ଯୁଦ୍ଧବିରତି ଘୋଷଣା କଲେ ପୁଟିନ୍‌, ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌କୁ…

ମସ୍କୋ,୧୯।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୧,୧୫୦ ଦିନ ବିତିଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶନିବାର ଇଷ୍ଟର ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଅସ୍ତ୍ରବିରତି ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ରୁଷିଆ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଭାଲେରି ଗାରାସିମୋଭ୍‌ଙ୍କ ସହ ଆଲୋଚନା ବେଳେ ପୁଟିନ୍‌ ଏକ ଟେଲିଭିଜନ ବାର୍ତ୍ତାରେ ଏହା କହିଛନ୍ତି।

ଯୁଦ୍ଧର ଅବସାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତ କିଛି ମାସ ହେଲା ଉଦ୍ୟମ କରିଆସୁଛନ୍ତି। ଆଗାମୀ କିଛିଦିନ ଭିତରେ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବା ନେଇ ସ୍ପଷ୍ଟ ସଙ୍କେତ ନ ମିଳିଲେ ଟ୍ରମ୍ପ୍‌ ପିସ୍‌ ଡିଲ୍‌ ମଧ୍ୟସ୍ଥତାରୁ ଓହରିଯିବେ ବୋଲି ଶୁକ୍ରବାର ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଚେତାବନୀ ଦେଇଥିଲେ। ପ୍ୟାରିସ୍‌ରେ ୟୁରୋପୀୟ ଏବଂ ୟୁକ୍ରେନୀୟ ନେତାଙ୍କ ସହ ବୈଠକ ପରେ ରୁବିଓ କହିଥିଲେ, ଯୁଦ୍ଧ ଶେଷ ପାଇଁ ଆମେରିକା ଆଉ ଅନେକ ମାସ ଧରି ଉଦ୍ୟମ ଜାରି ରଖିବ ନାହିଁ। ଜରୁରୀ ଭିତ୍ତିରେ ସବୁକିଛି ନିର୍ଦ୍ଧାରଣ କରିବାକୁ ପଡ଼ିବ। ଏହାର ଦିନକ ପରେ ପୁଟିନ୍‌ ଇଷ୍ଟର ପର୍ବ ଅବସରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଏଫଓଙ୍କ ଘରେ ଫୁଟିଲା ବ୍ରହ୍ମକମଳ ଫୁଲ

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଭଞ୍ଜନଗରସ୍ଥିତ ସରକାରୀ ବାସଭବନରେ ଶନିବାର ରାତିରେ ଗୋଟିଏ ଗଛରେ ୪ଟି ବ୍ରହ୍ମ...

ଆମେରିକାରେ ହଇଚଇ: ଘରେ ପଶି ଦୁଇ ଏମ୍‌ପିଙ୍କୁ ଗୁଳି, ପୋଲିସ ବେଶରେ…

ଓ୍ବାଶିଂଟନ,୧୪।୬: ଆମେରିକାର ମିନେସୋଟା ରାଜ୍ୟରେ ଗୋଟିଏ ରାତିରେ ଦୁଇଜଣ ଏମ୍‌ପିଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ପୂର୍ବତନ ହାଉସ...

କାଠ ଫାଳିଆରେ ପିଟି ବାପାଙ୍କୁ ହତ୍ୟା

ବାରିପଦା,୧୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ସାରସକଣା ବ୍ଲକ ଯୋକା ଗ୍ରାମରେ ଜଣେ ଯୁବକ ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି।...

ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି...

ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ

ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର...

୧୯ରେ ମହାକାଶକୁ ଯିବ ଆକ୍ସିଅମ୍‌-୪ ମିଶନ

ନୂଆଦିଲ୍ଲୀ,୧୪ା୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଯିବା ଆଶା କରାଯାଉଛି।...

ସରକାରଙ୍କ ଯୋଜନା ବଖାଣୁଛି ବିକାଶ ରଥ

ରିଷିଡ଼ା,୧୪।୬(ସୁଶାନ୍ତ ମଲ୍ଲିକ): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥ ଶନିବାର ରିଷିଡ଼ାରେ ପହଞ୍ଚି ଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରଥକୁ...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ଟଲିପଡ଼ିଲେ ୪ ମାଓବାଦୀ

ଭୋପାଳ,୧୪।୬: ମଧ୍ୟପ୍ରଦେଶ ବାଲାଘାଟ ପଚମା ଦାଦର ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। କୋମ୍ବିଂ ଅପରେଶନ ବେଳେ ମୁହାଁମୁହିଁ ହୋଇଛନ୍ତି ଯବାନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri