ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ପୁଟିନ୍‌ ପ୍ରସ୍ତୁତ

ମସ୍କୋ,୧୧ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍‌କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍‌ ଡଲାରର ସହାୟତା ପ୍ରଦାନ କରିସାରିଲାଣି। ଆସନ୍ତା ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ୍‌ ଯୁଦ୍ଧାବସାନ ଉପରେ ଜୋର୍‌ ଦେଉଛନ୍ତି। ଆଲୋଚନା ଜରିଆରେ ଏହାର ସମାଧାନ କରିବେ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଏହାକୁ କ୍ରେମ୍‌ଲିନ୍‌ ପକ୍ଷରୁ ସ୍ବାଗତ କରାଯାଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନିଜ ‘ଶାନ୍ତି ଜରିଆରେ ଶକ୍ତି’ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଟ୍ରମ୍ପ୍‌ଙ୍କ ସହାୟତା ଲୋଡ଼ିଛନ୍ତି। ଜେଲେନ୍‌ସ୍କି ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)ର ସୁରକ୍ଷା ଏବଂ ପାଶ୍ଚାତ୍ୟଠାରୁ ନିରାପତ୍ତା ଗ୍ୟାରେଣ୍ଟି ଆଶାରେ ଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଟ୍ରମ୍ପ୍‌ ଓ ପୁଟିନ୍‌ଙ୍କ ମଧ୍ୟରେ ଖୁବ୍‌ ଶୀଘ୍ର ଏକ ବୈଠକ ହୋଇପାରେ ବୋଲି କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେପଟେ କିଭ୍‌କୁ ସହାୟତା ପ୍ରଦାନ ବନ୍ଦ ନ କରିବା ପାଇଁ ଟ୍ରମ୍ପ୍‌ଙ୍କ ଉପରେ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ଜେଲେନ୍‌ସ୍କି ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ଙ୍କ ସହ ଜର୍ମାନୀରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ଜିଆ ମେଲୋନିଙ୍କ ପାଇଁ ଆଣ୍ଠୁମାଡ଼ି ଏପରି କଲେ ଆଲବାନିଆର ପ୍ରଧାନମନ୍ତ୍ରୀ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୧: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ତାଙ୍କ ୪୮ତମ ଜନ୍ମଦିନରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଆଶ୍ଚର୍ଯ୍ୟ ଜଣକ ଢଙ୍ଗରେ ସ୍ୱାଗତ କରିଛନ୍ତି। ମେଲୋନୀଙ୍କୁ ସ୍ୱାଗତ...

ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲ୍‌ର ଆକ୍ରମଣ: ୭୨ ମୃତ

ତେଲ୍‌ ଆଭିଭ୍‌,୧୬।୧: ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା ପରେ ମଧ୍ୟ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଛି। ଗୁରୁବାର ଇସ୍ରାଏଲ୍‌ର ଆକ୍ରମଣରେ ଅନୂ୍ୟନ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା...

୧୦ ହଜାର ପାକିସ୍ତାନୀଙ୍କୁ ଜେଲ ପଠାଇଲେ ସାଉଦି ପ୍ରିନ୍ସ

ରିୟାଦ,୧୬।୧: ପାକିସ୍ତାନ ପ୍ରାୟତଃ ଦାବି କରେ ଯେ ଇସଲାମର ଗଡ଼ ସାଉଦି ଆରବ ସହିତ ଏହାର ବହୁତ ଦୃଢ଼ ସମ୍ପର୍କ ଅଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ...

ସମ୍ପୂର୍ଣ୍ଣ କ୍ୟାନସର ମୁକ୍ତ ହେଲେ କେଟ ମିଡଲଟନ!

ଲଣ୍ଡନ,୧୬।୧: ୱେଲ୍ସର ରାଜକୁମାରୀ କ୍ୟାଥରିନ, ଯିଏ ସାଧାରଣତଃ କେଟ ମିଡଲଟନ ଭାବରେ ଜଣାଶୁଣା। ସେ ମଙ୍ଗଳବାର କହିଛନ୍ତି ଯେ ସେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ...

ଯୁଦ୍ଧବିରତି ପାଇଁ ସହମତି ହେଲେ ଇସ୍ରାଏଲ-ହମାସ, ୧୫ ମାସ ପାଇଁ ଯୁଦ୍ଧ ବନ୍ଦ

ନୂଆଦିଲ୍ଲୀ, ୧୫।୧: ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ସଂଗଠନ ହମାସ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଯୁଦ୍ଧବିରତି ଏବଂ କଏଦୀ ବିନିମୟ ସମ୍ପର୍କରେ କିଛି ଦିନ ଧରି...

ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌...

ମେଟା: ଚିନ୍ତାରେ କେନ୍ଦ୍ର

ନୂଆଦିଲ୍ଲୀ,୧୫।୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ...

ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri