ରୁଷିଆ ରାଷ୍ଟ୍ରପତିଙ୍କ ଝିଅଙ୍କୁ ଦିଆଗଲା ପ୍ରଥମ କରୋନା ଟିକା

ମସ୍କୋ,୧୧।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର କହିଛନ୍ତି ଦେଶରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସର ପ୍ରଥମ ଭ୍ୟାକ୍ସିନକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ତେବେ ଏହାର ପ୍ରଥମ ଟିକା ତାଙ୍କ ଝିଅଙ୍କୁ ଦିଆଯାଇ ସାରିଛି ବୋଲି ସେ କହିଛନ୍ତି। କିନ୍ତୁ ସେ ନିଜେ ଏହାକୁ ନେଇଛନ୍ତି କି ନା ତାହା ସେ ସ୍ପଷ୍ଟ କରି ନାହାନ୍ତି। ଟିକା ନେବା ପରେ ତାଙ୍କ ଝିଅଙ୍କୁ ସାମନ୍ୟ ଜ୍ୱର ଆସିଥିବା ବେଳେ ଏବେ ସେ ସୁସ୍ଥଥିବା ପୁଟିନ କହିଛନ୍ତି। ଏହି କ୍ରମରେ କରୋନା ଭ୍ୟାକ୍ସିନ ତିଆରି ଓ ପରୀକ୍ଷଣରେ ରୁଷିଆ ପ୍ରଥମ ଦେଶ ପାଲଟି ଯାଇଥିବା କୁହାଯାଉଛି। ରୁଷିଆର ଯୋଜନା ଅନୁଯାୟୀ, ଏହି ଭ୍ୟାକ୍ସିନ ପ୍ରଥମେ ସ୍ବାାସ୍ଥ୍ୟକର୍ମୀ ଓ ପରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ। ସେପ୍ଟେମ୍ବର ମାସରୁ ଏହାର ଉତ୍ପାଦନ ବଢାଇବା ପରେ ଏହା ବିଭିନ୍ନ ଦେଶକୁ ଯୋଗାଇ ଦିଆଯିବ ବୋଲି ମସ୍କୋ ପକ୍ଷରୁ ପ୍ରକାଶ କରାଯାଇଛି। ମସ୍କୋର ଗାମଲେୟା ଇନଷ୍ଟିଚ୍ୟୁଟ ଏହି ଭ୍ୟାକ୍ସିନକୁ ପ୍ରସ୍ତୁତ କରିଛି। ତେବେ ଏତେଶୀଘ୍ର ଭ୍ୟାକ୍ସିନଟି ତିଆରି ହୋଇଥିବାରୁ ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଚିନ୍ତା ପ୍ରକଟ କରିଛି। ରୁଷିଆ ଯୋଜନା କରିଛି କି ଅକ୍ଟୋବର ସୁଦ୍ଧା ସମୁହ ଭ୍ୟାକ୍ସିନେଶନ ଆରମ୍ଭ କରାଯିବ। ଖୁବ୍‌ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୌଣସି ଦେଶକୁ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାର ସଫଳତା ମିଳିନାହିଁ। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୌଣସି ଦେଶକୁ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାର ସଫଳତା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ଜଳପ୍ରଳୟ: ଦେବଦୂତ ସାଜିଲା ଭାରତ, ବାଲେନ ଶାହା କହିଲେ-PM ମୋଦି ଆମେ ଆପଣଙ୍କ…

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ହୋଇସାରିଛି ଏବଂ ୭୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି କଠିନ ସମୟରେ ଭାରତ ନେପାଳ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ନେପାଳ ଅଭିମୁଖେ ଭାରତୀୟ ବାୟୁସେନାର ୩ ମହାବଳୀ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ!

କାଠମାଣ୍ଡୁ,୨୭।୮: ନେପାଳର ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆସିଥିବା ବନ୍ୟା ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରଳୟଙ୍କରୀ ବନ୍ୟାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ବନ୍ୟା…

ରକ୍ଷାବନ୍ଧନ ପୂର୍ବରୁ ପେଟ୍ରୋଲ-ଡିଜେଲ ଦରରେ ବଡ଼ ହଲଚଲ: ବଢିଲା କି କମିଲା କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୭।୮: ଇରାନ ଉପରେ ଆମେରିକାର ନୂଆ କଠୋର ପ୍ରତିବନ୍ଧକ ଲାଗୁ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟରେ ବଡ଼ ହ୍ରାସ ଦେଖାଯାଉଛି।…

ନେପାଳରେ ଆକସ୍ମିକ ବନ୍ୟା: ୯୫ ମୃତ

କାଠମାଣ୍ଡୁ, ୨୭ା୮: ତିବ୍ବତ-ରସୁୱାଗଢ଼ି ସୀମାରୁ ୨୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଅସ୍ଥିର ପାହାଡ଼ ଧସିବା ଏବଂ ସୀମାନ୍ତରେ ଥିବା ଲେନ୍ଦେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନେପାଳର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri