ପୁଟିନ୍‌ଙ୍କ ଯୋଜନା, ରୁଷିଆ-ବେଲାରୁଷ୍‌-ୟୁକ୍ରେନ୍‌ ମିଶି ହେବ ‘ୟୁନିଅନ୍‌ ଷ୍ଟେଟ୍‌’ ଗଠନ…

ମସ୍କୋ, ୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଆମେରିକା ଏବଂ ବ୍ରିଟେନ ପୂର୍ବ ୟୁରୋପରେ ନାଟୋର ହାତକୁ ମଜବୁତ କରୁଥିବାବେଳେ ଅନ୍ୟ ପଟେ ରୁଷିଆ ଏହାର ବିନାଶକାରୀ ଅସ୍ତ୍ର ପ୍ରସ୍ତୁତ କରି ରଖିଛି। ଇତିମଧ୍ୟରେ ରୁଷିଆ ଶନିବାର ନିଜର ଆଣବିକ ବୋମାବର୍ଷୀ ଯୁଦ୍ଧ ବିମାନକୁ ପାଟ୍ରୋଲିଂରେ ପଠାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଦୁଇଟି ଟିୟୁ-୨୨ଏମ୍‌୩ ଯୁଦ୍ଧ ବିମାନ ଚାରି ଘଣ୍ଟା ବେଲାରୁଷର ବାୟୁସେନା ସହିତ ମିଶି ଅଭ୍ୟାସ କରିଥିଲେ। ଜର୍ମାନ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଏକ ବଡ଼ ଧରଣର ଆକ୍ରମଣ ପରେ ୟୁକ୍ରେନ ସରକାରଙ୍କର ପତନ କରିବା ଲାଗି ଯୋଜନା କରିଛନ୍ତିି।

ଡେଲିମେଲ ଅନୁଯାୟୀ, ଏକ ବିଦେଶୀ ସିକ୍ରେଟ ସର୍ଭିସ ମାଧ୍ୟମରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ରୁଷ ଏବଂ ବେଲାରୁଷ ସମେତ ୟୁକ୍ରେନକୁ ମସ୍କୋର ନିୟନ୍ତ୍ରଣ କେନ୍ଦ୍ରକୁ ଆଣିବା ପାଇଁ ପୁଟିନ ଏକ ତିନି ପର୍ଯ୍ୟାୟ ଯୋଜନା କରୁଛନ୍ତି।

ପୁଟିନଙ୍କ ଯୋଜନାର ତୃତୀୟ ପର୍ଯ୍ୟାୟ ସବୁଠାରୁ ବିପଜ୍ଜନକ। ରିପୋର୍ଟ ଅନୁଯାୟୀ, ୟୁକ୍ରେନରେ ରୁଷିଆ ସମର୍ଥକ ସରକାର ଗଠନ ପରେ ତୃତୀୟ ପର୍ଯ୍ୟାୟରେ ୟୁକ୍ରେନ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯିବ।

ମସ୍କୋ ନେତୃତ୍ୱରେ ଏକ ନୂତନ ସଂସଦ ଗଠନ ହେବା ପରେ ଯୋଜନାର ପ୍ରଥମ ଭାଗରେ ଏକ ବଡ଼ ଧରଣର ଆକ୍ରମଣ ଏବଂ ଦ୍ୱିତୀୟ ଭାଗରେ ଯେକୌଣସି ପ୍ରତିରୋଧକୁ ଦମନ କରିବା ଲଗି ଯୋଜନା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୁଲ୍‌ ପାଇଁ କ୍ଷତି ହେଲା ୩୦ ହଜାର କୋଟି…

ଲିସବନ୍‌,୧୬।୬: ଗୋଟିଏ ଭୁଲ୍‌ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍‌ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍‌...

ଏହି ବିରଳ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଛାଡ଼ି ଚାଲିଗଲେ ମା’

ମା’ର ମମତା ଆଗରେ ସବୁକିଛି ତୁଚ୍ଛ। ଜଣେ ମା’ ତାର ସନ୍ତାନର ଖୁସି ପାଇଁ ସବୁକିଛି କରିବାକୁ ରାଜି ଥାଏ। ବେଳେ ବେଳେ ଏମିତିକିଛି ଘଟଣା...

ଛିଡିଛି ଦାସତ୍ୱର ଶୃଙ୍ଖଳ ତାଲିବାନକୁ ମିଳିଛି ପାକିସ୍ତାନ, ଚାଇନା, ଇରାନର ସମର୍ଥନ: ଇମ୍ରାନ

ଇସଲାମାବାଦ,୧୬ ।୮: ଆଫଗାନିସ୍ତାନରେ ନିର୍ବାଚିତ ସରକାରଙ୍କୁ ଅଡୁଆରେ ପକାଇ କ୍ଷମତାର ଶକ୍ତି ହାସଲ କରିବାକୁ ଯାଉଥିବା ତାଲିବାନକୁ ପାକିସ୍ତାନ, ଚାଇନା ଓ ଇରାନର ସମର୍ଥନ ମିଳିଛି...

ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକ

ନ୍ୟୁୟର୍କ,୨୪ ।୨: ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଏକ ଜରୁରୀକାଳିନ ବୈଠକ ଡାକିଛି । ଭାରତୀୟ ସମୟ...

ବୋରିସ୍‌ଙ୍କୁ ମିଳିଲା ସ୍ତମ୍ଭକାର ନିଯୁକ୍ତି

ଲଣ୍ଡନ, ୧୮ା୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କୁ ‘ଡେଲି ମେଲ୍‌’ ଖବରକାଗଜରେ ସ୍ତମ୍ଭକାର ଭାବେ ନିଯୁକ୍ତି ମିଳିଛି। ଦୀର୍ଘଦିନ ପରେ ବୋରିସ୍‌ ତାଙ୍କ ସାମ୍ବାଦିକତା...

ବ୍ୟାଙ୍କ ମ୍ୟାନେଜରଙ୍କ ଚାକିରି ଗଲା

ତେହରାନ,୨୮ା୧୧: ଇରାନରେ ୧୯୭୯ ବିପ୍ଳବ ପରେ ଆମେରିକା ସମର୍ଥତ୍ତ ରାଜତନ୍ତ୍ରର ଅବସାନ ଘଟିଥିଲା। ଏହାର ୪ ବର୍ଷ ପରେ ପ୍ରତିଷ୍ଠିତ ଇସ୍‌ଲାମୀୟ ଗଣତନ୍ତ୍ରରେ ହିଜାବ ପରିଧାନକୁ...

ମହିଳାଙ୍କ ଛାତିରେ ଅଟୋଗ୍ରାଫ ଦେଲେ ଟ୍ରମ୍ଫ, ଭିଡିଓ ଭାଇରାଲ ପରେ ଉଠିଲା ବିବାଦ

ଓ୍ବାଶିଂଟନ,୨୨।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବେ କିଛି ନା କିଛି କାରଣକୁ ନେଇ ରହୁଛନ୍ତି ଚର୍ଚ୍ଚାରେ। ଏଥର ବି ସେ ଏମିତି କିଛି କରିଛନ୍ତି ଯାହା...

ଚାଇନାରେ କରୋନା ସୁନାମୀ: ଗୋଟିଏ ଦିନରେ ୨୦ହଜାରରୁ ଅଧିକ ଓମିକ୍ରନ୍ ସଂକ୍ରମିତ

ବେଜିଂ,୩୦ ।୪: କରୋନା ମହାମାରୀ ପୁଣିଥରେ ଚାଇନାର ଚିନ୍ତାକୁ ବଢାଇ ଦେଇଛି । ଚାଇନାର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ଚାଇନାରେ...

Advertisement
Archives

Model This Week