ରୁଷିଆ ରାଷ୍ଟ୍ରପତିଙ୍କ ଝିଅଙ୍କୁ ଦିଆଗଲା ପ୍ରଥମ କରୋନା ଟିକା

ମସ୍କୋ,୧୧।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର କହିଛନ୍ତି ଦେଶରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସର ପ୍ରଥମ ଭ୍ୟାକ୍ସିନକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ତେବେ ଏହାର ପ୍ରଥମ ଟିକା ତାଙ୍କ ଝିଅଙ୍କୁ ଦିଆଯାଇ ସାରିଛି ବୋଲି ସେ କହିଛନ୍ତି। କିନ୍ତୁ ସେ ନିଜେ ଏହାକୁ ନେଇଛନ୍ତି କି ନା ତାହା ସେ ସ୍ପଷ୍ଟ କରି ନାହାନ୍ତି। ଟିକା ନେବା ପରେ ତାଙ୍କ ଝିଅଙ୍କୁ ସାମନ୍ୟ ଜ୍ୱର ଆସିଥିବା ବେଳେ ଏବେ ସେ ସୁସ୍ଥଥିବା ପୁଟିନ କହିଛନ୍ତି। ଏହି କ୍ରମରେ କରୋନା ଭ୍ୟାକ୍ସିନ ତିଆରି ଓ ପରୀକ୍ଷଣରେ ରୁଷିଆ ପ୍ରଥମ ଦେଶ ପାଲଟି ଯାଇଥିବା କୁହାଯାଉଛି। ରୁଷିଆର ଯୋଜନା ଅନୁଯାୟୀ, ଏହି ଭ୍ୟାକ୍ସିନ ପ୍ରଥମେ ସ୍ବାାସ୍ଥ୍ୟକର୍ମୀ ଓ ପରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ। ସେପ୍ଟେମ୍ବର ମାସରୁ ଏହାର ଉତ୍ପାଦନ ବଢାଇବା ପରେ ଏହା ବିଭିନ୍ନ ଦେଶକୁ ଯୋଗାଇ ଦିଆଯିବ ବୋଲି ମସ୍କୋ ପକ୍ଷରୁ ପ୍ରକାଶ କରାଯାଇଛି। ମସ୍କୋର ଗାମଲେୟା ଇନଷ୍ଟିଚ୍ୟୁଟ ଏହି ଭ୍ୟାକ୍ସିନକୁ ପ୍ରସ୍ତୁତ କରିଛି। ତେବେ ଏତେଶୀଘ୍ର ଭ୍ୟାକ୍ସିନଟି ତିଆରି ହୋଇଥିବାରୁ ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଚିନ୍ତା ପ୍ରକଟ କରିଛି। ରୁଷିଆ ଯୋଜନା କରିଛି କି ଅକ୍ଟୋବର ସୁଦ୍ଧା ସମୁହ ଭ୍ୟାକ୍ସିନେଶନ ଆରମ୍ଭ କରାଯିବ। ଖୁବ୍‌ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୌଣସି ଦେଶକୁ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାର ସଫଳତା ମିଳିନାହିଁ। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୌଣସି ଦେଶକୁ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାର ସଫଳତା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଘନ ଘନ ଆକ୍ରମଣ

କିଭ୍‌, ୩୧ା୧୨: ବର୍ଷ ଶେଷ ହେବାକୁ ବସିଥିବାବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଲାଗିପାରୁ ନାହିଁ। ଇତିମଧ୍ୟରେ ଯୁଦ୍ଧକୁ ୧୦ ମାସରୁ ଊର୍ଦ୍ଧ ଦିନ ବିତିଯାଇଛି। କିଛି...

ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି...

ଡଙ୍ଗା ଓଲଟି ୭୬ ଜଣଙ୍କ ମୃତ୍ୟୁ…

ଆବୁଜା,୧୦।୧୦ : ନାଇଜେରିଆର ଆନମ୍ବ୍ରା ସହରରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୭୬ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଡଙ୍ଗାରେ ସମୁଦାୟ ୮୫ ଜଣ...

କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀ ମୃତ: ଚିନ୍ତାରେ ସରକାର

ଗାବ୍ରୋନେ, ୨।୭: ଦକ୍ଷିଣ ଆଫ୍ରିକାର ବୋଷ୍ଟଓ୍ବାନାରେ ଗତ ୨ ମାସ ମଧ୍ୟରେ କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଛି। ଦେଶର ଅଧିକାଂଶ ଜଳାଶୟ...

ଉତ୍ତର କୋରିଆକୁ କଡ଼ା ଜବାବ ଦେଲା ଦକ୍ଷିଣ କୋରିଆ

ସିଓଲ,୨୬ା୧୨: ଦକ୍ଷିଣ କୋରିଆ ପୁଣି ଥରେ ଉତ୍ତର କୋରିଆ ଉପରେ ଡ୍ରୋନ୍‌ ଆକ୍ରମଣର ଅଭିଯୋଗ ଆଣିଛି। ଉତ୍ତର କୋରିଆ ଡ୍ରୋନ୍‌ ଦକ୍ଷିଣ କୋରିଆର ଆକାଶ ସୀମାକୁ...

ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ଦଖଲ କରିବା ଯୋଜନା, ସଂସଦରେ ପୁଟିନ କରିବେ ବଡ଼ ଘୋଷଣା…

ମସ୍କୋ, ୨୮।୯ : ରୁଷିଆ ୟୁକ୍ରେନର ଦଖଲ କରିଥିବା ଅଞ୍ଚଳରେ ଏକ ଜନମତ ସଂଗ୍ରହ କରିଛି। ଚାରି ଦିନିଆ ଜନମତ ସଂଗ୍ରହ ମଙ୍ଗଳବାର ଶେଷ ହୋଇଛି।...

କରୋନା ଯୋଗୁ ୭ ବର୍ଷ ତଳେ ହଜିଥିବା ପୁଅକୁ ଫେରିପାଇଲେ ପରିବାର ଲୋକେ

ଛପରା,୭।୪: କରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ବିହାରର ଛପରା ଜିଲାରେ ଥିବା ଏକ ପରିବାର ପାଇଁ କିନ୍ତୁ ଖୁସିର...

ଅକ୍ଟୋବରରେ ତୃତୀୟ ଲହର

ବେଙ୍ଗାଲୁରୁ, ୧୯।୬: ଭାରତରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦିଓ ବର୍ତ୍ତମାନର ସଂକ୍ରମଣଠାରୁ ତୃତୀୟ...

Advertisement
Archives

Model This Week