ଟ୍ରମ୍ପଙ୍କୁ ଚେତାବନୀ ଦେଲେ ପୁଟିନ୍‌, କହିଲେ ଭାରତ ଉପରେ ଚାପ ପକାଇଲେ…

ମସ୍କୋ,୫।୬: ଋଷିଆ ଭାରତକୁ ଖୋଲାଖୋଲି ଭାବେ ସମର୍ଥନ କରିଛି। ଭାରତର ବୈଦେଶିକ ନୀତି ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ। ସେ ଭାରତକୁ ଏକ ସାର୍ୱଭୌମ ଦେଶ, ନିଜର ସବୁଠାରୁ ବୁଦ୍ଧିମାନ ବନ୍ଧୁ ଏବଂ ବିଶ୍ୱାସଯୋଗ୍ୟ ସହଯୋଗୀ ବୋଲି ଅଭିହିତ କରିଛନ୍ତି। ପୁଟିନ କହିଛନ୍ତି ଯେ ଭାରତ ବିଶ୍ୱର ପ୍ରମୁଖ ଅର୍ଥନୈତିକ ଶକ୍ତିଗୁଡ଼ିକ ମଧ୍ୟରୁ ଅନ୍ୟତମ। ଭାରତର ଅର୍ଥବ୍ୟବସ୍ଥା ବିଶ୍ୱର ଅଗ୍ରଣୀ ଅର୍ଥନୀତି ମଧ୍ୟରେ ଗଣାଯାଉଛି ଏବଂ ଋଷ ସହିତ ଏହାର ସମ୍ପର୍କ ଅତ୍ୟନ୍ତ ସୁଦୃଢ଼ ରହିଛି।

ପାଶ୍ଚାତ୍ୟ ଦେଶ, ବିଶେଷ କରି ଆମେରିକା, ଋଷିଆ ଏବଂ ଭାରତର ସହଯୋଗ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଚାପ ପକାଇବା ସମ୍ପୂର୍ଣ୍ଣ ବେକାର। ଆମେରିକା ଦ୍ୱାରା ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାପ ପକାଇବା ଚେଷ୍ଟା ନିଜ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ। ଭାରତ ଏବଂ ଋଷିଆର ସମ୍ପର୍କ ଅତି ମଜଭୁତ ଏବଂ ଏହା ବିଶ୍ୱାସର ଭିତ୍ତିଭୂମି ଉପରେ ଠିଆ ହୋଇଛି। ଭାରତ-ଋଷିଆର ଦ୍ୱିପାକ୍ଷିକ ସମ୍ପର୍କକୁ କୌଣସି ବାହ୍ୟ ଚାପ ପ୍ରଭାବିତ କରିପାରିବ ନାହିଁ। ତେଣୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଖରାପ କରିପାରିବେ ନାହିଁ।

ଋଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଗୁରୁବାର ଦିନ ସେଣ୍ଟ ପିଟର୍ସବର୍ଗରେ ବିଶ୍ୱର ବଡ଼ ବଡ଼ ସମ୍ୱାଦ ସରବରାହ ସଂସ୍ଥା (ନ୍ୟୁଜ ଏଜେନ୍ସି) ର ମୁଖ୍ୟମାନଙ୍କ ସହ ଏକ ବିଶେଷ ବୈଠକ କରିଥିଲେ। ଏଥିରେ ସେ ଭାରତ, ଆମେରିକା ଏବଂ ପାକିସ୍ତାନକୁ ନେଇ ନିଜର ମତାମତ ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ଯଦି ଅନ୍ୟ ଦେଶଗୁଡ଼ିକ ସହିତ ଭାରତର ସହଯୋଗ ବଢ଼ୁଛି, ତେବେ ଏହା ଋଷ ସହିତ ତାର ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି କୌଣସି ବିପଦ ନୁହେଁ। ଆମେରିକା ଅଶୋଧିତ ତୈଳ (କ୍ରୁଡ ଅଏଲ) କୁ ନେଇ ଭାରତ ଉପରେ ଚାପ ପକାଇଛି, କିନ୍ତୁ ଏହା ଦ୍ୱାରା ଭାରତର ଋଷ ସହ ଥିବା ସମ୍ପର୍କ ପ୍ରଭାବିତ ହେବ ନାହିଁ।

ପୁଟିନ କହିଛନ୍ତି ଯେ ଭାରତ ଉପରେ ଚାପ ପକାଇବା, ନରେନ୍ଦ୍ର ମୋଦିଙ୍କ ଉପରେ ଚାପ ପକାଇବା ଆମେରିକାର ଆନ୍ତର୍ଜାତୀୟ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଋଷିଆ ଏବଂ ଭାରତର ସମ୍ପର୍କ କ୍ରମାଗତ ଭାବେ ବିକଶିତ ହେଉଛି। ଆଗକୁ ମଧ୍ୟ ଏହି ସମ୍ପର୍କ ବଜାୟ ରହିବ, ସୁଦୃଢ଼ ହେବ ଏବଂ ଆହୁରି ଆଗକୁ ବଢ଼ିବ। କେବଳ ଅଶୋଧିତ ତୈଳ କିଣିବା ମଧ୍ୟରେ ଭାରତ ଏବଂ ଋଷର ସମ୍ପର୍କ ସୀମିତ ନୁହେଁ। ଆସନ୍ତା କିଛି ବର୍ଷ ମଧ୍ୟରେ ଦୁଇ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟ ୧୦୦ ବିଲିୟନ (୧୦ ହଜାର କୋଟି) ଡଲାରରେ ପହଞ୍ଚିପାରେ। ଭାରତ ସର୍ୱଦା ନିଜର ଜାତୀୟ ସୱାର୍ଥକୁ ସର୍ୱୋପରି ମନେକରି କାର୍ଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାର ଏକ ମାଷ୍ଟରପ୍ଲାନ: ୨୦୨୯ ନିର୍ବାଚନ ପୂର୍ବରୁ ବଦଳିଯିବ…

ନୂଆଦିଲ୍ଲୀ,୫।୬: ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ, ଭାରତୀୟ ରାଜନୀତିର ସମଗ୍ର ମାନଚିତ୍ର ଏବଂ ଲୋକସଭା ଆସନର ଗଣିତକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର…

ମୋଦିଙ୍କୁ ନେଇ ଏମିତି କହିଲେ ଆନ୍ନାମଲାଇ, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ତାମିଲନାଡୁ ଭାଜପାର ପୂର୍ବତନ ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶୁକ୍ରବାର (ଜୁନ ୫) ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଘୋଷଣା କରିବା ସହିତ ଏକ ନୂତନ…

ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ମହଙ୍ଗା ମାଡ଼: ବଢ଼ିବ ମୁଦ୍ରାସ୍ଫୀତି, ଚମକାଇଲା RBIର ଆକଳନ

ନୂଆଦିଲ୍ଲୀ,୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା ରେପୋ ହାର ଉପରେ ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥର, ରିଜର୍ଭ ବ୍ୟାଙ୍କ ରେପୋ ହାରକୁ…

ପ୍ରେମ-ପ୍ରତାରଣା… ଅଫିସ ଭିତରେ ପଶି ପୂର୍ବତନ ପ୍ରେମିକାଙ୍କୁ ଛୁରାମାଡ଼, ତାଜୁବ ହୋଇ ରହିଗଲେ କର୍ମଚାରୀ

ନୂଆଦିଲ୍ଲୀ,୫।୬: ଚଣ୍ଡିଗଡ଼ ସ୍ଥିତ ମୋହାଲି ସେକ୍ଟର ୬୬, ଫେଜ୍ ୧୧ରେ ଏକ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଅଫିସରେ ପ୍ରବେଶ କରି ହତ୍ୟା…

ମମତା ବାନାର୍ଜୀଙ୍କ ପାଇଁ Shocking News! ‘ଟିଏମସିର ୧୯+୯ ଏମ୍‌ପି…’

କୋଲକାତା, ୫।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଗୋଟିଏ ପଟେ ନିଜର ୫୮ ଜଣ ବିଦ୍ରୋହୀ ବିଧାୟକଙ୍କୁ ପୁଣି ଏକାଠି କରିବା ପାଇଁ ପ୍ରୟାସ କରୁଛନ୍ତି,…

ଭାରତର ଏହି ପଡୋଶୀ ଶତ୍ରୁର ବଡ଼ ପ୍ଲାନ, ସମୁଦ୍ରରେ ଭାସିବ ପରମାଣୁ ଦ୍ୱୀପ; ଘନେଇଲା ବିପଦ

ନୂଆଦିଲ୍ଲୀ,୫।୬: ସମୁଦ୍ର ମଧ୍ୟରେ ଏକ ବିଶାଳ ଦ୍ୱୀପର କଳ୍ପନା କରନ୍ତୁ, ଯେଉଁଠାରେ ଅନେକ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯାଇଥିବ। ଯେଉଁଠାକୁ ସମୁଦ୍ର ଜାହାଜଗୁଡ଼ିକ ଆସିବେ ଏବଂ ନିଜର…

ବାଣ ଭିଡୁଥିବାବେଳେ ବିସ୍ଫୋରଣ: ପ୍ରଚଣ୍ଡ ଶଦ୍ଦରେ ଥରି ଉଠିଲା ଅଞ୍ଚଳ, ବୃଦ୍ଧା…

ମହାକାଳପଡ଼ା/ମାର୍ଶାଘାଇ,୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ମାର୍ଶାଘାଇ ଥାନା ତେରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓସ୍ତର ଗ୍ରାମରେ ଥିବା ଏକ…

ଓଡ଼ିଶାରେ କଙ୍ଗନା: ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ…

ଭୁବନେଶ୍ବର,୫।୬: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଭୁବନେଶ୍ବରରେ ପହଞ୍ଚିଛି। ନିଜ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri