ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୁଟିନ୍‌ଙ୍କ ଲୋକପ୍ରିୟତା ନିଜ ଦେଶରେ ୭୧ ପ୍ରତିଶତ ବଢ଼ିଲା…

ମସ୍କୋ,୯।୩ : ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷିଆରେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ଲୋକପ୍ରିୟତା ୭୧ ପ୍ରତିଶତ ବୃଦ୍ଧି ପାଇଛି। ଯୁଦ୍ଧକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟରେ, ରୁଷିଆର ୬୫ ପ୍ରତିଶତ ଜନସାଧାରଣ ଏକ ସରକାରୀ ଏଜେନ୍ସି ଦ୍ୱାରା କରାଯାଇଥିବା ସର୍ଭେରେ ୟୁକ୍ରେନରେ ପୁଟିନଙ୍କ “ସ୍ବତନ୍ତ୍ର ସାମରିକ ଅପରେଶନ”କୁ ସ୍ବୀକୃତି ପ୍ରଦାନ କରିଛନ୍ତି।

କେବଳ ଏତିକି ନୁହେଁ, ଅନ୍ୟ ଏକ ସ୍ଥାନୀୟ ସର୍ଭେରେ ୭୧ତିଶତ ଲୋକ ପୁଟିନଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରଛନ୍ତି। ୟୁକ୍ରେନ ଯୁଦ୍ଧ ଆରମ୍ଭ ପୂର୍ବରୁ ପୁଟିନଙ୍କ ଉପରେ ରୁଷିଆର ଜନସାଧାରଣଙ୍କ ବିଶ୍ୱାସ ମାତ୍ର ୬୦ପ୍ରତିଶତ ଥିଲା।

ଗୋଟିଏ ପଟେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା କରୁଛନ୍ତି। ଏହି ସାମରିକ ଅପରେଶନରେ ପୁଟିନ୍‌ ତାଙ୍କ ଦେଶର ଜନସାଧାରଣଙ୍କ ସମର୍ଥନ ହାସଲ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ଦାବି କରିଛି ଯେ ପୁଟିନଙ୍କ ଏହି ସ୍ବତନ୍ତ୍ର ସାମରିକ ଅପରେଶନ କରି ୟୁକ୍ରେନବାସୀଙ୍କୁ ଫାସିଷ୍ଟ ସରକାରଙ୍କ କବଳରୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

62,81,17,91,250… ଏହା କୌଣସି ଫୋନ ନମ୍ବର ନୁହେଁ – ଏହା FIFA ବିଶ୍ୱକପ ପାଇଁ ପୁରସ୍କାର ରାଶି! କ୍ରିକେଟ ଜଗତ ବି ପଛରେ ରହିଯିବ

ନୂଆଦିଲ୍ଲୀ,୪।୬: ପ୍ରଥମ ନଜରରେ, ଏହି ଶିରୋନାମାଟିର ଆରମ୍ଭରେ ଆପଣଙ୍କୁ ଏହା ଏକ ମୋବାଇଲ ଫୋନ ନମ୍ବର ବୋଲି ଲାଗିପାରେ; ତଥାପି, ଏହା 2026 FIFA ବିଶ୍ୱକପ ପାଇଁ…

ମମତାଙ୍କୁ ବଡ଼ ଅଫର ଦେଲେ ହୁମାୟୁନ୍‌ କବୀର, ଜାଣନ୍ତୁ କ’ଣ ଏହି ଅଫର? ସଭିଏଁ ପଡିଲେଣି ଚିନ୍ତାରେ!

କୋଲକାତା,୪।୬: ଗୁରୁବାର ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଘଟଣା ଘଟିଲା ଯେତେବେଳେ AJUP (ଆମ ଜନତା ଉନ୍ନୟନ ପାର୍ଟି)ର ପ୍ରତିଷ୍ଠାତା ହୁମାୟୁନ କବୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା…

ଜେୱର ବିମାନବନ୍ଦର ଫ୍ଲାଏଓଭର ନିର୍ମାଣ ସ୍ଥାନରେ ବଡ଼ ଦୁର୍ଘଟଣା: କ୍ରେନ ଓଲଟି ପଡ଼ିବାରୁ ଅନେକ ଶ୍ରମିକ ଫସି ରହିଛନ୍ତି; ୩ ମୃତ

ଫରିଦାବାଦ,୪।୬: ଗୁରୁବାର ଅପରାହ୍ନରେ ହରିୟାଣାର ଫରିଦାବାଦରେ ଜେୱର ବିମାନବନ୍ଦର ସଂଯୋଗ ନେଟୱାର୍କ ସହିତ ଜଡିତ ଏକ ପ୍ରମୁଖ ପ୍ରକଳ୍ପ ସହିତ ଜଡିତ ଏକ ନିର୍ମାଣ ସ୍ଥାନରେ ଏକ…

ସ୍ବାମୀ କାଠ ମିସ୍ତ୍ରୀ, ସ୍ତ୍ରୀ ହେଲେ OAS; ସଫଳତା ପରେ କହିଲେ- ‘ଗରିବଙ୍କ ସେବା କରିବି’

କେସିଙ୍ଗା,୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜଣେ କାଠ ମିସ୍ତ୍ରୀଙ୍କ ପତ୍ନୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି।…

ଇରାନ ପ୍ରତି ପାକିସ୍ତାନର ବିଶ୍ୱାସଘାତକତା: ଆମେରିକାକୁ ଗୁପ୍ତ ସୂଚନା ଦେଇଥିଲେ ଇସାକ ଦାର? ବିବୃତ୍ତି ଜାରି କଲେ ଶାହବାଜ ସରକାର

ଇସଲାମାବାଦ,୪।୬: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧ ଫେରିବା ପରି ପରିସ୍ଥିତି ସୃଷ୍ଟି ହେଉଥିବା ପରି ମନେ ହେଉଛି। ପାକିସ୍ତାନ ଦୁଇ ରାଷ୍ଟ୍ର…

ରାଜ୍ୟ ସଭା ନିର୍ବାଚନ ପାଇଁ ୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୪।୬: ଭାଜପା ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଅରୁଣାଚଳ ପ୍ରଦେଶରୁ ତାଇ ତାଗକଙ୍କୁ ପ୍ରାର୍ଥୀ କରିଛି। ଗୁଜୁରାଟରୁ, ରାଜୁଭାଇ ଶୁକ୍ଳା, ମୁକେଶଭାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri