?