ବାପା ହେବେ ପୁଟିନ୍‌, ଗର୍ଲଫ୍ରେଣ୍ଡ୍‌ ଆଲିନା ପୁଣି ଗର୍ଭବତୀ…

ମସ୍କୋ, ୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୭୦ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କର ୩୮ ବର୍ଷୀୟା ଗର୍ଲଫ୍ରେଣ୍ଡ ଆଲିନା କବାବା ପୁଣି ଥରେ ଗର୍ଭବତୀ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସୂଚନା ସାମ୍ନାକୁ ଆସିବା ପରେ ପୁଟିନ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଚଳିତ ବର୍ଷ ଅକ୍ଟୋବରରେ ପୁଟିନଙ୍କୁ ୭୦ ବର୍ଷ ବୟସ ହୋଇଛି ଏବଂ ତାଙ୍କର ପୂର୍ବତନ ଅଲିମ୍ପିକ ଜିମ୍ନାଷ୍ଟ ଆଲିନାଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୁଟିନ ଆଉ ସନ୍ତାନ ଚାହୁଁ ନଥିଲେ ଏବଂ ଏହି ଖବର ଆସିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ରୁଷିଆର ନ୍ୟୁଜ ଚ୍ୟାନେଲ ଜେନେରାଲ ଏସଭିଆର ଟେଲିଗ୍ରାମ ପ୍ରକାଶ କରିଛି ଯେ ଆଲିନା ପୁଣି ଗର୍ଭବତୀ ଅଛନ୍ତି। ସୂଚନାନୁସାରେ, ପୁଟିନ ରେଡ୍‌ ସ୍କୋୟାରରେ ରୁଷିଆର ବିଜୟ ଦିବସ ପରେଡ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କୁ ଆଲିନାଙ୍କ ଗର୍ଭଧାରଣ ବିଷୟରେ ସୂଚନା ଦିଆଯାଇଥିଲା। ପୁଟିନ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ନେଇ ସାରିଛନ୍ତି।

ରୁଷିଆର ନ୍ୟୁଜ୍‌ ଚ୍ୟାନେଲ କହିଛି ଯେ ପୁଟିନ ଜାଣିବାକୁ ପାଇଛନ୍ତି ଯେ ତାଙ୍କ ଗର୍ଲଫ୍ରେଣ୍ଡ ପୁନର୍ବାର ଗର୍ଭବତୀ ଅଛନ୍ତି ଏବଂ ଏହା ଯୋଜନା ଅନୁଯାୟୀ ନ ଥିବା ଜଣା ପଡୁଛି।

ଆଲିନାଙ୍କ ସହ ତାଙ୍କର ସମ୍ପର୍କ ଥିବା ପୁଟିନ ଏପର୍ଯ୍ୟନ୍ତ ସ୍ବୀକାର କରିନାହାଁନ୍ତି। ଆଲିନା ରୁଷିଆର ଏକ ମିଡିଆ ଗ୍ରୁପ୍‌ର ମାଲିକ ଏବଂ ଏହା ପୂର୍ବରୁ ସେ ସ୍ବିଜରଲ୍ୟାଣ୍ଡରେ ରହୁଥିଲେ। ଏକ ସ୍ଥାନୀୟ ଖବରକାଗଜ ପ୍ରକାଶ କରିଛି ଯେ ଆଲିନାଙ୍କର ୨୦୧୫ରେ ସ୍ବିଜରଲ୍ୟାଣ୍ଡରେ ଏବଂ ୨୦୧୯ରେ ମସ୍କୋରେ ଦୁଇ ଜଣ ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଲିନାଙ୍କ ଉପରେ ବର୍ତ୍ତମାନ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ପ୍ରତିବନ୍ଧକ ଲାଗୁ ହେବା ନେଇ ଆଶଙ୍କା ଦେଖାଦେଇଛି।

ଜିମ୍ନାଷ୍ଟ ଖେଳରୁ ଅବସର ନେବା ପରେ ଆଲିନା ରାଜନୀତିରେ ଯୋଗ ଦେଇଥିଲେ। ଆଲିନା ପୁଟିନଙ୍କ ୟୁନାଇଟେଡ ରୁଷିଆ ପାର୍ଟିର ସାଂସଦ ହୋଇଥିଲେ। ଦ ସନ ରିପୋର୍ଟ ଅନୁଯାୟୀ ପୁଟିନଙ୍କ ଗର୍ଲଫ୍ରେଣ୍ଡ ଆଲିନା ଏକ ପତ୍ରିକା ପାଇଁ ନିଜର ଅର୍ଦ୍ଧ ନଗ୍ନ ଚିତ୍ର ପାଇଁ ପୋଜ ଦେଇଛନ୍ତି। ଗାୟିକା ହେବା ପାଇଁ ଆଲିନା ମଧ୍ୟ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇପାରି ନଥିଲେ।

୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ ଆଲିନା ରୁଷିଆ ସଂସଦର ନିମ୍ନ ଗୃହର ଡେପୁଟି ଷ୍ଟେଟ ଡୁମା ଥିଲେ। ସେପ୍ଟେମ୍ବର ୨୦୧୪ରେ ଆଲିନାଙ୍କୁ ରୁଷିଆର ନ୍ୟାଶନାଲ ମିଡିଆ ଗ୍ରୁପ ଅଫ ଡାଇରେକ୍ଟର୍ସ ବୋର୍ଡର ଚେୟାରମ୍ୟାନ ଭାବରେ ନିଯୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri