ପୁଟିନ୍‌ଙ୍କ ରୁବଲ ରଣନୀତି

ମସ୍କୋ/କିଭ୍‌, ୨୮ା୪: ଆମେରିକା ଓ ପାଶ୍ଚାତ୍ୟର କଟକଣାରେ ପ୍ରଭାବିତ ରୁଷିଆର ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋର ମୁଦ୍ରା ରୁବଲ ମୂଲ୍ୟ ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି। ରୁଷିଆରୁ ତୈଳ ଓ ଗ୍ୟାସ୍‌ ନେଉଥିବା ୟୁରୋପୀୟ ଦେଶଗୁଡ଼ିକ ରୁବଲରେ ପେମେଣ୍ଟ କରିବାକୁ ପୁଟିନ୍‌ ଦାବି କରିଥିବାବେଳେ ଏଥିରେ ନାଟୋ ଦେଶ ପୋଲାଣ୍ଡ ଓ ବୁଲ୍‌ଗେରିଆ ରାଜି ହୋଇନାହାନ୍ତି। ଫଳରେ ପୁଟିନ୍‌ ବୁଧବାର ଏହି ଦୁଇ ଦେଶକୁ ତେଲ ଯୋଗାଣ ବନ୍ଦ କରିଛନ୍ତି। ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷିଆ ଉପରେ ଅନ୍ତର୍ଜାତୀୟ କଟକଣା ଲାଗିଥିବାବେଳେ ପୁଟିନ୍‌ ତୈଳ ଓ ଗ୍ୟାସ୍‌ ରପ୍ତାନି ବନ୍ଦ କରି ୟୁରୋପୀୟ ଦେଶଗୁଡ଼ିକୁ ବ୍ଲାକ୍‌ମେଲିଂ କରୁଥିବା ପୋଲାଣ୍ଡ ଓ ବୁଲଗେରିଆ ଅଭିଯୋଗ ଆଣିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦେଶଗୁଡ଼ିକୁ ଗ୍ୟାସ୍‌ ଯୋଗାଣ ବନ୍ଦ ରହିଲେ କିମ୍ବା ଅନ୍ୟ ୟୁରୋପୀୟ ଦେଶ ପୋଲାଣ୍ଡ ଓ ବୁଲଗେରିଆ ଭଳି ସ୍ଥିତିର ସମ୍ମୁଖୀନ ହେଲେ ୟୁରୋପରେ ଶକ୍ତି ସଙ୍କଟ ଉପୁଜିପାରେ। ଅନ୍ୟପକ୍ଷରେ ୟୁରୋପୀୟ ଦେଶ ଅଷ୍ଟ୍ରିଆ ପୁଟିନ୍‌ଙ୍କ ଦାବି ଅନୁସାରେ ଗ୍ୟାସ୍‌ ପାଇଁ ରୁବଲରେ ପେମେଣ୍ଟ କରିବାକୁ ରାଜି ହୋଇଛି। ଏ ନେଇ ଚାନ୍‌ସେଲର କାର୍ଲ ନେହାମ୍ମର ବୁଧବାର ଘୋଷଣା କରିଛନ୍ତି। ତେବେ ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ଅଷ୍ଟ୍ରିଆ ରୁଷିଆକୁ ବିରୋଧ କରିବା ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି।
ୟୁକ୍ରେନ୍‌ରେ ମସ୍କୋର ଆକ୍ରମଣ ଜାରିଥିବାବେଳେ ଦକ୍ଷିଣ ରୁଷିଆରେ ଥିବା ତୈଳ ଏବଂ ଯୁଦ୍ଧାସ୍ତ୍ର ଡିପୋରେ ବୁଧବାର ସିରିଜ ବିସ୍ଫୋରଣ ହୋଇଛି। ଏହାକୁ ୟୁକ୍ରେନ୍‌ କର୍ମଫଳ ବୋଲି କହିଛି। ଏକ ଦେଶକୁ ଆକ୍ରମଣ କରି ଜନସାଧାରଣଙ୍କ ହତ୍ୟା କରିବା ସହ ସେମାନଙ୍କ ଜୀବନ ଦୁର୍ବିଷହ କଲେ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ ବୋଲି ୟୁକ୍ରେନ୍‌ କହିଛି। ଏହା ପୂର୍ବରୁ ୟୁକ୍ରେନ୍‌ ସୀମା ନିକଟ ରୁଷିଆର ବ୍ରିୟାନ୍‌ସ୍କ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବେଲ୍‌ଗୋରୋଡ୍‌ରେ ଥିବା ତୈଳ ଡିପୋରେ ବିସ୍ଫୋରଣ ପାଇଁ ପୂର୍ବରୁ ରୁଷିଆ ୟୁକ୍ରେନ୍‌କୁ ଦାୟୀ କରିଥିଲା। ଅନ୍ୟପକ୍ଷରେ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଆମେରିକା ଓ ରୁଷିଆ ସମ୍ପର୍କ ଖରାପ ହୋଇଥିଲେ ବି ଏହି ଦୁଇ ଦେଶ ପରସ୍ପର ସହ ବନ୍ଦୀ ଅଦଳବଦଳ କରିଛନ୍ତି। ବେଆଇନ ଡ୍ରଗ୍ସ ଚାଲାଣ ମାମଲାରେ ଆମେରିକା ବନ୍ଦୀ ରଖିଥିବା ରୁଷିଆର ପାଇଲଟ୍‌ କୋନଷ୍ଟାନ୍‌ଟିନ୍‌ ୟାରୋଶେଙ୍କୋଙ୍କୁ ମୁକ୍ତ କରିଛି। ବଦଳରେ ପୋଲିସ ସହ ମାର୍‌ପିଟ୍‌ କରିଥିବା ଅଭିଯୋଗରେ ରୁଷିଆରେ ବନ୍ଦୀ ଥିବା ଆମେରିକାର ପୂର୍ବତନ ମରିନ୍‌ ଟେଭୋର ରିଡ୍‌ଙ୍କୁ ମୁକୁଳାଇଛି। ତୁର୍କୀରେ ଏହି ଅଦଳବଦଳ ହୋଇଥିବା ରିଡ୍‌ଙ୍କ ବାପା ଜୋୟ ରିଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ନିଷ୍ପ୍ରଭ କରିବ ବିକଶିତ ଟିକା

ରୋମ୍‌, ୭ା୫: ମହାମାରୀ କରୋନା ତାଣ୍ଡବ ବିଶ୍ୱବ୍ୟାପୀ ଜାରି ରହିଛି। ୨୧୨ ଦେଶର ଲୋକମାନେ ଏହାକୁ ନେଇ କୋକୁଆ ଭୟରେ ରହିଛନ୍ତି। ସାରା ବିଶ୍ୱରେ ଏବେ...

ଥରିଲା ପିଓକେ

ଇସ୍‌ଲାମାବାଦ,୬।୧୦: ପିଓକେ ବା ପାକ୍‌ ଅଧିକୃତ କଶ୍ମୀରରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଯଦିଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ତେବେବି...

ଉତ୍ତର କୋରିଆ-ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା ଚରମ ସୀମାରେ, ସାମୁଦ୍ରିକ ସୀମାରେ ମୁହାଁମୁହିଁ…

ପ୍ୟୋଙ୍ଗୟାଙ୍ଗ/ସିଓଲ,୨୪।୧୦ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ଉଭୟ ଦେଶ ସାମୁଦ୍ରିକ ସୀମାରେ ମୁହାଁମୁହିଁ...

ପାକିସ୍ତାନ ସେନା ବିମାନ ଦୁର୍ଘଟଣା: ୨ ଅଧିକାରୀ ନିହତ

ଲାହୋର,୭।୧: ପାକିସ୍ତାନ ବାୟୁ ସେନାର ଏକ ବିମାନ ମଙ୍ଗଳବାର ମେନଓ୍ବାଲିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ...

ପିଲାଙ୍କୁ ପଢ଼ାଇବା ପାଇଁ ବାଇଡେନ ନେଇଥିଲେ ୮ କୋଟି, କରି ନାହାନ୍ତି ଗୋଟିଏ ବି କ୍ଲାସ…

ଓ୍ବାଶିଂଟନ,୧୧।୧ : ଉପରାଷ୍ଟ୍ରପତି ପଦ ଛାଡିବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପେନସିଲଭାନିଆ ୟୁନିଭରସିଟିରେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କୁ ପ୍ରଫେସର ଭାବରେ ବର୍ଷକୁ...

ଆମେରିକା ନେଟ୍‌ଓ୍ବର୍କରେ ଚାଇନିଜ୍‌ ହ୍ୟାକର୍ସ

ସାନ୍‌ ଫ୍ରାନ୍ସିସ୍‌କୋ:  ଆମେରିକାକୁ ପୁଣି ଟାର୍ଗେଟ କରିଛନ୍ତି ଚାଇନା ଭିତ୍ତିକ ସାଇବର ଆକ୍ରମଣକାରୀ। ଦେଶର ସରକାରୀ ଓ ବେସରକାରୀ ପ୍ରାୟ ୩୦ ହଜାର ସଂସ୍ଥା ଉପରେ ଆକ୍ରମଣ...

ସେନା ବିମାନରେ ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୩।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ...

ଆତଙ୍କବାଦ ବିରୋଧରେ ପାକିସ୍ତାନ କ୍ୱଚିତ୍‌ ପଦକ୍ଷେପ ନେଉଛି

ଇସ୍‌ଲାମାବାଦ,୨୭ା୬: ଆଫଗାନିସ୍ତାନରେ ସକ୍ରିୟ ଥିବା ଦୁର୍ଦ୍ଧର୍ଷ ହକାନି ନେଟ୍‌ଓ୍ବର୍କ ସମେତ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ପାକିସ୍ତାନ କ୍ୱଚିତ୍‌ ପଦକ୍ଷେପ ନେଉଥିବା ଓ୍ବାଶିଂଟନ...

Advertisement
Archives

Model This Week