ପୁଟିନ୍‌ଙ୍କ ରୁବଲ ରଣନୀତି

ମସ୍କୋ/କିଭ୍‌, ୨୮ା୪: ଆମେରିକା ଓ ପାଶ୍ଚାତ୍ୟର କଟକଣାରେ ପ୍ରଭାବିତ ରୁଷିଆର ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋର ମୁଦ୍ରା ରୁବଲ ମୂଲ୍ୟ ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି। ରୁଷିଆରୁ ତୈଳ ଓ ଗ୍ୟାସ୍‌ ନେଉଥିବା ୟୁରୋପୀୟ ଦେଶଗୁଡ଼ିକ ରୁବଲରେ ପେମେଣ୍ଟ କରିବାକୁ ପୁଟିନ୍‌ ଦାବି କରିଥିବାବେଳେ ଏଥିରେ ନାଟୋ ଦେଶ ପୋଲାଣ୍ଡ ଓ ବୁଲ୍‌ଗେରିଆ ରାଜି ହୋଇନାହାନ୍ତି। ଫଳରେ ପୁଟିନ୍‌ ବୁଧବାର ଏହି ଦୁଇ ଦେଶକୁ ତେଲ ଯୋଗାଣ ବନ୍ଦ କରିଛନ୍ତି। ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷିଆ ଉପରେ ଅନ୍ତର୍ଜାତୀୟ କଟକଣା ଲାଗିଥିବାବେଳେ ପୁଟିନ୍‌ ତୈଳ ଓ ଗ୍ୟାସ୍‌ ରପ୍ତାନି ବନ୍ଦ କରି ୟୁରୋପୀୟ ଦେଶଗୁଡ଼ିକୁ ବ୍ଲାକ୍‌ମେଲିଂ କରୁଥିବା ପୋଲାଣ୍ଡ ଓ ବୁଲଗେରିଆ ଅଭିଯୋଗ ଆଣିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦେଶଗୁଡ଼ିକୁ ଗ୍ୟାସ୍‌ ଯୋଗାଣ ବନ୍ଦ ରହିଲେ କିମ୍ବା ଅନ୍ୟ ୟୁରୋପୀୟ ଦେଶ ପୋଲାଣ୍ଡ ଓ ବୁଲଗେରିଆ ଭଳି ସ୍ଥିତିର ସମ୍ମୁଖୀନ ହେଲେ ୟୁରୋପରେ ଶକ୍ତି ସଙ୍କଟ ଉପୁଜିପାରେ। ଅନ୍ୟପକ୍ଷରେ ୟୁରୋପୀୟ ଦେଶ ଅଷ୍ଟ୍ରିଆ ପୁଟିନ୍‌ଙ୍କ ଦାବି ଅନୁସାରେ ଗ୍ୟାସ୍‌ ପାଇଁ ରୁବଲରେ ପେମେଣ୍ଟ କରିବାକୁ ରାଜି ହୋଇଛି। ଏ ନେଇ ଚାନ୍‌ସେଲର କାର୍ଲ ନେହାମ୍ମର ବୁଧବାର ଘୋଷଣା କରିଛନ୍ତି। ତେବେ ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ଅଷ୍ଟ୍ରିଆ ରୁଷିଆକୁ ବିରୋଧ କରିବା ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି।
ୟୁକ୍ରେନ୍‌ରେ ମସ୍କୋର ଆକ୍ରମଣ ଜାରିଥିବାବେଳେ ଦକ୍ଷିଣ ରୁଷିଆରେ ଥିବା ତୈଳ ଏବଂ ଯୁଦ୍ଧାସ୍ତ୍ର ଡିପୋରେ ବୁଧବାର ସିରିଜ ବିସ୍ଫୋରଣ ହୋଇଛି। ଏହାକୁ ୟୁକ୍ରେନ୍‌ କର୍ମଫଳ ବୋଲି କହିଛି। ଏକ ଦେଶକୁ ଆକ୍ରମଣ କରି ଜନସାଧାରଣଙ୍କ ହତ୍ୟା କରିବା ସହ ସେମାନଙ୍କ ଜୀବନ ଦୁର୍ବିଷହ କଲେ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ ବୋଲି ୟୁକ୍ରେନ୍‌ କହିଛି। ଏହା ପୂର୍ବରୁ ୟୁକ୍ରେନ୍‌ ସୀମା ନିକଟ ରୁଷିଆର ବ୍ରିୟାନ୍‌ସ୍କ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବେଲ୍‌ଗୋରୋଡ୍‌ରେ ଥିବା ତୈଳ ଡିପୋରେ ବିସ୍ଫୋରଣ ପାଇଁ ପୂର୍ବରୁ ରୁଷିଆ ୟୁକ୍ରେନ୍‌କୁ ଦାୟୀ କରିଥିଲା। ଅନ୍ୟପକ୍ଷରେ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଆମେରିକା ଓ ରୁଷିଆ ସମ୍ପର୍କ ଖରାପ ହୋଇଥିଲେ ବି ଏହି ଦୁଇ ଦେଶ ପରସ୍ପର ସହ ବନ୍ଦୀ ଅଦଳବଦଳ କରିଛନ୍ତି। ବେଆଇନ ଡ୍ରଗ୍ସ ଚାଲାଣ ମାମଲାରେ ଆମେରିକା ବନ୍ଦୀ ରଖିଥିବା ରୁଷିଆର ପାଇଲଟ୍‌ କୋନଷ୍ଟାନ୍‌ଟିନ୍‌ ୟାରୋଶେଙ୍କୋଙ୍କୁ ମୁକ୍ତ କରିଛି। ବଦଳରେ ପୋଲିସ ସହ ମାର୍‌ପିଟ୍‌ କରିଥିବା ଅଭିଯୋଗରେ ରୁଷିଆରେ ବନ୍ଦୀ ଥିବା ଆମେରିକାର ପୂର୍ବତନ ମରିନ୍‌ ଟେଭୋର ରିଡ୍‌ଙ୍କୁ ମୁକୁଳାଇଛି। ତୁର୍କୀରେ ଏହି ଅଦଳବଦଳ ହୋଇଥିବା ରିଡ୍‌ଙ୍କ ବାପା ଜୋୟ ରିଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ପୁଣି ପ୍ରଶ୍ନପତ୍ର ଲିକ୍‌: ୨ ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତରମନ୍ତରରେ ପେପର ଲିକ ନେଇ ଚାଲିଥିବା ପ୍ରତିବାଦ ମଧ୍ୟରେ, ଉତ୍ତରାଖଣ୍ଡରେ ଆଉ ଏକ ପେପର ଲିକ ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟରେ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ସରକାର ହୋଇଥିଲେ ରାଜି, ହେଲେ ୟୁ-ଟର୍ନ ନେଲା CJP, ରୋକଠୋକ ଶୁଣାଇଦେଲା-ଆମେ…

ନୂଆଦିଲ୍ଲୀ,୨୩।୭: ସରକାର ବାରମ୍ବାର କହିଆସୁଛନ୍ତି , ସେମାନେ ପ୍ରତିବାଦକାରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ସମୟରେ,ସୂତ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଜନ୍ତର-ମନ୍ତର ଆନ୍ଦୋଳନରେ ଫାଟ! ଦାବି ପ୍ରତ୍ୟାହାର କରିନେଲେ ସୋନମ ୱାଙ୍ଗଚୁକ, CJP ରଖିଲା ୨ ସର୍ତ୍ତ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା CJP ଆନ୍ଦୋଳନରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଟ (NEET) ପେପର ଲିକ୍‌ ମାମଲାରେ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri