ପୁଟିନ୍‌ଙ୍କ ଚେତାବନୀ, ରୁଷିଆକୁ ଘେରିବା ପାଇଁ ୟୁକ୍ରେନ୍‌ର ବ୍ୟବହାର କରୁଛି ଆମେରିକା…

ନୂଆଦିଲ୍ଲୀ, ୨।୨: ୟୁକ୍ରେନ ଏବଂ ନାଟୋ ଦେଶମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ନେଇ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆମେରିକାକୁ ଚେତାବନୀ ଦେଇଛନ୍ତି। ରୁଷିଆକୁ ଘେରିବା ପାଇଁ ଆମେରିକା ୟୁକ୍ରେନ୍‌ର ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ କରି ପୁଟିନ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି।

ୟୁକ୍ରେନରେ ଚାଲିଥିବା ସୁରକ୍ଷା ସଙ୍କଟର ସମାଧାନ ପାଇଁ ରୁଷିଆ ଏବଂ ପାଶ୍ଚାତ୍ୟ ଦେଶର ମିଳିତ ସହଯୋଗର ଆବଶ୍ୟକତା ରହିଥିବା ସେ କହିଛନ୍ତି। ପୁଟିନ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଏବଂ ନାଟୋ ଦେଶ ପ୍ରତିକ୍ରିୟା ଉପରେ ରୁଷିଆ ତୀକ୍ଷ୍‌ଣ ନଜର ରଖିଛି। ସେ କହିଛନ୍ତି ଯେ ଆମେରିକା ଏବଂ ଏହାର ସହଯୋଗୀମାନେ ରୁଷିଆର ପ୍ରମୁଖ ସୁରକ୍ଷା ଦାବିକୁ ଅଣଦେଖା କରିଛନ୍ତି।

ୟୁକ୍ରେନ ଉପରେ ପାଶ୍ଚାତ୍ୟ ଦେଶମାନଙ୍କ ସହ ବିବାଦକୁ ନେଇ ଏକ ମାସରୁ ଅଧିକ ସମୟ ମଧ୍ୟରେ ପୁଟିନ ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ପୁଟିନ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷିଆର ଦାବିକୁ ଅଣଦେଖା କରିଛନ୍ତି। ନାଟୋ ୟୁକ୍ରେନ ଏବଂ ଅନ୍ୟ ପୂର୍ବତନ ସୋଭିଏତ ଦେଶ କ୍ଷେତ୍ରରେ ହସ୍ତକ୍ଷେପ କରିପାରିବ ନାହିଁ। ସେମାନେ ରୁଷିଆର ସୀମା ନିକଟରେ ଆପତ୍ତିଜନକ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରିପାରିବେ ନାହିଁ। ନାଟୋର ବିସ୍ତାରବାଦୀ ନୀତି ଏବଂ ଅସ୍ତ୍ରଶସ୍ତ୍ର ଠୁଳକୁ ରୋକିବା ପାଇଁ ପୁଟିନ ବାରମ୍ବାର ନାଟୋ ଦେଶମାନଙ୍କୁ କହିିଛନ୍ତି।

ପୁଟିନ୍‌ ଚାହୁଁଛନ୍ତି ଯେ ନାଟୋ ଦେଶଗୁଡିକ ୧୯୯୭ରେ ଥିବା ସାମରିକ ସ୍ଥିତିକୁ ଫେରିଯାଆନ୍ତୁ। ପୁଟିନ କହିଛନ୍ତି ଯେ ୟୁକ୍ରେନର ସୁରକ୍ଷାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଅଧିକ ଚିନ୍ତିତ ମନେ ହେଉନାହିଁ। ନାଟୋର ମୂଳ ଲକ୍ଷ୍ୟ ହେଉଛି ରୁଷିଆର ବିକାଶକୁ ବନ୍ଦ କରିବା। ସେ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୟୁକ୍ରେନ କେବଳ ଏକ ମୋହରା ପାଲଟିଛି। ପୁଟିନ କହିଛନ୍ତି ଯେ ମୁଁ ଆଶା କରୁଛି ଶେଷରେ ଏହାର ସମାଧାନ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri