ବ୍ରିଟେନ ସଂସଦ ଉପରେ ଆକ୍ରମଣ ପାଇଁ କହିଲେ ପୁଟିନଙ୍କ ବନ୍ଧୁ…

ମସ୍କୋ,୧୩।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ବର୍ଷ ବିତିବାକୁ ଯାଉଛି। ଯୁଦ୍ଧରେ କେତେବେଳେ ରୁଷିଆ ଜୋରଦାର ଆକ୍ରମଣ କରୁଛି ତ ଅନ୍ୟ କେତେବେଳ ୟୂକ୍ରେନ ଆକ୍ରମଣ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ପାଶ୍ଚାତ୍ୟ ଦେଶମାନଙ୍କ ସାହାଯ୍ୟରେ ୟୁକ୍ରେନ ରୁଷିଆ ସମ୍ମୁଖରେ ସୁଦୃଢ଼ ଭାବେ ଠିଆ ହୋଇ ମୁକାବିଲା ଜାରି ରଖିଛି। ନିକଟରେ ରୁଷିାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ଘନିଷ୍ଠ ବନ୍ଧୁ ବ୍ରିଟେନର ସଂସଦ ଉପରେ ଆକ୍ରମଣ ଦାବି କରି ୟୁକ୍ରେନର ସହାୟକମାନଙ୍କ ବିନାଶ କରିବାକୁ କହିଛନ୍ତି।

ରୁଷିଆର ରାଜ୍ୟ ଗଣମାଧ୍ୟମର ହୋଷ୍ଟ ଏବଂ ଭ୍ଲାଦିମିର ପୁଟିନଙ୍କ ଜଣେ ଘନିଷ୍ଠ ବନ୍ଧୁ ଭ୍ଲାଦିମିର ସୋଲୋଭିୟୋଭ, ଏକ ଶୋ’ରେ ବ୍ରିଟେନ ସଂସଦ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କିତ ଜନସାଧାରଣଙ୍କୁ ପଚରାଯାଇଥିଲା। ତାଙ୍କର ଏହି ଭିଡିଓ ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ପରାମର୍ଶଦାତା ଆଣ୍ଟନ ଗେରେଶେଙ୍କୋଙ୍କ ତରଫରୁ ଇଂରାଜୀ ସବଟାଇଟଲ ସହିତ ଶେୟାର କରାଯାଇଛି।

ଭିଡିଓରେ, ଭ୍ଲାଦିମିର ସୋଲୋଭିଭ ଦର୍ଶକଙ୍କୁ ପଚାରିଛନ୍ତି ଆମେ କ’ଣ ଲଣ୍ଡନକୁ ଟାର୍ଗେଟ କରିପାରିବୁ ନାହିଁ? ଏଥିରେ କ’ଣ ଅସୁବିଧା ଅଛି? ନା-ନା, ମୁଁ କେବଳ ସାମରିକ ଟାର୍ଗେଟ ବିଷୟରେ କହୁନାହିଁ, ସଂସଦକୁ ମଧ୍ୟ ଟାର୍ଗେଟ କରାଯାଇପାରିବ।

ଭିଡିଓରେ ସୋଲୋଭୋଭ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି। ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ବିମାନ ଦେବାକୁ ଯାଉଛନ୍ତି, ଯାହା ଦ୍ୱାରା ରୁଷିଆରେ ଆକ୍ରମଣ ହୋଇପାରିବ। କ୍ରିମିୟାକୁ ରୁଷିଆର ଏକ ଅଂଶ ଭାବରେ ସେମାନେ ବିବେଚନା କରୁ ନାହାନ୍ତିି।
ସେ କହିଛନ୍ତି ଆମ ପାଇଁ ଇଂଲଣ୍ଡ, ଫ୍ରାନ୍ସ କିମ୍ବା ଜର୍ମାନୀ ରହିବ ନାହିଁ। ରୁଷିଆ ସମସ୍ତ କାର୍ଯ୍ୟକୁ ବିରୋଧ କରୁଥିବା ଏସବୁ ନାଜି ଦେଶ ଅଟନ୍ତି। ତେଣୁ ଆମକୁ ଗୁରୁତର ହେବା ଆବଶ୍ୟକ। ସେମାନେ ଭାବନ୍ତି କି ସେମାନଙ୍କର ପଦକ୍ଷେପର କୌଣସି ସୀମା ନାହିଁ। ସେମାନଙ୍କୁ ଦେଖାଇବା ଯେ ଆମର କାର୍ଯ୍ୟର ମଧ୍ୟ ସୀମା ନାହିଁ। ଏବେ ସେମାନଙ୍କ ଉପରେ ଆମେ ଆକ୍ରମଣ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri