Posted inଜାତୀୟ

ଯୋଗୀଙ୍କ ନୂତନ ଯୋଜନା…

ଲକ୍ଷ୍ନୌ,୨୪।୩ : ଦ୍ୱିତୀୟ ଇନିଂସ୍‌ରେ ଉତ୍ତରପ୍ରଦେଶର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ଅର୍ଥନୀତି ପାଇଁ ଏକ ବଡ ଆହ୍ବାନ ହୋଇଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଏନେଇ କାର୍ଯ୍ୟଧାରା ପ୍ରସ୍ତୁତ ହୋଇଛି। ତେଣୁ ସେ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ହେବାକୁ ଯାଉଥିବା ଶପଥ ଗ୍ରହଣ ଉତ୍ସବରେ ଦେଶର ପ୍ରାୟ ସମସ୍ତ ବଡ଼ ବଡ଼ ଶିଳ୍ପପତିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ପଠାଇଛନ୍ତି। ୟୁପିର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଯୋଗୀଙ୍କ ସ୍ବପ୍ନ। ସେ କେବଳ ଅନେକ ଥର ଏହା ବିଷୟରେ କହି ନାହାଁନ୍ତି ବରଂ ଏହି ଲକ୍ଷ୍ୟ ପୂରଣ ଦିଗରେ ପଦକ୍ଷେପ ମଧ୍ୟ ନେଇଛନ୍ତି।

ରାଜ୍ୟରେ ନିର୍ବାଚନରେ ଜିତିବାର ପାଞ୍ଚ ଦିନ ପରେ ଯୋଗୀ ସରକାର ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ମାର୍ଚ୍ଚ ୧୫ରେ, ଯୋଗୀ ସରକାର ଏକ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଏକ ଆରଏଫପି ଅର୍ଥାତ୍‌ ଅନୁରୋଧ ପ୍ରସ୍ତାବ ଜାରି କରିଥିଲେ। ୟୁପିରେ ବିନିଯୋଗ କରିବାକୁ ଦେଶର ବଡ଼ ବଡ଼ କମ୍ପାନୀଙ୍କୁ ଏହି ରିକ୍ୱେଷ୍ଟ୍‌ ଅଫ୍‌ ପ୍ରପୋଜାଲତରେ ଉଲ୍ଲେଖ କରାଯାଇଛି।

ଉତ୍ତରପ୍ରଦେଶର ଅର୍ଥନୀତି ହେଉଛି ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା। ପାଞ୍ଚ ବର୍ଷ ପରେ, ୨୦୨୭ବର୍ଷ ସୁଦ୍ଧା, ଏହାକୁ ୧ ଟ୍ରିଲିୟନ ଅର୍ଥାତ୍‌ ପ୍ରାୟ ୭୬ ଲକ୍ଷ କୋଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ହେଉଛି ଯେ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ୪ ଗୁଣା ବୃଦ୍ଧି କରିବାକୁ ଏକ ଲକ୍ଷ୍ୟ ରହିଛି। କିନ୍ତୁ ଏହି ଲକ୍ଷ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହେବ କାରଣ ୨୦୨୪ରେ ୟୁପିର ଅର୍ଥନୀତି ୯.୪ ଲକ୍ଷ କୋଟି ଥିଲା, ଯାହା ବର୍ତ୍ତମାନ ୨୦୨୨ରେ ଏହା ୧୯.୧ଲକ୍ଷ କୋଟି ଛୁଇଁଛି।

ଗତ ୮ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ମାତ୍ର ଦୁଇ ଗୁଣା ବୃଦ୍ଧି ପାଇଛି। ତେଣୁ ଏହା ସ୍ପଷ୍ଟ ଯେ କେବଳ ପାଞ୍ଚ ବର୍ଷ ମଧ୍ୟରେ ୧ ଟ୍ରିଲିୟନ ଡଲାରର ଅର୍ଥନୀତି ହାସଲ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ, କାରଣ ପରିସଂଖ୍ୟାନ ଦର୍ଶାଉଛି ଯେ ୮ ବର୍ଷ ମଧ୍ୟରେ ଅର୍ଥନୀତି ମାତ୍ର ୨ ଗୁଣ ବୃଦ୍ଧି ପାଇଛି। ଆସନ୍ତା ୫ ବର୍ଷରେ ଏହାକୁ ୪ ଗୁଣା ବଢ଼ାଇବା ନିଶ୍ଚିତ କଷ୍ଟକର ହେବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

କରୋନା ମହାମାରୀ ଯୋଗୁ ରାଜ୍ୟର ଗତ ୨ ବର୍ଷର ଅର୍ଥନୀତି ହଜିଯାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଯୋଗୀଙ୍କ ଦ୍ୱାରା ରାଜ୍ୟରେ ଇନଫ୍ରା, ନିଯୁକ୍ତି ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଁ ଅନେକ ପ୍ରୟାସ କରାଯାଇଛି। ଏହି ପ୍ରୟାସର ପ୍ରଭାବ ମଧ୍ୟ ମିଳିଛି। ରାଜ୍ୟରେ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି ।

୨୦୧୭-୧୮ରେ ରାଜ୍ୟରେ ବିଦେଶୀ ପୁଞ୍ଜି ବିନିଯୋଗ ପ୍ରାୟ ୫୭୮ କୋଟି ଟଙ୍କା ଥିଲା, ଯାହା ୨୦୧୮-୧୯ରେ ମାତ୍ର ୨୩୪ କୋଟିକୁ ଖସି ଆସିଛି। ତେବେ, ୨୦୧୯-୨୧ରେ ଏଥିରେ ବୃଦ୍ଧି ଘଟିଛି ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ୫୭୫୮ କୋଟିରେ ପହଞ୍ଚିଛି। ଯୋଗୀ ସରକାରଙ୍କ ଉଦ୍ୟମ ହେଉଛି ବିଦେଶୀ ପୁଞ୍ଜି ବିନିଯୋଗକୁ ବୃଦ୍ଧି କରିବା ଏବଂ ଘରୋଇ ନିବେଶକଙ୍କୁ ମଧ୍ୟ ଆକର୍ଷିତ କରିବା। ତେଣୁ ଯୋଗୀଙ୍କ ଶପଥ ଗ୍ରହଣ ସମାରୋହରେ ଦେଶର ଜଣାଶୁଣା ବ୍ୟବସାୟିକ ଗୋଷ୍ଠୀଙ୍କୁ ଆମନ୍ତ୍ରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri