ପୁଟିନ୍‌ଙ୍କ ଯୋଜନା, ରୁଷିଆ-ବେଲାରୁଷ୍‌-ୟୁକ୍ରେନ୍‌ ମିଶି ହେବ ‘ୟୁନିଅନ୍‌ ଷ୍ଟେଟ୍‌’ ଗଠନ…

ମସ୍କୋ, ୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଆମେରିକା ଏବଂ ବ୍ରିଟେନ ପୂର୍ବ ୟୁରୋପରେ ନାଟୋର ହାତକୁ ମଜବୁତ କରୁଥିବାବେଳେ ଅନ୍ୟ ପଟେ ରୁଷିଆ ଏହାର ବିନାଶକାରୀ ଅସ୍ତ୍ର ପ୍ରସ୍ତୁତ କରି ରଖିଛି। ଇତିମଧ୍ୟରେ ରୁଷିଆ ଶନିବାର ନିଜର ଆଣବିକ ବୋମାବର୍ଷୀ ଯୁଦ୍ଧ ବିମାନକୁ ପାଟ୍ରୋଲିଂରେ ପଠାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଦୁଇଟି ଟିୟୁ-୨୨ଏମ୍‌୩ ଯୁଦ୍ଧ ବିମାନ ଚାରି ଘଣ୍ଟା ବେଲାରୁଷର ବାୟୁସେନା ସହିତ ମିଶି ଅଭ୍ୟାସ କରିଥିଲେ। ଜର୍ମାନ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଏକ ବଡ଼ ଧରଣର ଆକ୍ରମଣ ପରେ ୟୁକ୍ରେନ ସରକାରଙ୍କର ପତନ କରିବା ଲାଗି ଯୋଜନା କରିଛନ୍ତିି।

ଡେଲିମେଲ ଅନୁଯାୟୀ, ଏକ ବିଦେଶୀ ସିକ୍ରେଟ ସର୍ଭିସ ମାଧ୍ୟମରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ରୁଷ ଏବଂ ବେଲାରୁଷ ସମେତ ୟୁକ୍ରେନକୁ ମସ୍କୋର ନିୟନ୍ତ୍ରଣ କେନ୍ଦ୍ରକୁ ଆଣିବା ପାଇଁ ପୁଟିନ ଏକ ତିନି ପର୍ଯ୍ୟାୟ ଯୋଜନା କରୁଛନ୍ତି।

ପୁଟିନଙ୍କ ଯୋଜନାର ତୃତୀୟ ପର୍ଯ୍ୟାୟ ସବୁଠାରୁ ବିପଜ୍ଜନକ। ରିପୋର୍ଟ ଅନୁଯାୟୀ, ୟୁକ୍ରେନରେ ରୁଷିଆ ସମର୍ଥକ ସରକାର ଗଠନ ପରେ ତୃତୀୟ ପର୍ଯ୍ୟାୟରେ ୟୁକ୍ରେନ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯିବ।

ମସ୍କୋ ନେତୃତ୍ୱରେ ଏକ ନୂତନ ସଂସଦ ଗଠନ ହେବା ପରେ ଯୋଜନାର ପ୍ରଥମ ଭାଗରେ ଏକ ବଡ଼ ଧରଣର ଆକ୍ରମଣ ଏବଂ ଦ୍ୱିତୀୟ ଭାଗରେ ଯେକୌଣସି ପ୍ରତିରୋଧକୁ ଦମନ କରିବା ଲଗି ଯୋଜନା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ମଝି ସମୁଦ୍ରରେ ବୁଡ଼ିଗଲା ବୋଟ୍‌, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି , ନିଖୋଜ ଅଛନ୍ତି ଅନେକ ଯାତ୍ରୀ

ନିକୋସିଆ,୩୦ା୮: ଉତ୍ତର ସାଇପ୍ରସ୍‌ ଉପକୂଳରେ ଏକ ବୋଟ୍‌ ରବିବାର ବୁଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଏନେଇ ମୃତ୍ୟୁ ସଂଖ୍ୟା…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri